• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ଜାତିଭିତ୍ତିକ ଜନଗଣନା ଦାବି ଦୋହରାଇଛି ବିଜେଡି ।

  • ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଓ ଅରୁଣ କୁମାର ସାହୁ ଏହାକୁ ଦୋହରାଇଛନ୍ତି । 

  • ଦାବି ପୁରଣ ନହେଲେ ପଲ୍ଲୀଠୁ ଦିଲ୍ଲୀ ଆନ୍ଦୋଳନ ।

ଭୁବନେଶ୍ୱର: ଜାତିଭିତ୍ତିକ ଜନଗଣନା ଦାବି ଦୋହରାଇଛି ବିଜେଡି । ଏକ ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଓ ଅରୁଣ କୁମାର ସାହୁ ଏହାକୁ ପୁଣି ଥରେ ଦୋହରାଇଛନ୍ତି । ସେ କହିଛନ୍ତି ଯେ, ଜାତିଭିତ୍ତିକ ଜନଗଣନା ପାଇଁ ଆଗରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦାବି କରିଥିଲେ । ଆଉ ଏବେ ମଧ୍ୟ ବିଜେଡି ତାହା ଚାହୁଛଁଛି । 

ସେମାନେ ଆହୁରି କହିଛନ୍ତି, ଜାତିଭିତ୍ତିକ ଜନ ଗଣନା ହେଲେ ପଛୁଆବର୍ଗଙ୍କ ପ୍ରକୃତ ସଂଖ୍ୟା ଜଣାପଡ଼ିବ । ରାଜ୍ୟରେ ପଛୁଆ ବର୍ଗଙ୍କ ସଂଖ୍ୟା ଅଧାରୁ ଅଧିକ ରହିଛି । ଓବିସି ୫୪ ପ୍ରତିଶତ ଅଛନ୍ତି । ସବୁ ହିସାବ ଦେଖିଲେ, ଅନଗ୍ରସର ବର୍ଗଙ୍କ ସଂଖ୍ୟା ପ୍ରାୟ ୯୪ ପ୍ରତିଶତ ହେବ । ସେମାନଙ୍କ ପ୍ରକୃତ ସଂଖ୍ୟା ଜାଣିଲେ ହିଁ ସେହି ଅନୁସାରେ ବିକାଶ କରାଯାଇପାରିବ ।

NDA ର ଅନେକ ସହଯୋଗୀ ଦଳ ମଧ୍ୟ ଜାତିଭିତ୍ତିକ ଜନ ଗଣନା ପାଇଁ ଦାବି କରିଛନ୍ତି । ଏପର୍ଯ୍ୟନ୍ତ ରାଜ୍ୟ ବିଜେପି ଏହି ପ୍ରସଙ୍ଗରେ କାହିଁକି ଚୁପ୍ ବୋଲି ପ୍ରଶ୍ନ କରିଛନ୍ତି ଦୁଇ ମନ୍ତ୍ରୀ ଅରୁଣ କୁମାର ସାହୁ ଓ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ।  ବିଜେପି ନେତା ନିରବ ରହୁଥିବାରୁ ସେମାନଙ୍କଠାରେ ଥିବା ପଛୁଆବର୍ଗ ବିରୋଧୀ ମନୋଭାବ ସ୍ପଷ୍ଟ ଜଣାପଡୁଛି ।

ବିଜେପିକୁ ଏଭଳି ଟାର୍ଗେଟ କରିବା ସହ ବିଜେଡି ପକ୍ଷରୁ କେନ୍ଦ୍ର ସରକାରଙ୍କୁ ଚେତାବନୀ ମଧ୍ୟ ଦିଆଯାଇଛି । ବିଜେଡି କହିଛି ଯଦି ସେମାନଙ୍କ ଦାବି ପୂରଣ ନ ହେଲା ତେବେ ପଲ୍ଲୀଠାରୁ ଦିଲ୍ଲୀ ଯାଏ ଆନ୍ଦୋଳନ କରାଯିବ । ଏହା ସହିତ ସଂରକ୍ଷଣର ୫୦ ପ୍ରତିଶତ ସୀମାକୁ ଉଠାଇ ଦେବାକୁ ମଧ୍ୟ ବିଜେଡି ଦାବି କରିଛି ।

ସେପଟେ ଜାତିଭିତ୍ତିକ ଜନଗଣନା ଦାବି କରି ବିଜେଡି ରାଜନୀତି କରୁଛି । OBCଙ୍କୁ ସେମାନଙ୍କ ହକ୍ ଦିଆଯାଉନି, ସରକାର ଭୁଆଁ ବୁଲାଉଛନ୍ତି ବୋଲି ବିଜେପି ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି ସୁରଥ ବିଶ୍ୱାଳ କହିଛନ୍ତି ।

ଅନ୍ୟପଟେ କେନ୍ଦ୍ରରେ ବିଜେପିର ସହଯୋଗୀ ଦଳମାନେ ମଧ୍ୟ ଏହି ସମାନ ଦାବି କରିଛନ୍ତି । ସହଯୋଜୀ ଦଳଗୁଡ଼ିକର ନେତାମାନେ ମୋଦିଙ୍କୁ ଭେଟି ଏନେଇ ସବିଶେଷ ଆଲୋଚନା କରିଛନ୍ତି । ପାଖାପାଖି ୪୦ ରୁ ୪୫ ମିନିଟ୍ ପର୍ଯ୍ୟନ୍ତ ଏହି ଆଲୋଚନା ହୋଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ସବୁ ନେତାଙ୍କ କଥାକୁ ଳଗୁରୁତ୍ୱର ସହ ଶୁଣିଥିଲେ ଏବଂ ଖୁବ୍‌ଶୀଘ୍ର ଏନେଇ ନିଷ୍ପତି ନିଆଯିବ ବୋଲି କହିଛନ୍ତି । ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏନେଇ ଆଜି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।