• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ନୂଆଦିଲ୍ଲୀ: ଗୃହମନ୍ତ୍ରୀ ଅମିତ ଶାହାଙ୍କ ଜମ୍ମୁ ଓ କାଶ୍ମୀର ଗସ୍ତକୁ ନେଇ ବିଜେପିର ପ୍ରତିକ୍ରିୟା । ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଧାରା ୩୭୦ ଉଠିବାର ୨ ବର୍ଷ ପରେ କାଶ୍ମୀର ଗସ୍ତ କରିଛନ୍ତି ଅମିତ ଶାହା । ଆଉ ବିନା ବୁଲେଟ ପ୍ରୁଫ୍‌ରେ କାଶ୍ମୀରରେ ବୁଲିଛନ୍ତି । ଆଉ ସେଠାକାର ଯୁବକମେନଙ୍କ ସହ ଶାହ ଆଲୋଚନା କରିଛନ୍ତି । ଅମିତ ଶାହାଙ୍କ ଏଭଳି ସାହସକୁ ଭୁୟସୀ ପ୍ରଶଂସା କରିଛନ୍ତି ବୈଜୟନ୍ତ ପଣ୍ଡା ।

ଏହି ଅବସରରେ ବୈଜୟନ୍ତ ଆହୁରି କହିଛନ୍ତି ଯେ, କାଶ୍ମୀରର ପୁରୁଣା ନେତାମାନେ ପାକିସ୍ତାନ ସହ ଆଲୋଚନା ପାଇଁ କହୁଛନ୍ତି । ପୁରୁଣା ନେତାମାନଙ୍କର ଏଭଳି ପରାମର୍ଶକୁ ସେ ନାପସନ୍ଦ କରିଛନ୍ତି । ପୁରୁଣା ନେତାଙ୍କ ନୀତି ଆଦର୍ଶ ଯୋଗୁଁ ହଜାର ହଜାର ଯୁବକଙ୍କ ପ୍ରାଣ ଯାଇଛି । ବର୍ତ୍ତମାନର ଭାରତ, ସେତେବେଳର ଭାରତ ହୋଇନାହିଁ । ଆମକୁ କିଏ ବନ୍ଧୁକ ଦେଖାଇ କହିବ କଥା ହୁଅ, ତାହା ଆଉ ଚଳିବନି ।

କାଶ୍ମୀର ପ୍ରସଙ୍ଗରେ ଅମିତ ଶାହା ଯାହା କହିଛନ୍ତି ତାହା ଯଥାର୍ଥ ବୋଲି କହିଲେ ବୈଜୟନ୍ତ । ଶାହା କହିଛନ୍ତି LOC ସେପଟୁ ଯିଏ ଆତଙ୍କବାଦୀ ପଠାଉଛି ତା ସହ କଥା ହେବୁନି । ଆମେ ଆମ ଦେଶର କାଶ୍ମୀରର ଯୁବକଙ୍କ ସହ କଥା ହେବୁ କହିଛିନ୍ତି ଶାହା । କେନ୍ଦ୍ରର ଏଭଳି ପଦକ୍ଷେପ ପରେ କାଶ୍ମୀର ଅନେକ ବଦଳି ଯାଇଛି ବୋଲି କହିଛନ୍ତି ଶ୍ରୀ ପଣ୍ଡା । ସେ ଆହୁରି କହିଛନ୍ତି ପୂର୍ବରୁ ଯେଉଁଭଳି ପ୍ରତ୍ୟେକ ଦିନ ସେନାବାହିନୀ ଉପରକୁ ଢେଲାପଥର ମାଡ଼ ହେଉଥିଲା ତାହା ଏବେ ଅନେକ କ୍ଷେତ୍ରରେ କମିଯାଇଛି । ର୍ପୂବଭଳି ଯବାନମାନଙ୍କୁ ଆଉ ଢ଼େଲାପଥର ମାଡ଼ ହେଉ ନାହିଁ । ଅନ୍ୟପଟେ କାଶ୍ମୀରରେ ଆତଙ୍କବାଦୀ କାର୍ଯ୍ୟକଳାପ ଯଥେଷ୍ଟ ମାତ୍ରାରେ କମିଛି । କେନ୍ଦ୍ରର ନୂଆନୀତି ଏସବୁ ସଫଳତା ଆଣି ଦେଇଛି ବୋଲି କହିଛନ୍ତି ବୈଜୟନ୍ତ ।

ସୂଚନାଯୋଗ୍ୟ, ଉପତ୍ୟକାବାସୀଙ୍କ ସହ କଥା ହେବା ବେଳେ ବୁଲେଟ୍ ପ୍ରୁଫ୍ ସିଲଡ ହଟାଇ ଦେଇଥିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଶ୍ରୀନଗରସ୍ଥିତ ସେର୍‌ ଇ କାଶ୍ମୀର ସମ୍ମିଳନୀ କକ୍ଷରେ ଆଜି ଏକ କାର୍ଯ୍ୟକ୍ରମରେ ଉଦବୋଧନ ଦେବା ବେଳେ ଶାହା ନିଜ ବୁଲେଟ୍ ପ୍ରୁଫ୍ ସିଲ୍‌ଡ ହଟାଇ ଲୋକଙ୍କ ସହ ସିଧାସଳଖ କଥା ହେବାକୁ ଚାହାନ୍ତି ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଗୃହମନ୍ତ୍ରୀଙ୍କ ସହ ଜାମ୍ମୁ ଓ କାଶ୍ମୀର ରାଜ୍ୟପାଳ ମନୋଜ ସିହ୍ନା ମଧ୍ୟ ଯୋଗ ଦେଇଥିଲେ ।

ତେବେ ଲୋକଙ୍କୁ ଉଦବୋଧନ ବେଳେ ସିଧାସଳଖ କଥା ହେବାକୁ ଚାହାନ୍ତି ବୋଲି କହିବା ସହ ନିଜ ବୁଲେଟ୍ ପ୍ରୁଫ ସିଲ୍‌ଡ ହଟାଇ ନେବାକୁ ସୁରକ୍ଷାକର୍ମୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ପରେ ସୁରକ୍ଷା କର୍ମୀମାନେ କାଚର ପରଦାକୁ ହଟାଇ ନେଇଥିଲେ । ୨୦୧୯ରେ ରାଜ୍ୟରୁ ଧାରା ୩୭୦ ହଟିବା ପରେ କେନ୍ଦ୍ର ଗୃହମନ୍ତ୍ରୀଙ୍କ ଏହା ପ୍ରଥମ ଜାମ୍ମୁ କାଶ୍ମୀର ଗସ୍ତ । ଏହି ଅବସରରେ ସେ କହିଥିଲେ ଯେ, ତାଙ୍କୁ କାଶ୍ମୀର କିଛି ପୁରାଣା ନେତା ପାକିସ୍ତାନ ସହ ଆଲୋଚନା କରିବାକୁ କହୁଛନ୍ତି । କିନ୍ତୁ ସେ ରାଜ୍ୟର ଯୁବ ଗୋଷ୍ଠୀଙ୍କ ସହ ଆଲୋଚନା କରିବାକୁ ଚାହାନ୍ତି ବୋଲି କହିଥିଲେ ।