• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ନୂଆଦିଲ୍ଲୀ: ଆପଣ ଜାଣନ୍ତି କି, କେଉଁ ରାଜ୍ୟର ମୁଖ୍ୟମନ୍ତ୍ରୀ ସବୁଠାରୁ ଅଧିକ ଦରମା ପାଇଥାନ୍ତି ? ଆଉ କେଉଁ ରାଜ୍ୟର ମୁଖ୍ୟମନ୍ତ୍ରୀ ସବୁଠାରୁ କମ୍‌ ଦରମା ପାଇଥାନ୍ତି ? ତେବେ ଆସନ୍ତୁ ଜାଣିବା..

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ, ଦେଶର ସବୁଠାରୁ ବଡ଼ ରାଜ୍ୟ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଦରମା, ସୀମିତ କ୍ଷମତା ବିଶିଷ୍ଟ ରାଜ୍ୟ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଦରମାଠାରୁ ଖୁବ୍‌ କମ୍ । ଆପଣ ଏହା ଜାଣି ମଧ୍ୟ ଆଶ୍ଚର୍ଯ୍ୟ ହେବେ ଯେ, ତେଲେଙ୍ଗାନା ଭଳି ଏକ ନୂଆ ଏବଂ ଛୋଟ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଦରମା ଦେଶରେ ସବୁ ମୁଖ୍ୟମନ୍ତ୍ରୀଙ୍କଠାରୁ ଅଧିକ ରହିଛି । ତାଙ୍କ ଦରମା ଗୋଟିଏ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଦରମା ତୁଳନାରେ ଚାରି ଗୁଣ ଅଧିକ । ଆସନ୍ତୁ ଜାଣିବା କେଉଁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଦରମା କେତେ ଏବଂ ଏହା ବ୍ୟତୀତ ସେମାନେ ଅନ୍ୟ କେଉଁ କେଉଁ ସୁବିଧା ପାଉଛନ୍ତି ?

ଏକ ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଦେଶର ସବୁଠାରୁ ବଡ଼ ରାଜ୍ୟ ହେଉଛି ଉତ୍ତରପ୍ରଦେଶ । ଏହାର ମୁଖ୍ୟମନ୍ତ୍ରୀ ହେଉଛନ୍ତି ଯୋଗୀ ଆଦିତ୍ୟନାଥ । ଆଉ ତାଙ୍କ ଦରମା ହେଉଛି ୩ ଲକ୍ଷ ୬୫ ହଜାର ଟଙ୍କା । କିନ୍ତୁ ଦିଲ୍ଲୀ ଭଳ ଏକ ଛୋଟ ରାଜ୍ୟର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଦରମା ୩ ଲକ୍ଷ ୯୦ ହଜାର ଟଙ୍କା । ତେବେ ଦେଶରେ ସବୁଠାରୁ କମ୍‌ ବେତନ ପାଇଥାନ୍ତି ତ୍ରିପୁରା ମୁଖ୍ୟମନ୍ତ୍ରୀ । ତାଙ୍କ ଦରମା ଏକ ଲକ୍ଷ ୫ ହଜାର ଟଙ୍କା ।

ତେବେ ୨୦୧୪ରେ ଗଠିତ ତେଲେଙ୍ଗାନା ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଦରମା ୪ ଲକ୍ଷ ୧୦ ହଜାର ଟଙ୍କା । ତ୍ରିପୁରା ଓ ଗୋଆ ଦୁଇଟି ଯାକ ଛୋଟ ରାଜ୍ୟ । ଏହି ଦୁଇଟି ରାଜ୍ୟରୁ ମାତ୍ର ଦୁଇ ଜଣ ଲେଖାଏଁ ସାଂସଦ ନିର୍ବାଚିତ ହୋଇଥାନ୍ତି । କିନ୍ତୁ ତ୍ରିପୁରା ମୁଖ୍ୟମନ୍ତ୍ରୀଙ୍କ ଦରମା ତୁଳନାରେ ଗୋଆ ମୁଖ୍ୟମନ୍ତ୍ରୀଙ୍କ ଦରମା ଦୁଇଗୁଣାରୁ ଅଧିକ । ଅର୍ଥାତ ଗୋଆ ମୁଖ୍ୟମନ୍ତ୍ରୀଙ୍କ ଦରମା ୨ ଲକ୍ଷ ୨୦ ହଜାର ଟଙ୍କା ।

ଦେଶରେ ମୋଟ ୨୮ଟି ରାଜ୍ୟ ଓ ୮ ଟି କେନ୍ଦ୍ର ଶାସିତ ଅଞ୍ଚଳ ରହିଛି । ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଦରମା ଭିନ୍ନ ଭିନ୍ନ । ପ୍ରତ୍ୟେକ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ବେତନ ସେହି ରାଜ୍ୟର ବିଧାନସଭା ନିଷ୍ପତି ନେଇଥାଏ । ଏହି ବେତନ ପ୍ରତ୍ୟେକ ୧୦ ବର୍ଷରେ ଥରେ ବଢ଼ିଥାଏ । ଏଥିରେ ମହଙ୍ଗା ଭତ୍ତା ସହ ଅନ୍ୟ ସମସ୍ତ ଭତ୍ତା ସାମିଲ ହୋଇଥାଏ ।

ଏବେ ଜାଣନ୍ତୁ କେଉଁ ମୁଖ୍ୟମନ୍ତ୍ରୀଙ୍କ ଦରମା କେତେ ?

ତ୍ରିପୁରା ୧ ଲକ୍ଷ ୦୫ ହଜାର ୫୦୦ ଟଙ୍କା

ନାଗାଲାଣ୍ଡ ୧ ଲକ୍ଷ ୧୦ ହଜାର ଟଙ୍କା

ମଣିପୁର ୧ ଲକ୍ଷ ୨୦ ହଜାର ଟଙ୍କା

ଆସାମ ୧ ଲକ୍ଷ ୨୫ ହଜାର ଟଙ୍କା

ଅରୁଣାଚଳ ପ୍ରଦେଶ ୧ ଲକ୍ଷ ୩୩ ହଜାର ଟଙ୍କା

ମେଘାଳୟ ୧ ଲକ୍ଷ ୫୦ ହଜାର ଟଙ୍କା

ଓଡିଶା ୧ ଲକ୍ଷ ୬୦ ହଜାର ଟଙ୍କା

ଉତ୍ତରାଖଣ୍ଡ ୧ ଲକ୍ଷ ୭୫ ହଜାର ଟଙ୍କା

ରାଜସ୍ଥାନ ୧ ଲକ୍ଷ ୭୫ ହଜାର ଟଙ୍କା

କେରଳ ୧ ଲକ୍ଷ ୮୫ ହଜାର ଟଙ୍କା

ସିକ୍କିମ୍ ୧ ଲକ୍ଷ ୯୦ ହଜାର ଟଙ୍କା

କର୍ଣ୍ଣାଟକ ୨ ଲକ୍ଷ ଟଙ୍କା

ତାମିଲନାଡୁ ୨ ଲକ୍ଷ ୦୫ ହଜାର ଟଙ୍କା

ପଶ୍ଚିମବଙ୍ଗ ୨ ଲକ୍ଷ ୧୦ ହଜାର ଟଙ୍କା

ବିହାର ୨ ଲକ୍ଷ ୧୫ ହଜାର ଟଙ୍କା

ଗୋଆ ୨ ଲକ୍ଷ ୨୦ ହଜାର ଟଙ୍କା

ପଞ୍ଜାବ ୨ ଲକ୍ଷ ୩୦ ହଜାର ଟଙ୍କା

ଛତିଶଗଡ ୨ ଲକ୍ଷ ୩୦ ହଜାର ଟଙ୍କା

ମଧ୍ୟପ୍ରଦେଶ ୨ ଲକ୍ଷ ୩୦ ହଜାର ଟଙ୍କା

ଝାଡଖଣ୍ଡ ୨ ଲକ୍ଷ ୫୫ ହଜାର ଟଙ୍କା

ହରିୟାଣା ୨ ଲକ୍ଷ ୮୮ ହଜାର ଟଙ୍କା

ହିମାଚଳ ପ୍ରଦେଶ ୩ ଲକ୍ଷ ୧୦ ହଜାର ଟଙ୍କା

ଗୁଜୁରାଟ ୩ ଲକ୍ଷ ୨୧ ହଜାର ଟଙ୍କା 

ଆନ୍ଧ୍ରପ୍ରଦେଶ ୩ ଲକ୍ଷ ୩୫ ହଜାର ଟଙ୍କା

ମହାରାଷ୍ଟ୍ର ୩ ଲକ୍ଷ ୪୦ ହଜାର ଟଙ୍କା

ଉତ୍ତରପ୍ରଦେଶ ୩ ଲକ୍ଷ ୬୫ ହଜାର ଟଙ୍କା

ଦିଲ୍ଲୀର ୩ ଲକ୍ଷ ୯୦ ହଜାର ଟଙ୍କା

ତେଲେଙ୍ଗାନା ୪ ଲକ୍ଷ ୧୦ ହଜାର ଟଙ୍କା