• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ଜାତୀୟ ସଂପତ୍ତିର ମନିଟାଇସେଜନ ନେଇ ମୋଦି ସରକାରଙ୍କୁ ଜୋରଦାର ବିରୋଧ ।

  • କାହିଁକି ଏଭଳି ହେଉଛି ପଚାରିଲେ ବରିଷ୍ଠ ନେତା ପଞ୍ଚାନନ କାନୁନଗୋ ।

  • ଏବେ ସେସବୁକୁ ବିକି ରାଜନୈତିକ ପାଣ୍ଠି ଯୋଗାଡ଼ କରିବାକୁ ଚେଷ୍ଟା କରୁଛନ୍ତି ମୋଦି ।

ଭୁବନେଶ୍ୱର: ବିଭିନ୍ନ ଜାତୀୟ ସଂପତ୍ତିର ମନିଟାଇସେଜନ ପାଇଁ ମୋଦି ସରକାରଙ୍କ ଯୋଜନାକୁ କଂଗ୍ରେସର ଜୋରଦାର ବିରୋଧ । ମୋଦି ସରକାର କାହିଁକି ଘରୋଇକରଣ କରୁଛନ୍ତି ବୋଲି ପ୍ରଶ୍ନ ଉଠାଇଛନ୍ତି ବରିଷ୍ଠ ନେତା ପଞ୍ଚାନନ କାନୁନଗୋ । ସେ କହିଛନ୍ତି, ୭୦ ବର୍ଷ ଭିତରେ କଂଗ୍ରେସ ଅମଳରେ ଦେଶର ବିକାଶ ପାଇଁ ଅନେକ ସଂସ୍ଥା, ଅନୁଷ୍ଠାନ କରାଯାଇଛି । ସେମାନେ ଦେଶର ବିକାଶର କର୍ଣ୍ଣଧାର ପାଲଟିଛନ୍ତି । ଏବେ ସେସବୁକୁ ବିକି ଦେଇ ରାଜନୈତିକ ପାଣ୍ଠି ଯୋଗାଡ଼ କରିବାକୁ ଚେଷ୍ଟା କରୁଛନ୍ତି ମୋଦି ।

ଏହି ନିଷ୍ପତ୍ତିରୁ କେନ୍ଦ୍ର ସରକାର ଓହରି ଯାଆନ୍ତୁ ବୋଲି ଦାବି କରିଛନ୍ତି ପଞ୍ଚାନନ । ମନିଟାଇଜେସନକୁ ନେଇ ମୋଦି ସରକାର ଏକ ଶ୍ୱେତପତ୍ର ପ୍ରକାଶ କରନ୍ତୁ ବୋଲି ମଧ୍ୟ ସେ ଦାବି କରିଛନ୍ତି ।

ତେବେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦ୍ୱାରା ଘୋଷିତ ଜାତୀୟ ମନିଟାଇଜେସନ୍ ପାଇପ ଲାଇନରେ ସ୍ଥାନ ପାଇଛି ଓଡ଼ିଶାର ବହୁ ପ୍ରକଳ୍ପ । ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦର ସମେତ ପାରାଦୀପ ବନ୍ଦର, ଭୁବନେଶ୍ୱରସ୍ଥିତ କଳିଙ୍ଗ ଅଶୋକା ହୋଟେଲ ଓ ପୁରୀସ୍ଥିତ ହୋଟେଲ ନୀଳାଚଳ ଏହି ତାଲିକାରେ ରହିଛି ।

ନୀତି ଆୟୋଗ ଦ୍ୱାରା ଏହି ତାଲିକା ପ୍ରସ୍ତୁତ କରାଯାଇଛି । ଭୁବନେଶ୍ୱର ବିମାନବନ୍ଦରର ଘରୋଇକରଣରୁ ୯୦୦ କୋଟି ଟଙ୍କା ରୋଜଗାର ପାଇଁ ଲକ୍ଷ୍ୟ ରଖିଛନ୍ତି କେନ୍ଦ୍ର ସରକାର । ସେହିଭଳି ପାରାଦୀପ ବନ୍ଦରର ୪ଟି ପ୍ରକଳ୍ପର ମନିଟାଇଜେସନ୍ ଲାଗି ନିଷ୍ପତ୍ତି ନେଇଛନ୍ତି । ମନିଟାଇଜେସନ୍ ପାଇପଲାଇନ୍ ଅନୁସାରେ, ୨୦୨୨ ଜାନୁଆରୀରେ ପାରାଦୀପ ବନ୍ଦରର ଇନର ହାର୍ବର ଫେସିଲିଟିର ଆଧୁନିକୀକରଣ ଓ ବଡ଼ ଜାହାଜ ଚଳାଚଳ ଲାଗି ୱେଷ୍ଟର୍ଣ୍ଣ ଡକ୍ କ୍ୟାିଭ୍ ବର୍ଥର ବିକାଶ ଲାଗି କାର୍ଯ୍ୟାଦେଶ ପ୍ରଦାନ କରାଯିବ ।