• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ବାସବରାଜ ବୋମାଇ କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ ।

  • ବେଙ୍ଗଳୁରୁରେ ବିଧାୟକ ଦଳ ବୈଠକରେ ବାଜିଲା ମୋହର ।

  • ବୈଠକରେ ବୋମାଇଙ୍କ ନାଁ ପ୍ରସ୍ତାବ ଦେଇଥିଲେ ୟେଦୁରପ୍ପା ।

ବେଙ୍ଗାଲୁରୁ: ଏ ବାସବରାଜ ବୋମାଇ କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ । ବେଙ୍ଗଳୁରୁରେ ବିଧାୟକ ଦଳ ବୈଠକରେ ବାଜିଲା ମୋହର । ୬୧ ବର୍ଷୀୟ ବୋମାଇଙ୍କ ନାଁରେ ବାଜିଲା ମୋହର । ବୈଠକରେ ଲିଙ୍ଗାୟତ ସମ୍ପ୍ରଦାୟର ବୋମାଇଙ୍କ ନାଁ ପ୍ରସ୍ତାବ ଦେଇଥିଲେ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ୟେଦୁରପ୍ପା । ପର୍ଯ୍ୟବେକ୍ଷକ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ନାଁ ଘୋଷଣା । 

ବାସବରାଜ ହେଉଛନ୍ତି କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏସ୍‌ଆର୍‌ ବୋମାଇଙ୍କ ପୁଅ । ଜଣେ ମୁଖ୍ୟମନ୍ତ୍ରୀଙ୍କ ପରିବାରରୁ ଆସିଥିବାରୁ ସେ ରାଜ୍ୟର ରାଜନୀତିକୁ ଭଲ ଭାବେ ପରଖିଛନ୍ତି ଏବଂ ଚିହ୍ନିଛନ୍ତି ବୋଲି କୁହାଯାଇପାରେ । ପୂର୍ବରୁ ଅତି ନିକଟରୁ ସେ ରାଜ୍ୟ ରାଜନୀତିର ବଦୁଳୁଥିବା ଚିତ୍ର ମଧ୍ୟ ଦେଖିଛନ୍ତି । ତେଣୁ ସେ ମୁଖ୍ୟମନ୍ତ୍ରୀ ଭାର ସୁରୁଖୁରୁରେ ଏବଂ ସହଜରେ ବହନ କରିପାରିବେ ବୋଲି ଆଲୋଚନା ହେଉଛି । ୬୧ ବର୍ଷୀୟ ବୋମାଇଙ୍କ ନାଁରେ ମୁଖ୍ୟମନ୍ତ୍ରୀ ମୋହର ବାଜିବାର ଯଥେଷ୍ଟ ସମ୍ଭାବନା ରହିଛି । ୟେଦୁରପ୍ପାଙ୍କ ମନ୍ତ୍ରିମଣ୍ଡଳରେ ଗୃହମନ୍ତ୍ରୀ ଦାୟିତ୍ୱ ତୁଲାଉଥିଲେ ବୋମାଇ ।

ଅନ୍ୟପଟେ ଦୀର୍ଘ ଦିନ ଧରି ଚର୍ଚ୍ଚା ହେଉଥିଲେ ମଧ୍ୟ ୟେଦୁରପ୍ପା ଗତକାଲି ବିଧାୟକ ଦଳ ବୈଠକ ପରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ରାଜଭବନରେ ରାଜ୍ୟପାଳଙ୍କୁ ଭେଟି ଇସ୍ତଫା ପତ୍ର ପ୍ରଦାନ କରିଥିଲେ । ୨୬ ଜୁଲାଇରେ ତାଙ୍କ ସରକାର ଦୁଇ ବର୍ଷ ପୂରଣ ହେବା ପରେ ସେ ଇସ୍ତଫା  ଦେଇଥିଲେ । 

ଗତକାଲି ୟେଦୁଙ୍କ ଇସ୍ତଫା ପରେ ରାଜଭବନରେ ହଲଚଲ୍ ଆରମ୍ଭ ହୋଇଥିଲା । ବି.ଏସ୍ ୟେଦ୍ୟୁରପ୍ପାଙ୍କ ବ୍ୟତୀତ ଅନେକ ନେତା ଓ ମନ୍ତ୍ରୀ ମଧ୍ୟ ରାଜ ଭବନରେ ପହଞ୍ଚିଥିଲେ । ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଘୋଷଣା କରିବା ପରେ ୟେଦ୍ୟୁରପ୍ପା କହିଥିଲେ, କର୍ଣ୍ଣାଟକର ଲୋକଙ୍କ ପାଇଁ ତାଙ୍କର ଅନେକ କିଛି କରିବାର ଅଛି । ସମସ୍ତେ ମିଳିମିଶି କଠିନ ପରିଶ୍ରମ କରିବା ଉଚିତ୍ । ତେବେ ଇସ୍ତଫା ଘୋଷଣା କରିବା ପରେ ଭାବପ୍ରବଣ ହୋଇଯାଇଥିଲେ ୟେଦୁରପ୍ପା । ସବୁବେଳେ ଅଗ୍ନିପରୀକ୍ଷା ଦେଇ ଗତି କରିବାକୁ ପଡ଼ୁଛି ବୋଲି ସେ କହିଥିଲେ । ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବାର ପ୍ରଥମ ଦିନରୁ ତାଙ୍କୁ ଅନେକ ଆହ୍ୱାନର ସମ୍ମୁଖୀନ ହେବାକୁ ପଡ଼ିଥିଲା ।