• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦର ଘରୋଇକରଣକୁ କଂଗ୍ରେସର ବିରୋଧ ।

  • ଓଡିଶା ଯୁବ କଂଗ୍ରେସର ପକ୍ଷରୁ ବିରୋଧ ।

  • DGCA ଅଫିସ ସମ୍ମୁଖରେ ଯୁବ କଂଗ୍ରେସ ପକ୍ଷରୁ ଧାରଣା ।

ଭୁବନେଶ୍ୱର: ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦର ଘରୋଇକରଣ ଯୋଜନାକୁ କଂଗ୍ରେସର ବିରୋଧ । ଓଡିଶା ଯୁବ କଂଗ୍ରେସର ପକ୍ଷରୁ ଏହାକୁ ବିରୋଧ କରି ଧାରଣା ଦିଆଯାଇଛି । ନୂଆଦିଲ୍ଲୀରେ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ DGCA ଅଫିସ ସମ୍ମୁଖରେ ଯୁବ କଂଗ୍ରେସ ପକ୍ଷରୁ ଧାରଣା ଦିଆଯାଇଛି ।

ଯୁବ କଂଗ୍ରେସ ପକ୍ଷରୁ ପ୍ରଶ୍ନ କରାଯାଇଛି ଯେ, ଲାଭରେ ଚାଲୁଥିବା ବିମାନ ବନ୍ଦରକୁ କାହା ସ୍ୱାର୍ଥରେ ପ୍ରାଇଭେଟ ସଂସ୍ଥା ହାତକୁ ଟେକିବାକୁ ଯୋଜନା କରିଛନ୍ତି ସରକାର । ଭୁବନେଶ୍ୱର ପରେ ଝାରସୁଗୁଡ଼ା ବିମାନ ବନ୍ଦରକୁ ବି ଘରୋଇକରଣ କରିବା ନେଇ ସରକାର ବିଚାର କରିପାରନ୍ତି ବୋଲି କଂଗ୍ରେସ ଆଶଙ୍କା ପ୍ରକାଶ କରିଛି ।

ଏପରି ହେଲେ ସରକାରଙ୍କ ରାଜକୋଷ କ୍ଷତିରେ ଚାଲିବା ସହ କର୍ମଚାରରୀ ଚାକିରି ହରାଇବାର ଆଶଙ୍କ ଥିବା କଂଗ୍ରେସ ପକ୍ଷରୁ କୁହାଯାଇଛି । ତେଣୁ ଏହି ଘରୋଇକରଣକୁ ତୁରନ୍ତ ବନ୍ଦ କରିବାକୁ କଂଗ୍ରେସ ଦାବି କରିଛି । ଭୁବନେଶ୍ୱର ବିମାନ ବନ୍ଦର ଘରୋଇକରଣକୁ ଏୟାରପୋର୍ଟ ଅଥରିଟି ଅଫ ଇଣ୍ଡିଆ ଅନୁମୋଦନ କରିଛି । ଗତ ୨୮ ତାରିଖରେ ରାଜ୍ୟସଭାରେ ବେସାମରିକ ବିମାନ ଚଳାଚଳ ରାଷ୍ଟ୍ରମନ୍ତ୍ରୀ ଜେନେରାଲ ଭି.କେ ସିଂହ ଏହି ସୂଚନା ଦେଇଥିବା ଯୁବ କଂଗ୍ରେସ କହିଛି ।

 

ରାଜନୀତି ବିଶେଷଜ୍ଞଙ୍କ କହିବାନୁଯାୟୀ ଆଗକୁ ଅନେକ ରାଜ୍ୟରେ ନିର୍ବାଚନ ହେବାକୁ ଯାଉଛି । ଓଡ଼ିଶାରେ ମଧ୍ୟ ପଞ୍ଚାୟତ ନିର୍ବାଚନ ଓ ପୌର ନିର୍ବାଚନ ହେବାକୁ ଯାଉଛି । ତେଣୁ ଏହି ନିର୍ବାଚନକୁ ଦୃଷ୍ଟିରେ ରଖି କଂଗ୍ରେସ ପକ୍ଷରୁ କେନ୍ଦ୍ର ସରକାରଙ୍କ ବିରୋଧରେ ଆନ୍ଦୋଳନ କରାଯାଉଛି । କେନ୍ଦ୍ର ସରକାରଙ୍କ ତ୍ରୁଟିକୁ ଲୋକଙ୍କ ପାଖରେ ପଞ୍ଚାଇ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଦଳ ଚେଷ୍ଟା କରୁଛି । ବିଶେଷଜ୍ଞମାନେ ଏହା ମଧ୍ୟ କହିଛନ୍ତି ଯେ, କଂଗ୍ରେସ ଏବେଠାରୁ ଯଦି ପରିଶ୍ରମ ନକରିବ ତେବେ ଆଗାମୀ ନିର୍ବାଚନରେ ପୁଣି ଥରେ ସତ୍ତା ହରାଇବାର ସମ୍ଭାବନା ରହିଛି ।