• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ଓଡ଼ିଶାର ବିଚ୍ଛିନ୍ନାଂଚଳରେ ଓଡିଆ ଭାଷା ପାଇଁ ଆନ୍ଦୋଳନ, ପ୍ରତିବାଦ, ଧାରଣା ଆଉ ବିକ୍ଷୋଭ ।

  • ବର୍ଷ ବର୍ଷ ଧରି ଅବହେଳିତ ଓଡ଼ିଆ ଭାଷାକୁ ଉଚିତ୍ ଅଧିକାର ଦେବାକୁ ଉଠିଛି ଦାବି ।

  • ଷଢେଇକଳା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଛି କୋଲହାନ ଓଡ଼ିଆ ସମାଜ ।

ଷଢେଇକଳା: ଓଡ଼ିଶାର ବିଚ୍ଛିନ୍ନାଂଚଳରେ ଓଡିଆ ଭାଷା ପାଇଁ ଆନ୍ଦୋଳନ, ପ୍ରତିବାଦ, ଧାରଣା ଆଉ ବିକ୍ଷୋଭ । ବର୍ଷ ବର୍ଷ ଧରି ଅବହେଳିତ ଓଡ଼ିଆ ଭାଷାକୁ ଉଚିତ୍ ଅଧିକାର ଦେବାକୁ ଉଠିଛି ଦାବି । ଝାଡଖଣ୍ଡର ଷଢେଇକଳା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଛି କୋଲହାନ ଓଡ଼ିଆ ସମାଜ । ଯେଉଁଥିରେ ସାମିଲ ହୋଇଥିଲେ ଝାଡଖଣ୍ଡରେ ରହୁଥିବା ଶହ ଶହ ଓଡ଼ିଆ । ସେମାନଙ୍କ ଅଭିଯୋଗ ହେଉଛି, ୧୦ ବର୍ଷ ହେଲା ଓଡ଼ିଆ ଭାଷାକୁ ମାନ୍ୟତା ମିଳିଛି ହେଲେ ସମ୍ମାନ ମିଳିନି । ଆଉ ଏବେ ସ୍କୁଲରେ ନା ଓଡ଼ିଆ ପୁସ୍ତକ ମିଳୁଛି ନା ନିଯୁକ୍ତ କରାଯାଉଛି ଓଡ଼ିଆ ଶିକ୍ଷକ-ଶିକ୍ଷୟିତ୍ରୀ । ଝାଡଖଣ୍ଡ ସରକାର ଓଡ଼ିଆ ଭାଷାଭାଷୀଙ୍କ ପ୍ରତି ପକ୍ଷପାତିତା କରୁଥିବା ଅଭିଯୋଗ ଆଣି ଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟପାଳଙ୍କୁ ଦାବିପତ୍ର ଦେଇଛି ଓଡ଼ିଆ ସମାଜ ।

୨୦୧୧ ସେପ୍ଟେମ୍ବର ୧ରେ ଝାଡଖଣ୍ଡ ସରକାର ଓଡ଼ିଆ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷାର ମାନ୍ୟତା ଦେଇଥିଲେ । ହେଲେ ବିଡମ୍ବନା ହେଉଛି ଯେ, ୨୦୨୧-୨୨ ଶିକ୍ଷାବର୍ଷରୁ ସେହି ମାନ୍ୟତା ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛି ଝାଡ଼ଖଣ୍ଡ ସ୍କୁଲ ଓ ଗଣଶିକ୍ଷା ବିଭାଗ । ଏହାର ଅର୍ଥ ହେଉଛି, ଝାଡଖଣ୍ଡର କୌଣସି ସ୍କୁଲରେ ଆଉ କେହି ଚାହିଁଲେ ବି ଓଡ଼ିଆ ଭାଷାରେ ପଢିପାରିବେ ନାହିଁ । ମାନ୍ୟତା ଦେବାର ୧୦ ବର୍ଷ ପରେ ଝାଡଖଣ୍ଡ ସରକାରଙ୍କ ପୁଣି ମାନ୍ୟତା ପ୍ରତ୍ୟାହାର ନିଷ୍ପତ୍ତିକୁ ନେଇ ବଢୁଛି ଅସନ୍ତୋଷ ।

ସେପଟେ ଓଡିଶା-ଆନ୍ଧ୍ର ସୀମାନ୍ତ କୋଟିଆରେ ବିବାଦ ଥମିବାର ନାଁ ନେଉନି । ସୋମବାର ଓଡିଶା ଗାଁରେ ଆନ୍ଧ୍ର ଲଗାଇଛି ତେଲୁଗୁ ଫଳକ । କୋଟିଆ ପଂଚାୟତର ଫାଟୁସେନେରୀ, ସଲପଗୁଡା, ଡୋଳିଆମ୍ବ ଓ କୋଟିଆରେ ତେଲୁଗୁ ଭାଷାରେ ବୋର୍ଡ ମରାଯାଇଛି । ଏପରିକି ଆଗକୁ କୋଟିଆର ବିଭିନ୍ନ ଗାଁରେ ତେଲୁଗୁ ଭାଷାରେ ସୂଚନା ଫଳକ ଲଗାଇବା ସହ ଏକାଧିକ କାର୍ଯ୍ୟକ୍ରମ କରିବାକୁ ପଡୋଶୀ ରାଜ୍ୟ ଅଂଟା ଭିଡିଛି । ଓଡ଼ିଶା ସରକାର ଯେତେ ମୁହଁ ଟାଣ କଲେ ମଧ୍ୟ ପଛକୁ ହଟିବାର ନାଁ ନେଉନି ପଡୋଶୀ ରାଜ୍ୟ ।