• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ଆଜି ଭାରତ-ପାକିସ୍ତାନ୍‌ ମୁକାବିଲା । ଏହା ଉପରେ ସାରା ବିଶ୍ୱର ନଜର । ଏମିତିକି ସଟ୍ଟା ବଜାରରେ ୧୦୦୦ କୋଟିରୁ ଅଧିକ ଟଙ୍କା ଲାଗିଛି । ସନ୍ଧ୍ୟା ସାଢ଼େ ୭ଟାରେ ଏହି ଘମାସାନ ମ୍ୟାଚ୍‌ ଆରମ୍ଭ ହେବ । ଇତିହାସ, ରେକର୍ଡ ଓ ବର୍ତ୍ତମାନ ସ୍ଥିତିରେ ଭାରତର ପ୍ରଦର୍ଶନ ଦେଖିବାକୁ ଗଲେ ଏହି ମ୍ୟାଚ୍‌ ପାଇଁ ସବୁକିଛି ଭାରତ ସପକ୍ଷରେ ଯାଉଛି । କିନ୍ତୁ କ୍ରିକେଟ୍‌ର ସବୁଠାରୁ ଛୋଟ ଫର୍ମାଟ୍‌ରେ ଏହା କହିବା ମୁସ୍କିଲ୍‌ ଯେ, ମ୍ୟାଚ୍‌ରେ କାହାର ପଲ୍ଲା ଭାରି ରହିବ ଆଉ କିଏ ଜିତିବ । କାରଣ ମାତ୍ର ଦୁଇ ତିନୋଟି ବଲ୍‌ ବି ମ୍ୟାଚ୍‌ର ଗତି ବଦଳାଇପାରେ । ତେବେ ପାକିସ୍ତାନ ବି ଭାରତ ଉପରେ ଭାରି ପଡ଼ିପାରେ । ରେର୍କଡ କହୁଛି ଆଜି ସୁଦ୍ଧା ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ଭାରତ ୫ ଥର ପାକିସ୍ତାନକୁ ହରାଇଛି । ଏଥର ଟିମ୍‌ ଇଣ୍ଡିଆ ଏହି ସ୍କୋରକୁ ୬-୦ କରିବା ଆଶାରେ ରହିଛି । କିନ୍ତୁ ଭଗବାନ ନକରନ୍ତୁ ଏଥର ଦୁବାଇର ପାଣିପାଗ ପାକିସ୍ତାନ ସପକ୍ଷରେ ଯାଉ । କାରଣ ଏବେ ସବୁଠାରୁ ବଡ଼ ପ୍ରଶ୍ନ ହେଲା ଦୁବାଇରେ ବର୍ଷା ସମ୍ଭାବନା ରହିଛି କି ନାହିଁ ? ତେବେ ଆସନ୍ତ ଜାଣିବା ଏବେ ଦୁବାଇର ପାଣିପାଗ କଣ କହୁଛି..

ଦୁବାଇରୁ ଫ୍ୟାନ୍ସମାନଙ୍କ ପାଇଁ ଭଲ ଖବର ଆସିଛି । ଦୁବାଇରେ ଆଜି ସନ୍ଧ୍ୟାରେ ଆକାଶ ପୁରା ନିର୍ମଳ ରହିବ । ଏହାସହ ବର୍ଷାର କୌଣସି ଆଶଙ୍କ ନାହିଁ । ସନ୍ଧ୍ୟା ସମୟରେ ତାପମାତ୍ରା ପ୍ରାୟ ୩୧ଡିଗ୍ରୀ ସେଲସିୟସ୍‌ ରହିବ । ଅନ୍ୟପଟେ ଦକ୍ଷିଣରୁ ପୂର୍ବ ଆଡ଼କୁ ଘଣ୍ଟାପ୍ରତି ୭ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି । ଏହାବ୍ୟତୀତ ସନ୍ଧ୍ୟା ସମୟରେ ଆଦ୍ରତା ୭୦ ପ୍ରତିଶତ ପାଖାପାଖି ରହିବ । ଏହାର ଅର୍ଥ କ୍ରିକେଟ୍‌ ପାଇଁ ଏହା ଅତ୍ୟନ୍ତ ପ୍ରକୃଷ୍ଟ ସମୟ ।

ଟସ୍‌ ଉପରେ ମ୍ୟାଚ୍‌ର ଫଳାଫଳ ନିର୍ଭର

ଭାରତ-ପାକିସ୍ତାନ ମଧ୍ୟରେ ହେବାକୁ ଯାଉଥିବା ଏହି ସଂଘର୍ଷ ପୂର୍ଣ୍ଣ ମ୍ୟାଚ୍‌ରେ ଟସ୍‌ର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ରହିଛି । ଏମିତିରେ ୟୁଏଇରେ ବର୍ତ୍ତମାନ ପାଣିପାଗରେ ପରିବର୍ତ୍ତନ ଦେଖିବାକୁ ମିଳିଛି । ଗରମ କମ୍‌ ରହୁଛି । ସନ୍ଧ୍ୟା ସମୟରେ କାକର ପଡ଼ିବାର ମଧ୍ୟ ସମ୍ଭାବନା ରହିଛି । ସୂଚନାଯୋଗ୍ୟ, ଆଇପିଏଲ୍‌ ୨୦୨୦ରେ ଖେଳାଯାଇଥିବା ମ୍ୟାଚ୍‌ରେ ପ୍ରଥମ ହାଫ୍‌ରେ ଅଧିକ ଗରମ ଅନଭୂତ ହେଉଥିଲା, ତେଣୁ ଟସ୍‌ ଜିତିଥିବା ଦଳ ପ୍ରଥମେ ବ୍ୟାଟିଂ କରି ବିଜୟୀ ହୋଇଛି । ପ୍ରାୟ ୭୭ ପ୍ରତିଶତ ମ୍ୟାଚ୍‌ରେ ଏଭଳି ଫଳାଫଳ ଦେଖାଯାଇଛି । ସେହିଭଳି ଦ୍ୱିତୀୟ ହାଫ୍‌ରେ ଚେଜ୍‌ କରିଥିବା ଅଧିକାଂଶ ଦଳ ମଧ୍ୟ ବିଜୟୀ ହୋଇଛନ୍ତି । ଏବେ ଦେଖିବାକୁ ବାକି ରହିଲା, ବିରାଟ କୋହଲି ଓ ବାବର ଆଜମ୍‌ ଏହି ମ୍ୟାଚ୍‌ରେ କଣ ସବୁ କରୁଛନ୍ତି ।

ପିଚ୍‌ର ସ୍ଥିତି

ଭାରତକୁ ନିଜ ଗ୍ରୁପ୍‌ ଷ୍ଟେଜ୍‌ରେ ୫ରୁ ୪ଟି ମ୍ୟାଚ୍‌ ଦୁବାଇରେ ଖେଳିବାକୁ ହେବ । ଗତ କିଛି ବର୍ଷର ରେକର୍ଡ ଉପରେ ନଜର ପକାଇବା ଯଦି, ପିଚ୍‌ର ଆଚରଣରେ କୌଣସି ବିଶେଷ ପରିବର୍ତ୍ତନ ଦେଖାଯାଇ ନାହିଁ । ଗତ ଦୁଇଟି ଆଇପିଏଲ୍‌ରେ ଏଠାରେ ହାରାହାରି ସ୍କୋର ୧୫୦-୧୬୦ ରହିଛି । ଦ୍ରୁତ ବୋଲରଙ୍କୁ ଏହି ମଇଦାନରେ ଅଧିକ ଫାଇଦା ବା ୱିକେଟ୍‌ ହାସଲ ହୋଇଥାଏ । ରେକର୍ଡ ଉପରେ ନଜର ପକାଇବା ଯଦି, ଏଠାରେ ପ୍ରତ୍ୟେକ ଦ୍ରୁତ ବୋଲର ଗୋଟିଏ ୱିକେଟ୍‌ ପାଇଁ ୨୭ ରନ୍‌ ଦେଇଥାଏ । ଅନ୍ୟପଟେ ସ୍ପିନ ବୋଲରଙ୍କୁ ଗୋଟିଏ ୱିକେଟ୍‌ ପାଇଁ ୩୨ ରନ୍‌ ଖର୍ଚ୍ଚ କରିବାକୁ ପଡ଼ିଥାଏ । ଏଭଳି ସ୍ଥିତିରେ ଭାରତ-ପାକିସ୍ତାନ ୩-୩ ଜଣ ଦ୍ରୁତ ବୋଲରଙ୍କୁ ଧରି ମଇଦାନକୁ ଓହ୍ଲାଇବ ।