• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଭାରତ-ପାକିସ୍ତାନ ଷଷ୍ଠ ଥର ପାଇଁ ଆଜି ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ମୁହାଁମୁହିଁ ହେବେ । ୫ ବର୍ଷ ପରେ ଏହି ଦୁଇ ଟିମ୍‌ ମଧ୍ୟରେ ଟି-ଟ୍ୱେଣ୍ଟି ମୁକାବିଲା ହେବାକୁ ଯାଉଛି । ୫ ବର୍ଷ ପୂର୍ବେ କୋଲକତାରେ ଭାରତ-ପାକ୍‌ ଟି-ଟ୍ୱେଣ୍ଟି ମ୍ୟାଚ୍‌ ଦେଖିବାକୁ ମିଳିଥିଲା । କୋଲକାରେ ଭାରତର ବିଜୟ ହୋଇଥିଲା । ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ଉଭୟ ଦଳ ମୋଟ୍ ୫ ଥର ମୁହାଁମୁହିଁ ହୋଇଛନ୍ତି । ୫ଟି ଯାକ ମ୍ୟାଚ୍‌ରେ ଭାରତର ବିଜୟ ହୋଇଛି । ଏହି ୫ଟି ମ୍ୟାଚ୍‌ ମଧ୍ୟରୁ ଦୁଇଟିରେ ବିରାଟ୍‌ କୋହଲି ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ହୋଇଛନ୍ତି ।

ତେବେ ଭାରତ ଓ ପାକିସ୍ତାନ ବ୍ୟତୀତ ସାରା ବିଶ୍ୱବାସୀ ଏହି ମ୍ୟାଚ୍‌ ଦେଖିବାକୁ କାହିଁକି ଚାତକ ଭଳି ଚାହିଁ ରହିଛନ୍ତି ? ଏହାର ଝଲକ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ର ପ୍ରଥମ ସଂସ୍କରଣରେ ସମସ୍ତେ ଦେଖିଛନ୍ତି । ଯେତେବେଳେ କ୍ରିକେଟର ଏହି ନୂଆ ଫର୍ମାଟ୍‌ରେ ଦୁଇ ଟିମ୍‌ ମିଇଦାନକୁ ଓହ୍ଲାଇଥିଲେ । ସେତେବେଳେ ଏକ ଜବରଦସ୍ତ ଓ ରୋମାଞ୍ଚକ ମ୍ୟାଚ୍‌ ଦେଖିବାକୁ ମିଳିଥିଲା । ଏମିତିକି ଏହି ମ୍ୟାଚ୍‌ର ଫଳାଫଳ ବଲ ଆଉଟ୍‌ରେ ବାହାରିଥିଲା ।

୫ଟି ମ୍ୟାଚ୍‌ରେ ବିରାଟଙ୍କ ପ୍ରଦର୍ଶନ

୧୪ ସେପ୍ଟେମ୍ବର ୨୦୦୭: ଡର୍ବାନରେ ଭାରତ ଏବଂ ପାକିସ୍ତାନ ଟି-୨୦ ବିଶ୍ୱକପ ଇତିହାସରେ ପ୍ରଥମ ଥର ପାଇଁ ୧୪ ସେପ୍ଟେମ୍ବର ୨୦୦୭ରେ ସାମ୍ନାସାମ୍ନି ହୋଇଥିଲେ । ଉଭୟ ଦଳ ସମାନ ୧୪୧ ରନ୍ କରିଥିଲେ । ଏହା ପରେ ବଲ୍ ଆଉଟ୍‌ ହୋଇଥିଲା । ରବିନ୍ ଉଥାପ୍ପା, ହରଭଜନ ସିଂ ଏବଂ ବିରେନ୍ଦର ସେହୱାଗ ଭାରତ ପକ୍ଷରୁ ୱିକେଟ୍‌ରେ ହିଟ୍‌ କରିଥିଲେ । ଯେତେବେଳେ କି ପାକିସ୍ତାନ ପକ୍ଷରୁ ସହିଦ ଆଫ୍ରିଦି, ଗୁଲ ଏବଂ ଅରାଫାତ୍‌ ବିଫଳ ହୋଇଥିଲେ ।

୨୪ ସେପ୍ଟେମ୍ବର ୨୦୦୭: ଟି-୨୦ ବିଶ୍ୱକପ୍‌ର ପ୍ରଥମ ସିଜନରେ ଭାରତ ଏବଂ ପାକିସ୍ତାନ ଦଳ ଦ୍ୱିତୀୟ ଥର ପାଇଁ ଫାଇନାଲରେ ମୁହାଁମୁହିଁ ହୋଇଥିଲେ । ଭାରତ ପକ୍ଷରୁ ପାକିସ୍ତାନକୁ ୧୫୮ ରନ୍‌ର ଟାର୍ଗେଟ ଦିଆଯାଇଥିଲା । କିନ୍ତୁ ପାକିସ୍ତାନ ମାତ୍ର ୧୫୨ ରନ୍‌ରେ ସୀମିତ ରହିଥିଲା । ଏହି ମ୍ୟାଚ୍‌ରେ ଗୌତମ ଗମ୍ଭୀର ନଟ୍‌ଆଉଟ୍‌ ରହି ୭୫ ରନ୍ ସଂଗ୍ରହ କରିଥିଲେ । ଇରଫାନ ପଠାନ ଏବଂ ଆରପି ସିଂ ୩-୩ଟି ୱିକେଟ୍ ନେଇଥିଲେ । ଶେଷ ଓଭରରେ ଯୋଗୀନ୍ଦର ଶର୍ମା ୧୩ ରନ୍ ସଂଗ୍ରହ କରିଥିଲେ ।

୩୦ ସେପ୍ଟେମ୍ବର ୨୦୧୨: ଟି-୨୦ ବିଶ୍ୱକପରେ ଭାରତ ଏବଂ ପାକିସ୍ତାନ ୩୦ ସେପ୍ଟେମ୍ବର ୨୦୧୨ ରେ କଲମ୍ବୋରେ ତୃତୀୟ ଥର ପାଇଁ ମୁହାଁମୁହିଁ ହୋଇଥିଲେ । ପାକିସ୍ତାନ ପକ୍ଷରୁ ଭାରତକୁ ୧୨୯ ରନ୍‌ର ଟାର୍ଗେଟ ଦିଆଯାଇଥିଲା । ଯାହା ଭାରତ ୨ ୱିକେଟ୍ ହରାଇ ହାସଲ କରିନେଇଥିଲା । ଏହି ମ୍ୟାଚ୍‌ରେ ବିରାଟ କୋହଲି ନଟ୍‌ଆଉଟ୍‌ ରହିବା ସହ ୭୮ ରନ୍‌ର ଧୁଆଁଧାର ଇନିଂସ ଖେଳିଥିଲେ ।

୨୧ ମାର୍ଚ୍ ୨୦୧୪: ଟି-୨୦ ବିଶ୍ୱକପରେ ଚତୁର୍ଥ ଥର ପାଇଁ ଢ଼ାକାରେ ଭାରତ ଏବଂ ପାକିସ୍ତାନ ସାମ୍ନାସାମ୍ନି ହୋଇଥିଲେ । ପାକିସ୍ତାନ ପକ୍ଷରୁ ଭାରତକୁ ୧୩୧ ରନ୍‌ର ଟାର୍ଗେଟ ଦିଆଯାଇଥିଲା । ଯାହାକୁ ମାତ୍ର ୩ଟି ୱିକେଟ୍ ହରାଇ ଭାରତ ହାସଲ କରିନେଇଥିଲା ।

୧୯ ମାର୍ଚ୍ଚ ୨୦୧୬: ପଞ୍ଚମ ଥର ପାଇଁ ୧୯ ମାର୍ଚ୍ଚ ୨୦୧୬ ଟି-ଟ୍ୱେଣ୍ଟି ବିଶ୍ୱକପରେ କୋଲକାତାରେ ଭାରତ ଏବଂ ପାକିସ୍ତାନ ପରସ୍ପରକୁ ଭେଟିଥିଲେ । ଏଠାରେ ପାକିସ୍ତାନ ପକ୍ଷରୁ ଭାରତକୁ ୧୧୯ ରନ୍‌ର ଟାର୍ଗେଟ୍‌ ଦିଆଯାଇଥିଲା । ଯାହାକୁ ୪ଟି ୱିକେଟ ହରାଇ ଭାରତ ଏହି ଲକ୍ଷ୍ୟ ହାସଲ କରିଥିଲା । ଏହି ମ୍ୟାଚ୍‌ରେ କୌଣସି ପାକିସ୍ତାନୀ ବ୍ୟାଟ୍ସମ୍ୟାନ୍ ୩୦ ରନ୍ ଉପରକୁ କରିପାରିନଥିଲେ । ବିରାଟ କୋହଲି ୫୫ ରନର ଧୁଆଁଧାର ଇନିଂସ ଖେଳଥିଲେ ।