• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଲକଡାଉନରେ ବନ୍ୟପ୍ରାଣୀଙ୍କର ବଂଶବିସ୍ତାର ହୋଇଛି । ଝାଡ଼ଖଣ୍ଡର ପଲାମୁ ବ୍ୟାଘ୍ର ପ୍ରକଳ୍ପରେ ହରିଣଙ୍କ ସଂଖ୍ୟା ଆଶାତୀତ ଭାବେ ବୃଦ୍ଧି ପାଇଛି । ଯାହାକୁ ନେଇ ଅଭୟାରଣ୍ୟ କର୍ତ୍ତୃପକ୍ଷ ଖୁସି ପ୍ରକାଶ କରିଛନ୍ତି । ଅନ୍ୟପଟେ ଗୁଜରାଟରେ ଏକ ଅଭୟାରଣ୍ୟରେ ଏକକାଳୀନ ଦେଖିବାକୁ ମିଳିଛନ୍ତି ୭ ଶହରୁ ୮ ଶହ କୃଷ୍ଣସାର ମୃଗ । ଏକକାଳୀନ ଏତେ ସଂଖ୍ୟକ ହରିଣ ରାସ୍ତା ପାର ହେବା ଦୃଶ୍ୟ ବେସ୍ ମନମୁଗ୍ଧକର ହୋଇଛି ।

ରୋମାଞ୍ଚକର, ମନ ମୁଗ୍ଧକର ଦେଖିବାକୁ ଯେମିତି ମନଲୋଭା ସେମିତି କୌତୁକିଆ । ଜଙ୍ଗଲ ରାସ୍ତାରେ ଖୁସିରେ ଡିଆଁ ମାରୁଛନ୍ତି କୌତୁକିଆ କୃଷ୍ଣସାର ମୃଗ । ପଲ ପଲ ହୋଇ ଧାଉଁଛନ୍ତି ଚାରଣ ଭୂଇଁରେ । ଗୁଜରାଟ ଭାବନଗରସ୍ଥିତ ବ୍ଲାକବକ୍ ନ୍ୟାସନାଲ ପାର୍କର ଗୋଟିଏ ଦୁଇଟି ନୁହଁନ୍ତି ପ୍ରାୟ ୭ ଶହରୁ ୮ ଶହ କୃଷ୍ଣସାର ମୃଗ ଏକାଠି ବୁଲୁଛନ୍ତି । ଏତେ ସୁନ୍ଦର ଦୃଶ୍ୟ ଦେଖି କେହି ବି ଘଡ଼ିଏ ଚାହିଁ ରହିବ । ରାସ୍ତା ଉପରେ ଧାଡ଼ିକି ଧାଡ଼ି ହୋଇ ଖୁସିରେ ପଛକୁ ପଛ ହୋଇ ଧାଇଁ ଥିବାର ଦୃଶ୍ୟକୁ କ୍ୟାମେରାରେ କଏଦ କରାଯାଇଛି ।

ଭିଡିଓଟି କିଛି ଦିନ ତଳର ଗ୍ରାମ ରକ୍ଷକ ଦଳର ଜଣେ ଯବାନ ନିଜ ମୋବାଇଲଲେ ସୁଟିଂ କରି ସୋସିଆଲ୍ ମିଡିଆରେ ସେୟାର କରିଥିଲେ । ପରେ ଏହା ଭାଇରାଲ୍ ହୋଇଥିଲା । ଭିଡିଓଟିକୁ ଗୁଜରାଟର ଡିପାର୍ଟମେଣ୍ଟ ଅଫ୍ ଇନଫର୍ମେସନ ପକ୍ଷରୁ ମଧ୍ୟ ଟ୍ୱିଟର ଯୋଗେ ସେୟାର କରାଯାଇଥିଲା । ଏହାକୁ ଦେଖି ପ୍ରଶଂସା କରିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଟ୍ୱିଟରରେ ଭିଡିଓକୁ ସେୟାର କରିଛନ୍ତି । ଅଭୟାରଣ୍ୟରେ ମୋଟ ୩ରୁ ୪ ହଜାର ହରିଣ ଥିବା ବେଳେ ଭିଡିଓରେ ୭ ଶହରୁ ୮ ଶହ ହରିଣଙ୍କୁ ଦେଖାଯାଇଥିବା ବନ ବିଭାଗ ପକ୍ଷରୁ କୁହାଯାଇଛି ।

ସେହିପରି ଝାଡ଼ଖଣ୍ଡର ପଲାମୁ ଟାଇଗର ରିଜର୍ଭରରେ କରୋନା ସମୟରେ ଅଭୟାରଣ୍ୟ ବନ୍ଦ ଥିବା ବେଳେ ପଶୁପକ୍ଷୀଙ୍କ ବଂଶବିସ୍ତାର ହୋଇଛି । ହରିଣଙ୍କ ସହ ହାତୀ ଓ ମାଙ୍କଡ଼ଙ୍କର ସଂଖ୍ୟା ବୃଦ୍ଧି ପାଇଛି । ତେବେ ହରିଣଙ୍କ ସଂଖ୍ୟା ଆଖିଦୃଶିଆ ଭାବେ ବଢ଼ିଥିବା ଅଭୟାରଣ୍ୟ କର୍ତ୍ତୃପକ୍ଷ କହିଛନ୍ତି । ଲକଡାଉନ୍ ଯୋଗୁଁ ସବୁ କିଛି ବନ୍ଦ ରହିବା ଯୋଗୁଁ ବନ୍ୟପ୍ରାଣୀଙ୍କ ବଂଶ ବିସ୍ତାର ହୋଇଛି, ଯାହା ନିଶ୍ଚିତ ଭାବେ ଖୁସିର ଖବର ।