• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇପାରନ୍ତି ଅମରିନ୍ଦର ସିଂହ !

  • ଆଜି ସନ୍ଧ୍ୟାରେ ବିଧାୟକ ଦଳ ବୈଠକକୁ ନେଇ ଅସନ୍ତୁଷ୍ଟ

  • ରାଜ୍ୟ କଂଗ୍ରେସ ମୁଖିଆ ସିଦ୍ଧୁଙ୍କ ସହ ତାଙ୍କର ଲାଗି ରହିଛି ମତଭେଦ

ପଞ୍ଜାବ କଂଗ୍ରେସରେ ପୁଣି ଘମାସାନ୍ ଲଢ଼େଇ । ହାଇକମାଣ୍ଡଙ୍କ ନିର୍ଦ୍ଦେଶରେ ଆଜି ଅପରାହ୍ନ ୫ଟାରେ ଚଣ୍ଡିଗଡ଼ରେ କଂଗ୍ରେସ ବିଧାୟକ ଦଳର ଏକ ବୈଠକ ଡକାଯାଇଛି । ତେବେ ବୈଠକ ପୂର୍ବରୁ ବଡ ଖବର ସାମ୍ନାକୁ ଆସିଛି । ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବାକୁ ଧମକ ଦେଇଛନ୍ତି ଅମରିନ୍ଦର ସିଂହ । ଆଜି ବସୁଥିବା କଂଗ୍ରେସ ବିଧାୟକ ଦଳର ବୈଠକ ଡକାଯିବା ନେଇ ସିଏମ ଅମରିନ୍ଦର ନାରାଜ ଥିବା ସୂତ୍ରରୁ ଜଣାପଡ଼ିଛି ।

ବିଧାୟକ ଦଳ ବୈଠକ ପୂର୍ବରୁ ରାଗରେ ଜଡ଼ସଡ଼ ଥିବା ଅମରିନ୍ଦର ସିଂ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କ ସହ ଫୋନରେ କଥା ହୋଇଥିବା ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି । କୌଣସି ସୂଚନା ନଦେଇ ବିଧାୟକ ଦଳ ବୈଠକ ଡକାଯାଇଥିବାରୁ ଏହାକୁ ଅସମ୍ମାନ ବୋଲି ଅମରିନ୍ଦର କହିଛନ୍ତି । କ୍ୟାପଟେନଙ୍କ ଉପରେ ନାରାଜ ଥିବା ୪୦ ଜଣ ବିଧାୟକ ଏକ ବୈଠକ ଦାବି କରି ହାଇକମାଣ୍ଡଙ୍କୁ ଚିଠି ପଠାଇଥିଲେ ।

ସୂଚନାଯୋଗ୍ୟ ବରିଷ୍ଠ କଂଗ୍ରେସ ନେତା ହରିଶ ରାୱତଙ୍କ ସହ ହାଇକମାଣ୍ଡଙ୍କ ଦ୍ୱାରା ନିଯୁକ୍ତ ଦୁଇଜଣ ପର୍ଯ୍ୟବେକ୍ଷକ ମଧ୍ୟ ଆଜି ସଭାରେ ଉପସ୍ଥିତ ରହିବେ । ଅମରିନ୍ଦର ନିର୍ବାଚନ ପର୍ଯ୍ୟନ୍ତ ପଞ୍ଜାବର ମୁଖ୍ୟମନ୍ତ୍ରୀ ରହିବେ କି ନାହିଁ ଆଜି ବୈଠକରେ ସ୍ଥିର ହେବ ବୋଲି କୁହାଯାଉଛି । ତେବେ କ୍ୟାପଟେନ ଅମରିନ୍ଦର ସିଂଙ୍କ ନେତୃତ୍ୱରେ ହିଁ ଆଗାମୀ ନିର୍ବାଚନ ହେବ ବୋଲି କହିଥିଲେ ହରିଶ ରାୱତ । କଂଗ୍ରେସ ବିଧାୟକ ଦଳ ବୈଠକ ପୂର୍ବରୁ ରାଜ୍ୟ କଂଗ୍ରେସ ସଭାପତି ନବଜୋତ ସିଂ ସିଦ୍ଧୁ ଚଣ୍ଡିଗଡ଼ରେ କଂଗ୍ରେସ ଭବନରେ ପହଞ୍ଚିଛନ୍ତି ।

ସେପଟେ ବୈଠକ ପୂର୍ବରୁ ପଞ୍ଜାବ କଂଗ୍ରେସର ସାଧାରଣ ସମ୍ପାଦକ ପରଗତ ସିଂ କହିଛନ୍ତି ଦଳରେ କୌଣସି ମତଭେଦ ନାହିଁ। ଦଳର ନୀତି ଉପରେ ଆଲୋଚନା ପାଇଁ ଆଜି ଏକ ବୈଠକ ଡକାଯାଇଛି ।