• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ଆଜି ଉଦଯାପନୀ ଉତ୍ସବ

  • କ୍ରୀଡ଼ା ମହାକୁମ୍ଭର ଶେଷ ଦିନରେ ଦେଖିବାକୁ ମିଳିବ ରୋମାଂଚ

  • ମହିଳା ବାସ୍କେଟବଲ୍, ଇନଡୋର ଭଲିବଲ୍ ବର୍ଗରେ ସରିବ ଇଭେଣ୍ଟ

  • ଓ୍ୱାଟର ପୋଲୋ, ରିଦ୍ମାଟିକ ଜିମନାଷ୍ଟିକ୍ସ, ସାଇକେଲିଂ ସହ ମାରାଥନ

ଆଜି ଶେଷ ହେଉଛି ଟୋକିଓ ଅଲିମ୍ପିକ୍ସ । କ୍ରୀଡ଼ା ମହାକୁମ୍ଭର ଶେଷ ଦିନରେ ମଧ୍ୟ ଅନେକ ରୋମାଂଚକର ପ୍ରତିଯୋଗିତା ଦେଖିବାକୁ ମିଳିବ । ମହିଳା ବାସ୍କେଟବଲ୍ ଏବଂ ଇନଡୋର ଭଲିବଲ୍ ବର୍ଗରେ ଶେଷ ହେବ ଟୋକିଓ ଅଲିମ୍ପିକ୍ସ । ଏହାସହ ଓ୍ୱାଟର ପୋଲୋ, ରିଦ୍ମାଟିକ ଜିମନାଷ୍ଟିକ୍ସ, ସାଇକେଲ ଚାଳନା, ପୁରଷ ବର୍ଗର ମାରାଥନ ଦୌଡ଼ ହେବ । ଅଲିମ୍ପିକ୍ସ ଇତିହାସରେ ସବୁଠାରୁ ସ୍ମରଣୀୟ ହୋଇ ରହିବ ଟୋକିଓ ଅଲିମ୍ପିକ୍ସ । କରୋନା ମହାମାରୀ ପାଇଁ ୨୦୨୦ରେ ଆୟୋଜନ ବଦଳରେ ୨୦୨୧ରେ ଏହି ଅଲିମ୍ପିକ୍ସ ଆୟୋଜନ ହୋଇଛି ।

ପ୍ରଥମଥର ଲାଗି ବିନା ଦର୍ଶକରେ କ୍ରୀଡାର ଏତେବଡ଼ ମହାକୁମ୍ଭର ଆୟୋଜନ ହୋଇଛି । ଟୋକିଓ ଅଲିମ୍ପିକ୍ସରେ ବିଶେଷତ୍ୱ ହେଉଛି ଏଥର ୪ଟି କ୍ରୀଡାକୁ ସାମିଲ କରାଯାଇଛି । ବାସ୍କେଟବଲ, ସଫ୍ଟବଲ ସହ ଲିଙ୍ଗଗତ ପ୍ରଭେଦ ରୋକିବାକୁ ଦୁଇଟି କ୍ରୀଡ଼ାରେ ମିଳିତ ବର୍ଗର ଇଭେଣ୍ଟ ଆରମ୍ଭ କରାଯାଇଛି । ସମସ୍ତ କ୍ରୀଡ଼ା ଇଭେଣ୍ଟ ସରିବା ପରେ ସଂଧ୍ୟାରେ ଉଦଯାପନୀ ଉତ୍ସବ ହେବ ଟୋକିଓ ଅଲିମ୍ପିକ୍ସର କ୍ଲୋଜିଂ ସେରିମୋନି ଲାଗି ମଧ୍ୟ ବ୍ୟାପକ ଆୟୋଜନ କରାଯାଇଛି ।

ସେପଟେ ଟୋକିଓ ଅଲିମ୍ପିକ୍ସରେ ଇତିହାସ ସୃଷ୍ଟି କରିଛନ୍ତି ଆଥଲେଟ୍ ନୀରଜ ଚୋପ୍ରା । ଜାଭଲିନ୍ ଥ୍ରୋରେ ସ୍ୱର୍ଣ୍ଣ ପଦକ ଜିତି ଦେଶ ପାଇଁ ଇତିହାସ ରଚିଛନ୍ତି । ବ୍ୟକ୍ତିଗତ କ୍ରୀଡାରେ ସ୍ୱର୍ଣ୍ଣ ପଦକ ହାସଲ କରିବାରେ ସେ ଦ୍ୱିତୀୟ ଭାରତୀୟ ଏବଂ ଆଥଲେଟରେ ପ୍ରଥମ ଭାରତୀୟ ହୋଇଛନ୍ତି । ନୀରଜ ଚୋପ୍ରାଙ୍କ ପୂର୍ବରୁ ସୁଟିଂରେ ୨୦୦୮ ଅଲିମ୍ପିକ୍ସରେ ସୁଟର ଅଭିନବ ବିନ୍ଦ୍ରା ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ । ନୀରଜ ନିଜର ପ୍ରଥମ ଥ୍ରୋରେ ୮୭. ୦୩ ମିଟର, ଦ୍ୱିତୀୟ ଥ୍ରୋରେ ୮୭. ୫୮ ମିଟର ଏବଂ ତୃତୀୟ ଥର ସେ ୭୬. ୭୯ ମିଟର ଜାଭଲିନ ଫିଙ୍ଗି ବିଜୟ ହାସଲ କରିଥିଲେ । ତେବେ ସବୁଠାରୁ ରୋମାଞ୍ଚକର ବିଷୟ ହେଉଛି ନୀରଜ ପ୍ରତି ଥ୍ରୋରେ ସମସ୍ତ ଖେଳାଳିଙ୍କୁ ପଛରେ ପକାଇ ସବା ଆଗରେ ରହିଥିଲେ । ପ୍ରତି ଥର ପ୍ରଥମ ସ୍ଥାନରେ ରହି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି ନୀରଜ ।