• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

News Highlights

  • LAC ବିବାଦ ନେଇ ବୈଠକ

  • ଚୁଶୁଲ୍ ମୋଲ୍ଡୋରେ ଅନୁଷ୍ଠିତ ହେବ ୧୩ତମ ବୈଠକ

  • ହଟ୍ ସ୍ପ୍ରିଙ୍ଗ୍ ଅଞ୍ଚଳରୁ ସୈନ୍ୟ ପ୍ରତ୍ୟାହାର ନେଇ ହେବ ଆଲୋଚନା

  • ଉଠିପାରେ ଉତ୍ତରାଖଣ୍ଡ ଓ ଅରୁଣାଚଳରେ ପିଏଲ୍ଏର LAC ଅତିକ୍ରମଣ ପ୍ରସଙ୍ଗ

ନୂଆଦିଲ୍ଲୀ: ଆଲୋଚନା ମାଧ୍ୟମରେ ପ୍ରକୃତ ନିୟନ୍ତ୍ରଣ ରେଖା ବା LACରେ ଦେଖାଦେଇଥିବା ବିବାଦର ସମାଧାନ ପାଇଁ ଆଜି ପୁଣି ବସୁଛି ଭାରତ-ଚୀନ୍ କୋର୍ କମାଣ୍ଡର୍ ସ୍ତରୀୟ ବୈଠକ। ଏହି ୧୩ତମ ବୈଠକ ଦିନ ସାଢ଼େ ୧୦ଟାରେ ଚୁଶୁଲ୍ ମୋଲ୍ଡୋରେ ଅନୁଷ୍ଠିତ ହେବ। ପାଟ୍ରୋଲିଂ ପଏଣ୍ଟ୍-୧୫ ବା ହଟ୍ସ୍ପ୍ରିଙ୍ଗ ଅଞ୍ଚଳରୁ ଉଭୟ ଦେଶର ସୈନ୍ୟ ପ୍ରତ୍ୟାହାର ପ୍ରସଙ୍ଗ ଆଲୋଚନାର ମୁଖ୍ୟ ଏଜେଣ୍ଡା ରହିଛି। ଏବେ ସେଠାରେ ଉଭୟ ପକ୍ଷରୁ ୫୦ ଜଣ ଲେଖାଏଁ ଯବାନ ମୁତୟନ ଅଛନ୍ତି। ଡେପ୍ସାଙ୍ଗ୍ ବଲଜ ଓ ଚାର୍ଡିଙ୍ଗ୍ ନାଲା ଜଙ୍କ୍ସନରେ ପାଟ୍ରୋଲିଂ ଅଧିକାର ପ୍ରସଙ୍ଗରେ ମଧ୍ୟ ଏହି ବୈଠକରେ ଆଲୋଚନା ହୋଇପାରେ ।

୧୦ ଦିନ ତଳେ ଅରୁଣାଚଳ ପ୍ରଦେଶ ତଓ୍ୱାଙ୍ଗରେ ଏବଂ ଅଗଷ୍ଟ ୩୦ରେ ଉତ୍ତରାଖଣ୍ଡ ବାରାହୋତି ଅଞ୍ଚଳରେ ଚୀନ୍ PLA ସୈନ୍ୟ ଭାରତ ସୀମା ଭିତରକୁ ପ୍ରାୟ ୫ କିଲୋମିଟର ପଶିଆସିଥିଲେ। ବିନା କୌଣସି ସଂଘର୍ଷରେ ସେମାନେ ଫେରିଯାଇଥିଲେ ମଧ୍ୟ ଏହି ଏଲ୍ଏସି ଅତିକ୍ରମଣ ପ୍ରସଙ୍ଗ ଭାରତ କୋର୍ କମାଣ୍ଡର୍ ସ୍ତରୀୟ ବୈଠକରେ ଉଠାଇପାରେ। ତେବେ ଏହି ବୈଠକକୁ ସମସ୍ତେ ଅପେକ୍ଷା କରିଥିବା କୁହାଯାଉଛି।