• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ନୂଆଦିଲ୍ଲୀ: ପୂର୍ବତନ ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଗଠନ ହେଲା NCC କମିଟି । NCCକୁ ଅଧିକ ସମୟୋପଯୋଗୀ କରିବାକୁ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ଏହି ହାଇଲେବଲ ଏକ୍ସପର୍ଟ କମିଟି ଗଠନ କରାଯାଇଛି । ଏହି ୧୫ ଜଣିଆ କମିଟିରେ କ୍ରିକେଟର ମହେନ୍ଦ୍ର ସିଂ ଧୋନୀ ସଦସ୍ୟ ମନୋନୀତ ହୋଇଛନ୍ତି ।

ସେହିପରି ଶିଳ୍ପପତି ଆନନ୍ଦ ମହିନ୍ଦ୍ରା, ସାଂସଦ ବିନୟ ସହସ୍ରବୁଦ୍ଧେ, ରାଜ୍ୟବର୍ଦ୍ଧନ ସିଂ ରାଠୋର ବି ଏହି କମିଟିରେ ସଦସ୍ୟ ଅଛନ୍ତି । NCC ଅର୍ଥାତ ଜାତୀୟ ସମର ଶିକ୍ଷାର୍ଥୀ ବାହିନିକୁ ଅଧିକ ସମୟୋପଯୋଗୀ ପାଇଁ ଏହି କମିଟି ବିଶ୍ଳେଷଣ କରିବ । ବୈଜୟନ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଏହି ବିଶେଷଜ୍ଞ କମିଟି NCCକୁ ସଶକ୍ତୀକରଣ କରିବା ସହ ରାଷ୍ଟ୍ର ନିର୍ମାଣ ଓ ରାଷ୍ଟ୍ରର ଉନ୍ନତିରେ କ୍ୟାଡେଟ୍ ମାନଙ୍କର ବିଭିନ୍ନ କ୍ଷେତ୍ରରେ ଯୋଗଦାନକୁ ସକ୍ରିୟ କରିବା ପାଇଁ ସରକାରଙ୍କୁ ବିଭିନ୍ନ ପ୍ରସ୍ତାବ ସୁପାରିଶ କରିବେ ।

ଯୁବ ନାଗରିକଙ୍କ ମଧ୍ୟରେ ଉତ୍ତମ ଚରିତ୍ର ଗଠନ, ଦକ୍ଷତା ବିକାଶ, ଶୃଙ୍ଖଳା ଓ ନିସ୍ୱାର୍ଥପର ସେବା ମନୋଭାବ ଜାଗ୍ରତ କରିବାରେ ଏନସିସିର ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଛି ।