• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଦୁବାଇ: ନାମିବ୍ୟା ବିପକ୍ଷରେ ବିଜୟ ସହ ଟିମ୍ ଇଣ୍ଡିଆର ବିଶ୍ୱକପ୍‌ ଅଭିଯାନ ଶେଷ । ଚଳିତ ଟି-୨୦ ବିଶ୍ୱକପରେ ଆଉ ଖେଳିବାକୁ ସୁଯୋଗ ପାଇବନି ଭାରତ । ନାମିବ୍ୟାକୁ ୯ ୱିକେଟରେ ହରାଇଲା ସତ । ହେଲେ ଚଳିତ ବିଶ୍ୱକପ୍‌ରେ ଆଉ ଖେଳିପାରିବନି । ଅନ୍ତିମ ଗ୍ରୁପ୍ ମ୍ୟାଚ୍ ଜିତିବା ସହ ଭାରତର ଅଭିଯାନ ଶେଷ ହୋଇଛି । ପ୍ରଥମେ ବ୍ୟାଟିଂ କରି ନାମିବ୍ୟା ୮ ୱିକେଟ୍‌ ହରାଇ ୧୩୨ ରନ୍‌ କରିଥିଲା । ଏହାର ଜବାବରେ ୧୩୩ ରନ୍‌ର ବିଜୟ ଲକ୍ଷ୍ୟ ନେଇ ଭାରତ ମଇଦାନକୁ ଓହ୍ଲାଇଥିଲା । ମାତ୍ର ଗୋଟିଏ ୱିକେଟ୍‌ ହରାଇ ୧୫.୨ ଓଭରରେ ୧୩୬ ରନ୍‌ କରି ବିଜୟ ହୋଇଛି ଭାରତ । ଗ୍ରୁପ୍-୨ରେ ୫ଟି ମ୍ୟାଚ୍‌ରୁ ୩ଟି ମ୍ୟାଚ୍‌ ଜିତି ମୋଟ୍‌ ୬ ପଏଣ୍ଟରେ ସୀମିତ ରହିଛି ଭାରତୀୟ କ୍ରିକେଟ୍‌ ଟିମ୍‌ ।

ପୂର୍ବରୁ ସେମିଫାଇନାଲ୍ ରେସରୁ ବାଦ୍ ପଡ଼ିଥିବା ଭାରତ କେବଳ ସମ୍ମାନ ପାଇଁ ଏହି ମ୍ୟାଚ୍ ଖେଳିଥିଲା । ଆଉ ଆଫଗାନିସ୍ତାନ ଓ ସ୍କଟଲ୍ୟାଣ୍ଡ ଭଳି ନାମିବ୍ୟାକୁ ମଧ୍ୟ ଭାରତ ଏକତରଫା ଭାବେ ହରାଇଛି । ଉକ୍ତ ମ୍ୟାଚରେ ଭାରତୀୟ ସ୍ପିନରଙ୍କୁ ସାମ୍ନା କରିନପାରି ନାମିବ୍ୟା ୨୦ ଓଭରରେ ୮ ୱିକେଟ୍‌ ହରାଇ ୧୩୨ ରନ୍ କରିଥିଲା । ଜବାବରେ ରୋହିତ୍ ଶର୍ମା ଓ ଲୋକେଶ ରାହୁଲଙ୍କ ଦମଦାର ବ୍ୟାଟିଂ ବଳରେ ଭାରତ ମାତ୍ର ୧୫.୨ ଓଭରରେ ୧ ୱିକେଟ୍ ହରାଇ ୧୩୩ ରନ୍ କରି ବିଜୟୀ ହୋଇଛି । ଆଉ ଏଥିସହ କ୍ୟାପଟେନ୍ ଭାବେ ବିରାଟ୍‌ କୋହଲି ଓ କୋଚ୍ ଭାବେ ରବି ଶାସ୍ତ୍ରୀଙ୍କୁ ବିଜୟ ଉପହାର ମଧ୍ୟ ମିଳିଛି ।

ପୂର୍ବରୁ ବିରାଟ୍‌ କୋହଲି କ୍ୟାପଟେନ୍ ଭାବେ ତାଙ୍କର ଶେଷ ମ୍ୟାଚରେ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ନାମିବ୍ୟା ଦମଦାର ଆରମ୍ଭ କରିଥିଲା । ଦୁଇ ଓପ୍‌ନର ଷ୍ଟିଫାନ୍ ବାର୍ଡ ଓ ମାଇକେଲ୍ ଭାନ୍ ଲିଙ୍ଗେନ୍ ଭାରତର ଦୁଇ ଫ୍ରଣ୍ଟ ଲାଇନ୍ ପେସର ମହମ୍ମଦ ଶାମି ଓ ଯଶପ୍ରୀତ ବୁମ୍‌ରାହଙ୍କୁ ଆଟାକ୍ କରିଥିଲେ । ଦୁହେଁ ପ୍ରଥମ ୱିକେଟ୍‌ ପାଇଁ ୩୩ ରନ୍ ଯୋଡ଼ିଥିଲେ । ତେବେ ଏହି ଯୋଡ଼ିକୁ ଭାଙ୍ଗିଲେ ବୁମ୍‌ରାହ । ଲିଙ୍ଗେନ ୧୪ ରନ୍ କରି ଆଉଟ୍ ହୋଇଥିଲେ ।