• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ଅଲିମ୍ପିକ୍‌ରେ ଭାଗ ନେବାକୁ ଥିବା ଓଡ଼ିଶା ଆଥଲେଟଙ୍କ ପାଇଁ ଖୁସି ଖବର ।

  • ଅଲିମ୍ପିଆନଙ୍କ ସହ ମୁଖ୍ୟମନ୍ତ୍ରୀ କଥା ହେବା ପରେ, ଏଭଳି ବଡ଼ ଘୋଷଣା କରିଛନ୍ତି ।

  • ପୁରସ୍କାର ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଭୁବନେଶ୍ୱର: ଅଲିମ୍ପିକ୍ସରେ ଭାଗ ନେବାକୁ ଥିବା ଓଡ଼ିଶା ଆଥଲେଟଙ୍କ ପାଇଁ ଖୁସି ଖବର । ସେମାନଙ୍କ ପାଇଁ ପୁରସ୍କାର ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅଲିମ୍ପିଆନଙ୍କ ସହ ମୁଖ୍ୟମନ୍ତ୍ରୀ କଥା ହେବା ପରେ, ଏଭଳି ବଡ଼ ଘୋଷଣା କରିଛନ୍ତି ।

ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ଯେ, ଯେଉଁ ଓଡ଼ିଆ ଖେଳାଳି ଅଲମ୍ପିକ୍‌ରେ ସ୍ୱର୍ଣ୍ଣ ପଦକ ଜିତିବେ ସେମାନଙ୍କୁ ୬ କୋଟି ଟଙ୍କା ପୁରଷ୍କାର ଦିଆଯିବ । ଏହାସହ ଯିଏ ରୌପ୍ୟ ପଦକ ଜିତିବ ତାଙ୍କୁ ୪ କୋଟି ଏବଂ ବ୍ରୋଞ୍ଜ ପଦକ ଜିତିଲେ ୨.୫ କୋଟି ଟଙ୍କା ଦିଆଯିବ । ଖାଲି ସେତିକି ନୁହେଁ ଭାଗ ନେବାକୁ ଥିବା ପ୍ରତିଯୋଗୀଙ୍କୁ ମଧ୍ୟ ୧୫ ଲକ୍ଷ ଲେଖାଏଁ ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣ କରିଛନ୍ତି ।

ଅଲିମ୍ପିକରେ ଭାଗ ନେବାକୁ ଥିବା ସବୁ ଓଡ଼ିଆ ଆଥଲେଟଙ୍କ ସହ ଆଜି ଭର୍ଚୁଆଲ ମାଧ୍ୟମରେ ମୁଖ୍ୟମନ୍ତ୍ରୀ କଥା ହୋଇଥଲେ ଓ ସେମାନଙ୍କୁ ଉତ୍ସାହିତ ମଧ୍ୟ କରିଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ପ୍ରତି ଖେଳାଳିଙ୍କ ପାଇଁ ଅଲମ୍ପିକ୍ସ ହେଉଛି ଜୀବନର ଶ୍ରେଷ୍ଠ ସ୍ଵପ୍ନ । ଏହି ଅବସରରେ ଅଲମ୍ପିଆନ୍ ଦୂତୀ ଚାନ୍ଦ, ପାରା ବ୍ୟାଡମିଣ୍ଟନ ତାରକା ପ୍ରମୋଦ ଭଗତ, ଭାରତୀୟ ମହିଳା ହକି ଦଳର ଭାଇସ୍ କ୍ୟାପଟେନ୍ ଦୀପ ଗ୍ରେସ ଏକ୍କା, ନମିତା ଟପ୍ପୋ, ବୀରେନ୍ଦ୍ର ଲାକ୍ରା ଓ ଅମିତ ରୋହିଦାସଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ।

ସେହିପରି କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା ଖେଳାଳିମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଖେଳାଳି ମାନଙ୍କ ସହିତ ଆଲୋଚନା କରି ମୁଖ୍ୟମନ୍ତ୍ରୀଙ୍କ ସଚିବ (5T) ଭି କେ ପାଣ୍ଡିଆନ ଖେଳାଳି ମାନଙ୍କ ଅଲମ୍ପିକ ପ୍ରସ୍ତୁତି ଓ ଏଥି ନିମନ୍ତେ ସେମାନଙ୍କର ଆବଶ୍ୟକତା ସମ୍ପର୍କରେ ପଚାରି ବୁଝିଥିଲେ । କ୍ରୀଡା ବିଭାଗର ପ୍ରମୁଖ ସଚିବ ବିଶାଲ ଦେବ ସ୍ଵାଗତ ଭାଷଣ ଦେଇଥିଲେ ଓ ସ୍ଵତନ୍ତ୍ର ସଚିବ ଆର ଭିନୀଲ କ୍ରିଷ୍ଣା ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ଉନ୍ନୟନ କମିଶନର ପିକେ ଜେନା ଏବଂ ବିଭିନ୍ନ ବିଭାଗର ପ୍ରମୁଖ ସଚିବ ଓ ସଚିବ ମାନେ ଉପସ୍ଥିତ ଥିଲେ ।