• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ନୂଆଦିଲ୍ଲୀ: ୩୩ ବର୍ଷରେ ପଦାର୍ପଣ କଲେ ଭାରତୀୟ କ୍ରିକେଟ ଟିମ୍‌ର ଅଧିନାୟକ ବିରାଟ କୋହଲି । ଏହି ଅବସରରେ ସାରା ବିଶ୍ୱରୁ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଛୁଟିଛି । ବିସିସିଆଇ ପକ୍ଷରୁ ମଧ୍ୟ ତାଙ୍କୁ ଜନ୍ମଦିନର ଅଭିନନ୍ଦନ ଜଣାଯାଇଛି । ବିସିସିଆଇ ପକ୍ଷରୁ ବିରାଟଙ୍କୁ ଜନ୍ମଦିବସ ଅବସରରେ ଏକ ଭିଡିଓ ସେୟାର କରାଯାଇଛି । ବର୍ତ୍ତମାନ ବିରାଟଙ୍କୁ ବିଶ୍ୱର ସର୍ବଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ଭାବରେ ବିବେଚନା କରାଯାଉଛି । ଅନ୍ତର୍ଜାତୀୟ କ୍ରିକେଟ୍‌ରେ ତାଙ୍କର ୨୩ ହଜାରରୁ ଅଧିକ ରନ୍, ୭୦ଟି ଶତକ, ODI ରେ ସବୁଠାରୁ ପ୍ରଥମେ ୧୨ ହଜାର ରନ୍ କରିବାର ରେକର୍ଡ ମଧ୍ୟ ରହିଛି । କେବଳ ସେତିକି ନୁହେଁ ବରଂ ଟେଷ୍ଟ ମ୍ୟାଚରେ ୭ ଥର ଦ୍ୱିଶତକ ହାସଲ କରିଛନ୍ତି ।

ବିସିସିଆଇ ବିରାଟଙ୍କୁ ଶୁଭେଚ୍ଛା ଦେବା ସହ ଲେଖିଛନ୍ତି ଯେ ଅନ୍ତର୍ଜାତିୟ କ୍ରିକେଟରେ ୨୩୧୫୯ ରନ ସଂଗ୍ରହ କରିବା ପରେ ମଧ୍ୟ ଏବେ ଆଗାମୀ ରେକର୍ଡ ପାଇଁ ଅଗ୍ରସର ହେଉଛନ୍ତି । କ୍ୟାପ୍ଟେନସିପରେ ଭାରତ ପକ୍ଷରୁ ସବୁଠାରୁ ଅଧିକ ମ୍ୟାଚ ଜିତିବାର ରେକର୍ଡ ମଧ୍ୟ ରହିଛି । ୨୦୧୧ ବିଶ୍ୱକପ୍ ଓ ୨୦୧୩ ଚାମ୍ପିଆନସିପ୍‌ ଟ୍ରଫିର ବିଜେତା ଦଳର ସଦସ୍ୟ ରହିଥିଲେ । ୨୦୧୯ କୋଲକାତାରେ ବାଂଲାଦେଶ ବିପକ୍ଷରେ ଖେଳିଥିବା ୧୩୬ ରନ୍ ଇନିଂସର ଭିଡିଓ ବିସିସିଆଇ ପକ୍ଷରୁ ସେୟାର କରାଯାଇଛି ।

ପତ୍ନୀ ଅନୁଷ୍କା ଶର୍ମା ମଧ୍ୟ ବିରାଟଙ୍କୁ ଜନ୍ମଦିନର ଶୁଭେଚ୍ଛା ଦେଇଛନ୍ତି । ସେ ନିଜ ଇନଷ୍ଟାଗ୍ରାମ ପେଜରେ ଏକ ଫଟୋ ସେୟାର କରି ଲେଖିଛନ୍ତି ଯେ ‘ବିରାଟଙ୍କ ଜୀବନଶୈଳୀ ପାଇଁ କୌଣସି ଫିଲ୍ଟରର ଆବଶ୍ୟକ ନାହିଁ । ତାଙ୍କର ମୂଳଦୁଆ ସଚ୍ଚୋଟ ଓ ସାହାସର ସହ ନିର୍ମିତ ହୋଇଛି । ସେ କହିଛନ୍ତି ଯେ ବିରାଟଙ୍କ ପରି ଆଉ କେହି ନାହାନ୍ତି, ଜିଏକି ନିଜକୁ ଅନ୍ଧକାରରୁ ଉଠାଇ ଆଣିପାରିବ’ ।

virat and anushkaବିରାଟ ଓ ଅନୁଷ୍କା

ବିରାଟଙ୍କ କ୍ୟାପ୍ଟେନସିପ୍‌ରେ ଟିମ୍‌ ଇଣ୍ତିଆ ୬୫ଟି ଟେଷ୍ଟରୁ ୩୮ ଟେଷ୍ଟରେ ବିଜୟ ହାସଲ କରିଛି । ପୂର୍ବରୁ କୌଣସି ବି କ୍ୟାପ୍ଟେନ ଭାରତ ପାଇଁ ୩୦ ଟେଷ୍ଟରୁ ଅଧିକ ଜିତି ନାହାନ୍ତି । କୋହଲିଙ୍କ କ୍ୟାପ୍ଟେନସିପରେ ଦଳ ବିଶ୍ୱ ଟେଷ୍ଟ ଚାମ୍ପିଅନସିପର ପ୍ରଥମ ସିଜିନର ଫାଇନାଲରେ ପହଞ୍ଚିଥିଲା । ଧୋନିଙ୍କ କ୍ୟାପ୍ଟେନସିପରେ ଦଳ ୨୭ ଟି ଟେଷ୍ଟ ଜିତିଛି। କୋହଲିଙ୍କ ରେକର୍ଡ ବିଦେଶ ମାଟିରେ ଭଲ ରହିଛି।