• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ସ୍ୱାଭାବିକ ହୋଇଛି ବିଧାନସଭା ସ୍ଥିତି ।

  • ଲଗାତର ୩ ଦିନ ଧରି ହଙ୍ଗାମା ଓ ଅଚଳାବସ୍ଥା ଥିଲା ।

  • ଶାନ୍ତିଶୃଙ୍ଖଳାର ସହ ପ୍ରଶ୍ନକାଳ ଶେଷ ହୋଇଛି ।

ଭୁବନେଶ୍ୱର: ଲଗାତର ୩ ଦିନର ହଙ୍ଗାମା ଓ ଅଚଳାବସ୍ଥା ପରେ ଆଜି ସ୍ୱାଭାବିକ ହୋଇଛି ବିଧାନସଭା ସ୍ଥିତି । ଶାନ୍ତିଶୃଙ୍ଖଳାର ସହ ପ୍ରଶ୍ନକାଳ ଶେଷ ହୋଇଛି । ନେତାଙ୍କ ସବୁ ପ୍ରଶ୍ନର ଉତ୍ତର ରଖିଛନ୍ତି ମନ୍ତ୍ରୀ । ହେଲେ ଏହାପରେ ଦୁର୍ନୀତି ପ୍ରସଙ୍ଗରେ କଂଗ୍ରେସ ଦେଇଥିଲା ମୁଲତବୀ ନୋଟିସ । ଷ୍ଟାଫ୍ ସିଲେକସନ ଦୁର୍ନୀତି ପ୍ରସଙ୍ଗରେ ଏହି ମୁଲତବୀ ନୋଟିସ ଦେଇଛି କଂଗ୍ରେସ ।

ଏହାର ଶୀର୍ଷକ ରହିଛି, ଓଡ଼ିଶା ଷ୍ଟାଫ୍ ସିଲେକସନ କମିଶନରେ ହେଉଛି ମହାଦୁର୍ନୀତି । ତଦନ୍ତ କରି ଦଣ୍ଡ ଦେବାରେ ସରକାର କୁନ୍ଥୁକୁନ୍ଥୁ । ଦୁର୍ନୀତି ପ୍ରତି ଜିରୋ ଟଲରେନ୍ସା ଘୋଷଣା ପ୍ରସହନରେ ପରିଣତ ହୋଇଛି । ତେବେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଏହି ମୁଲତବୀ ପ୍ରସ୍ତାବକୁ ଗ୍ରହଣ କରିଛନ୍ତି ।

ସେପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ତରଫରୁ ସଂସଦୀୟ ବ୍ୟାପାର ମନ୍ତ୍ରୀ ଗୃହରେ ଉତ୍ତର ରଖିବେ । ଏପଟେ ରାଜ୍ୟରେ ଖୋଲିବ ୨୪ଟି ନୂଆ ଆଇଟିଆଇ କଲେଜ ବୋଲି କୁହାଯାଇଛି । ବର୍ତ୍ତମାନ ୪୯ଟି ସରକାରୀ ଆଇଟିଆଇ କଲେଜ ରହିଥିବା ବେଳେ ୪୪୮ଟି ବେସରକାରୀ ଆଇଟିଆଇ କଲେଜ ରହିଛି । ପିଲାଙ୍କୁ ଅଧିକରୁ ଅଧିକ ତାଲିମ ପାଇଁ ବିଭାଗ ଫୋକସ କରୁଥିବା ବିଧାନସଭା ପ୍ରଶ୍ନକାଳ ଆଲୋଚନା ସମୟରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରେମାନନ୍ଦ ନାୟକ ସୂଚନା ଦେଇଛନ୍ତି ।

ଗତ ତିନିଦିନ ଧରି ବିଧାନସଭା ଅଚଳ ହେଉଥିବା ବେଳେ ଏଥିପାଇଁ ଉଭୟ ବିଜେପି ଓ କଂଗ୍ରେସ ପରସ୍ପରକୁ ଦାୟୀ କରି ଆସୁଥିଲେ । ବିରୋଧୀଙ୍କ ହଟ୍ଟଗୋଳ ଓ ଦୁଇ ବିରୋଧୀ ଦଳ ମଧ୍ୟରେ ତାଳମେଳ ଅଭାବରୁ କ୍ରମାଗତ ତୃତୀୟ ଦିନ ପାଇଁ ଗୃହ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା । କେବଳ ପ୍ରଥମ ଦିନରେ ମରୁଡ଼ି ପ୍ରସଙ୍ଗରେ ମୁଲତବୀ ଆଲୋଚନା ସମ୍ଭବପର ହୋଇପାରିଥିବା ବେଳେ ଅନ୍ୟ ସବୁ ସମୟରେ ଗୃହ ସୁରୁଖୁରୁରେ ଚାଲି ପାରିନାହିଁ । ତେବେ ଅପରାହ୍ନରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ସର୍ବଦଳୀୟ ବୈଠକ ଡାକିବା ପରେ ଗୃହରେ ସ୍ୱାଭାବିକ ଅବସ୍ଥା ଫେରିଛି ।

ତୃତୀୟ ଦିନ ସାଢ଼େ ୧୦ଟାରେ ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ କଂଗ୍ରେସ ବିଧାୟକମାନେ ଓଡ଼ିଶା ଷ୍ଟାଫ ସିଲେକ୍ସନ କମିଶନରେ ଦୁର୍ନୀତି ପ୍ରସଙ୍ଗ ଉଠାଇ ହୋହାଲ୍ଲା କରିବାରୁ ବାଚସ୍ପତି ସଙ୍ଗେସଙ୍ଗେ ଗୃହକୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ । ବିଜେପି ପକ୍ଷରୁ ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ପ୍ରସଙ୍ଗରେ ମୁଲତବୀ ପ୍ରସ୍ତାବ ଦିଆଯାଇଥିବା ବେଳେ କଂଗ୍ରେସର ହୋ-ହାଲ୍ଲା ଯୋଗୁ ଗୃହ ଚାଲି ପାରିନଥିଲା ଓ ଏଥିପାଇଁ ବିଜେପି ପକ୍ଷରୁ ଉଭୟ ବିଜେଡି ଓ କଂଗ୍ରେସକୁ ଦାୟୀ କରି କଡ଼ା ସମାଲୋଚନା କରାଯାଇଥିଲା ।