• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ନିର୍ବାଚନରେ ସଂରକ୍ଷଣ ପ୍ରସଙ୍ଗରେ ଅପରାଜିତା ଷଡ଼ଙ୍ଗୀଙ୍କ ପ୍ରତିକ୍ରିୟା

  • ଲୋକେ ବିକାଶର ରାଜନୀତି ଚାହୁଁଛନ୍ତି

ଭୁବନେଶ୍ୱର : ଲୋକେ ବିକାଶର ରାଜନୀତି ଚାହୁଁଛନ୍ତି । ସମସ୍ତେ ସକାରାତ୍ମକ ରାଜନୀତି ଚାହୁଁଛନ୍ତି । ସମସ୍ତେ ଏବେ ମିଶି ବିକାଶର କଥା କହିବା ଆବଶ୍ୟକ । ନିର୍ବାଚନରେ ସଂରକ୍ଷଣ ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ଏହା କହିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ଆସନ୍ତା ଫେବ୍ରୁଆରୀରେ ପଂଚାୟତ ଏବଂ ଏହାର ୨ ମାସ ପୌର ନିର୍ବାଚନ ହେବାର ସମ୍ଭାବନା ରହିଛି । ଏହାକୁ ସମୀକ୍ଷା କରି ରାଜନୈତିକ ଦଳଗୁଡ଼ିକ କାମ ଆରମ୍ଭ କରିଛନ୍ତି ।

ନିର୍ବାଚନରେ ଯାହାର ଲୋକପ୍ରିୟତା ଅଧିକ ସେ ହିଁ ଆଗକୁ ବଢ଼ିବ ବୋଲି କହିଛନ୍ତି ଅପରାଜିତା । ତେବେ ସଂରକ୍ଷଣ ରଖିବା ଓ ନରଖିବା ଆଦି ରାଜନୈତିକ ଦଳମାନଙ୍କର ଅଙ୍କ କଷା ଚାଲିଛି । ଲୋକପ୍ରିୟତା ବଢ଼ାଇବା ପାଇଁ ଏଭଳି ପଦକ୍ଷେପ ନିଆଯାଉଛି । ପରିସ୍ଥିତି ବଦଳି ଗଲାଣି, ଲୋକେ ଚିହ୍ନୁଛନ୍ତି । ତେବେ ଲୋକେ ସବୁ ଜାଣିଛନ୍ତି ପ୍ରତିଟି ବର୍ଗର ଲୋକେ ବିକାଶର ରାଜନୀତି ଚାହୁଁଛନ୍ତି ବୋଲି ଅପରାଜିତା କହିଛନ୍ତି ।

ସୂଚନାଯୋଗ୍ୟ ପଞ୍ଚାୟତ ଓ ପୌର ନିର୍ବାଚନରେ ସଂରକ୍ଷଣ ସୀମା ୫୦% ରହିବ । ପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ପଂଚାୟତ ଓ ପୌର ନିର୍ବାଚନରେ ସଂରକ୍ଷଣ ସୀମାକୁ ୫୦ ପ୍ରତିଶତରୁ ଅଧିକ ନକରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ତେବେ ପଞ୍ଚାୟତ ନିର୍ବାଚନରେ ସଂରକ୍ଷଣ ନେଇ ବିଧାନସଭାରେ ଆସିବ ଆମେଣ୍ଡମେଣ୍ଟ । ଏନେଇ ରାଜ୍ୟ ସରକାର ପ୍ରକ୍ରିୟା ଆରମ୍ଭ କରିଦେଇଥିବା କିଛି ଦିନ ପୂର୍ବରୁ କହିଥିଲେ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା ।

ଏଥର ନିର୍ବାଚନରେ ୫୦ ପ୍ରତିଶତ ସଂରକ୍ଷଣ ରହିବ । ଓବିସି ସଂରକ୍ଷଣ ନେଇ ବିଜେଡି କେନ୍ଦ୍ର ନିକଟରେ ଦାବି କରିଥିଲା । କିନ୍ତୁ ସଂସଦରେ କୌଣସି ପଦକ୍ଷେପ ନିଆଯାଉନି ବୋଲି ସେ କହିଥିଲେ । କେନ୍ଦ୍ର ବ୍ୟବସ୍ଥା ନକଲେ ବି ଦଳୀୟ ଭିତ୍ତିରେ ୨୭ ପ୍ରତିଶତ ସଂରକ୍ଷଣ ନେଇ ବିଜେଡି ନିର୍ବାଚନ ଲଢିବ ବୋଲି ସ୍ପଷ୍ଟ କରିଥିଲେ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି ।