• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଚାଷୀ ଆନ୍ଦୋଳନ ସ୍ଥଳ ସିଂଘୁ ସୀମାରେ ଯୁବକଙ୍କୁ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ସରବଜିତ ସିଂଙ୍କୁ ୭ ଦିନିଆ ରିମାଣ୍ଡରେ ନେଲା ପୋଲିସ । ଆଜି ତାକୁ ସୋନିପତର ଏକ କୋର୍ଟରେ ହାଜର କରାଯାଇଥିଲା । ପୋଲିସ ୧୪ ଦିନ ରିମାଣ୍ଡରେ ନେବା ପାଇଁ କୋର୍ଟରେ ଆବେଦନ କରିଥିଲା । ତେବେ କୋର୍ଟ ୭ ଦିନ ରିମାଣ୍ଡ ପାଇଁ ଅନୁମତି ଦେଇଛନ୍ତି । ଏହି ଘଟଣାରେ ଆଉ ୪ ଜଣଙ୍କ ସମ୍ପୃକ୍ତି ଥିବା ପୋଲିସକୁ ସୂଚନା ଦେଇଛି ଅଭିଯୁକ୍ତ ସରବଜିତ । ସେମାନଙ୍କୁ ଧରିବା ପାଇଁ ତଲସୀ ଅଭିଯାନ ଜରି ରହିଥିବା ପୋଲିସ ପକ୍ଷରୁ କୁହାଯାଇଛି ।

ଅନ୍ୟପଟେ ଏହି ଘଟଣାରେ ଯୋଡ଼ି ହୋଇଛି ଆଉ ଏକ ନୂଆ ଫର୍ଦ୍ଦ । ନିହାଙ୍ଗ ଶିଖମାନେ ୩୫ ବର୍ଷୀୟ ଯୁବକ ଲଖବୀର ସିଂହଙ୍କୁ ହତ୍ୟା କରିଥିବା ସ୍ୱୀକାର କରିଛନ୍ତି । ଲଖବୀର ନିହାଙ୍ଗ ଶିଖଙ୍କ ପବିତ୍ର ଗ୍ରନ୍ଥକୁ ଅପବିତ୍ର କରିବାକୁ ଚେଷ୍ଟା କରୁଥିବା ବେଳେ ଏପରି ଘଟଣା ଘଟିଛି । ଏହି ଘଟଣାରେ ଗତକାଲି ସରବଜିତ୍ ଆତ୍ମସମର୍ପଣ କରିବା ପରେ ପୋଲିସ ତାକୁ ଗିରଫ କରିଥିଲା ।

ମୃତ ଲଖବୀରଙ୍କ ଘର ପଞ୍ଜାବର ତାରନ ଅଞ୍ଚଳରେ । ଗାଁରେ ତାଙ୍କର ପତ୍ନୀ ଓ ୩ ପିଲା ରୁହନ୍ତି । ସେ ହତ୍ୟାର ୩ ଦିନ ପୂର୍ବରୁ ହିଁ ଦିଲ୍ଲୀ ଆସି ନିହାଙ୍ଗ ଶିଖଙ୍କ କ୍ୟାମ୍ପରେ ରହିଥିଲେ । ଲଖବୀର ସିଂହଙ୍କ ଭଉଣୀ ରାଜ କୌର କହିଛନ୍ତି, ସେ ଜଣେ ଦିନ ମଜୁରିଆ ଭାବେ କାମ କରୁଥିଲେ । କାମ ପାଇଁ ସେ ଅଧିକାଂଶ ସମୟ ଘର ବାହାରେ ରହୁଥିଲେ । ୬ ତାରିଖରେ ସେ ଗାଁ ଠାରୁ ୧୫ କିମି ଦୂର ଛାବ୍ବାଲ ଯାଉଥିବା କହୁଥିଲେ ।

ଛାବ୍ବାଲ ଯିବା ପରେ ତାଙ୍କ ସହ କୌଣସି ଯୋଗାଯୋଗ ହୋଇ ପାରିନଥିଲା । ଶୁକ୍ରବାର ତାଙ୍କର ମୃତ୍ୟୁ ଦିଲ୍ଲୀର ସିଙ୍ଘୁ ସୀମାନ୍ତରେ ହୋଇଥିବା ଆମେ ଜାଣିବାକୁ ପାଇଲୁ । ତାଙ୍କୁ ଦିଲ୍ଲୀ ଯିବାକୁ କିଏ ପ୍ରଲୋଭିତ କରିଥିଲା, ତାର ତଦନ୍ତ ହେବା ଦରକାର ବୋଲି ପରିବାର ପକ୍ଷରୁ ଦାବି କରାଯାଇଛି । ପୋଲିସ୍ ଏଫଆଇଆର ରୁଜୁ କରି ଘଟଣାର ତଦନ୍ତ କରୁଛି ।