• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ପିପିଲି ଉପନିର୍ବାଚନ ପାଇଁ ଜୋରଦାର ପ୍ରସ୍ତୁତି ।

  • ଦିନକ ପରେ ଭୋଟ ଗ୍ରହଣ ହେବାକୁ ଥିବାରୁ ବୁଥ୍ ମୁହାଁ ହୋଇଛନ୍ତି ପୋର୍ଲିଂ ପାର୍ଟି ।

  • ପୁରୀ ପେଣ୍ଠକଣ୍ଟାରେ ଲାଗି ରହିଛି ପୁଲିଂ ପାର୍ଟିଙ୍କ ଭିଡ । 

ପିପିଲି: ପିପିଲି ଉପନିର୍ବାଚନ ପାଇଁ ଜୋରଦାର ପ୍ରସ୍ତୁତି । ଦିନକ ପରେ ଭୋଟ ଗ୍ରହଣ ହେବାକୁ ଥିବାରୁ ବୁଥ୍ ମୁହାଁ ହୋଇଛନ୍ତି ପୋର୍ଲିଂ ପାର୍ଟି । ପୁରୀ ପେଣ୍ଠକଣ୍ଟାରେ ଲାଗି ରହିଛି ପୁଲିଂ ପାର୍ଟିଙ୍କ ଭିଡ । ହାତରେ ରହିଛି ଇଭିଏମ୍ ସହ ପୋଲିଂ ସରଞ୍ଜାମ ଓ ଭୋଟରଙ୍କ ଲାଗି ଥର୍ମାଲ ସ୍କାନିଂ ମେସିନ୍ । ୩ଟି ପର୍ଯ୍ୟାୟରେ ପୋଲିଂ ପାର୍ଟିଙ୍କୁ ବୁଥ୍‌କୁ ପଠାଯାଇଛି ।

୩୦ ତାରିଖ ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ ହେବ । ଏଥିପାଇଁ ୩୪୮ଟି ମତଦାନ କେନ୍ଦ୍ର କରାଯାଇଛି । ମତଦାତାଙ୍କ ପରିଚୟ ଜାଣିବା ଲାଗି ଭୋଟର କାର୍ଡ ସହ ୧୧ଟି ଅନ୍ୟ ପ୍ରମାଣପତ୍ର ବ୍ୟବହାର କରାଯାଇପାରିବ । ମତଦାନ ଲାଗି ୨୨୦୦ ପୋଲିଂ ପର୍ସେନାଲ୍ ନିଯୁକ୍ତ ହୋଇଛନ୍ତି । ସେହିପରି ମତଦାନ ଲାଗି କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ୩୪୮ ବୁଥ୍ ମଧ୍ୟରୁ ୨୦୧ଟି ସମ୍ବେଦନଶୀଳ ବୁଥ୍‌ ଥିବାରୁ ସେଠାରେ ୱେବକାଷ୍ଟିଂ ଓ ଭିଡଓଗ୍ରାଫିର ବ୍ୟବସ୍ଥା ହୋଇଛି । ମୋଇକ୍ରୋ ଅବଜରଭର୍ ସହ ସେଣ୍ଟ୍ରାଲ୍ ଆର୍ମଡ ପୋଲିସ୍ ଫୋର୍ସ ବି ମୁତୟନ କରାଯାଇଛି । ୨ହାଜର ପୋଲିସ୍ ପର୍ସନେଲ୍, ୩୨ଟି ମୋବାଇଲ୍ ପାର୍ଟି ଓ ୩ କମ୍ପାନି କେନ୍ଦ୍ରୀୟ ଫୋର୍ସ ଶାନ୍ତିଶୃଙ୍ଖଳା ଦାୟିତ୍ୱରେ ରହିବେ ।

ମତଦାନ ବେଳେ କୋଭିଡ ଗାଇଡଲାଇନକୁ କଡ଼ାକଡି ପାଳନ କରାଯିବ । ସେଥିଲାଗି ଡବଲ ଡୋଜ୍ ଟିକା ନେଇଥିବା କର୍ମଚାରୀଙ୍କୁ ହିଁ ନିର୍ବାଚନ ପକ୍ରିୟାରେ ସାମିଲ କରାଯାଇଛି । ପିପିିଲିର ୨ଲକ୍ଷ ୨୯ ହଜାର ୯୯୮ ଭୋଟର ନିଜ ମତାଧିକାର ସାବ୍ୟସ୍ତ କରିବେ । କୋଭିଡ୍ ଲାଗି ପ୍ରତି ବୁଥ୍‌ରେ ହଜାରେ ଭୋଟରଙ୍କ ମତଦାନ ଲାଗି ବ୍ୟବସ୍ଥା ହୋଇଛି । ଥର୍ମାଲ ସ୍କାନିଂ ସହ ବୁଥ୍‌ରେ ସମାଜିକ ଦୂରତ୍ୱ ରକ୍ଷା, ମାସ୍କ ପିନ୍ଧିବା ଓ ସାନିଟାଇଜର୍ ବ୍ୟବହାର ଲାଗି ନିର୍ଦ୍ଦେଶ ଦିଆଯାଇଛି । ଭୋଟରଙ୍କ ପାଇଁ ଗ୍ଲୋବସ୍ ବ୍ୟବସ୍ଥା ମଧ୍ୟ ହୋଇଛି । କେହି ଭୋଟର ଯଦି ଜ୍ୱରରେ ପୀଡିତ ଥିବେ ତେବେ ତାଙ୍କୁ ଚିରୁକୁଟି ଦିଆଯିବ ଓ ସେ ଶେଷ ଘଣ୍ଟାରେ ଆସି ମତଦାନ କରିବେ । ଅକ୍ଟୋବର ୩ ତାରିଖରେ ଭୋଟ ଗଣତି ହେବ । ଉପନିର୍ବାଚନ ତାରିଖ ଦୁଇ ଦୁଇ ଥର ଘୁଞ୍ଚି ଥିବାରୁ ମତଦାନ ଲାଗି ଭୋଟରଙ୍କ ମଧ୍ୟରେ ବେଶ୍‌ ଉତ୍କଣ୍ଠା ରହିଛି ।