• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ଦେଶରେ କୋଭିଡରେ ଅକ୍ସିଜେନ ଅଭାବରୁ ଜୀବନ ଯାଇନାହିଁ ।

  • କେନ୍ଦ୍ର ସରକାରଙ୍କ ଏଭଳି ବୟାନ ପରେ ସରକାରଙ୍କୁ ଘେରିଛନ୍ତି ବିରୋଧୀ ।

  • କେନ୍ଦ୍ରର ପକ୍ଷ ରଖିଲେ ସମ୍ବିତ ।

ନୂଆଦିଲ୍ଲୀ: ଦେଶରେ କୋଭିଡରେ ଅକ୍ସିଜେନ ଅଭାବରୁ କୌଣସି ବ୍ୟକ୍ତିଙ୍କ ଜୀବନ ଯାଇନାହିଁ । ଏନେଇ କେନ୍ଦ୍ର ସରକାର କହିବା ପରେ ଏବେ ସରକାରଙ୍କୁ ଘେରିଛନ୍ତି ବିରୋଧୀ । ସେମାନଙ୍କ ମଧ୍ୟରେ କଂଗ୍ରସ ଆଗରେ ରହିଥିବା ବେଳେ ଆମ ଆଦମୀ ପାର୍ଟି, ସମାଜବାଦୀ ପାର୍ଟି ସମେତ ସବୁ ବିପକ୍ଷ ଦଳମାନେ କେନ୍ଦ୍ର ସରକାରଙ୍କୁ ଘେରିଛନ୍ତି । କେଉଁ ଆଧାରରେ ଏହି ତଥ୍ୟ କେନ୍ଦ୍ର ସରକାର ପ୍ରକାଶ କରୁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ବିରୋଧୀ । ସରକାର ମିଛି କହୁଛନ୍ତି ବୋଲି ବିରୋଧୀ ଅଭିଯୋଗ କରିଛନ୍ତି ।

ତେବେ ଦିଲ୍ଲୀର ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ କହିଛନ୍ତି ଯେ, ଅମ୍ଳଜାନ ଅଭାବରୁ ଦେଶରେ ଅନେକ ମୃତ୍ୟୁ ଘଟିଛି । ଦିଲ୍ଲୀରେ ମଧ୍ୟ ଏଭଳି ଘଟଣା ଦେଖିବାକୁ ମିଳିଥିଲା । ଅମ୍ଳଜାନ ଅଭାବ ହେତୁ ମୃତ୍ୟୁ ହୋଇନଥିବା କହିବା ସମ୍ପୂର୍ଣ୍ଣ ଭୁଲ । ଯଦି ଏହା ହୋଇନଥାନ୍ତା ତେବେ ଡାକ୍ତରଖାନା କାହିଁକି ହାଇକୋର୍ଟଙ୍କ ନିକଟକୁ ଯିବ ବୋଲି ପ୍ରଶ୍ନ କରିଛନ୍ତି ସତ୍ୟେନ୍ଦ୍ର । ଏପରିକି ଦେଶରେ କୌଣସି ମହାମାରୀ ଆସିନାହିଁ ବୋଲି କେନ୍ଦ୍ର ସରକାର ଆଗକୁ କହିପାରିବେ ବୋଲି କହି ସେ  ତାତ୍ସଲ୍ୟ କରିଛନ୍ତି ।

ସେପଟେ ରାଜସ୍ଥାନ ସ୍ୱାସ୍ଥ୍ୟମନ୍ତ୍ରୀ ମଧ୍ୟ କେନ୍ଦ୍ରର ଏହି ରିପୋର୍ଟକୁ ଅସ୍ୱୀକାର କରିଛନ୍ତି । ସେ କହିଛନ୍ତି ଏତେ ସଂଖକ ମୃତ୍ୟୁ ଦର୍ଶାଉଛି ଯେ କେଉଠି ନା କେଉଠି ଅକ୍ସିଜେନର ଅଭାବ ଥିଲା । 

କେନ୍ଦ୍ରର ଏପରି ବୟାନକୁ ଶିବସେନା ପକ୍ଷରୁ ମଧ୍ୟ ସମାଲୋଚନା କରାଯାଇଛି । କେନ୍ଦ୍ରର ଏଭଳି ବୟାନରେ ମୁଁ ପୂରା ସ୍ତବ୍ଧ ବୋଲି ଦଳର ସାଂସଦ ସଞ୍ଜୟ ରାଉତ କହିଛନ୍ତି । ଅକ୍ସିଜେନ ଅଭାବରୁ ଯେଉଁମାନେ ନିଜ ପ୍ରିୟଜନଙ୍କୁ ହରାଇଛନ୍ତି, ଏପରି ବୟାନ ସେମାନଙ୍କ ପ୍ରତି ଅପମାନ ବୋଲି ସେ କହିଛନ୍ତି । ଏପରିକି ସେହି ପରିବାର ଲୋକମାନେ କେନ୍ଦ୍ର ବିରୋଧରେ କେସ୍ କରିବା ଦରକାର ବୋଲି କହିବାକୁ ପଛାଇନାହାନ୍ତି ସଞ୍ଜୟ ।

ସେପଟେ ଏହି ପ୍ରସଙ୍ଗରେ ସରକାରଙ୍କ ପକ୍ଷ ରଖି ବିଜେପି ମୁଖପାତ୍ର ସମ୍ବିତ ପାତ୍ର କହିଛନ୍ତି ଯେ, କେନ୍ଦ୍ର ସରକାର, ରାଜ୍ୟ ସରକାରମାନଙ୍କ ତଥ୍ୟ ଆଧାରରେ ଏହି ତଥ୍ୟ ଉପସ୍ଥାପନ କରିଛନ୍ତି । କେଉଁ ରାଜ୍ୟ ମଧ୍ୟ ଅମ୍ଳଜାନ ଅଭାବରୁ କୋଭିଡ ମୃତ୍ୟୁ ହୋଇଥିବା ସେମାନଙ୍କ ରିପୋର୍ଟରେ ଦାଖଲ କରିପାରିନଥିଲେ । ମହାରାଷ୍ଟ୍ରରେ ମେଣ୍ଟରେ ଥିବା କଂଗ୍ରେସ ସରକାର ଏବଂ ଦିଲ୍ଲୀ ସରକାର ହାଇକୋର୍ଟରେ ଦାଖଲ କରିଥିବା କୋଭିଡ ମୃତ୍ୟୁ ରିପୋର୍ଟକୁ ଦେଖାଇ ଓଲଟି ସେମାନଙ୍କୁ ପ୍ରଶ୍ନ ବାଣ ମାରିଛନ୍ତି ସମ୍ବିତ ।