• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ନୂଆଦିଲ୍ଲୀ: ଦେଶରେ ୧୦୦ କୋଟି ଟିକାକରଣକୁ ନେଇ ସେଲିବ୍ରେସନ୍ କରିଛି ସ୍ପାଇସଜେଟ ଏୟାରଲାଇନ୍ସ । ବିମାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସ୍ୱାସ୍ଥ୍ୟକର୍ମୀଙ୍କ ଫଟୋ ଲଗାଯାଇଛି । ଏତେ କମ୍ ମାସ ଭିତରେ ୧୦୦ କୋଟି ଟୀକାକରଣ ସମ୍ଭବ ହୋଇଥିବାରୁ ସ୍ପାଇସଜେଟ ପକ୍ଷରୁ ଏଭଳି ନିଆରା ପ୍ରୟାସ କରାଯାଇଛି । ବିମାନ ବାହାରେ ଠିଆ ହୋଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭ୍ୟ, ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଭାରତୀ ପ୍ରବୀଣ ପାଓ୍ୱାର ଏବଂ ସ୍ପାଇସଜେଟ ସିଏମଡି ଅଜୟ ସିଂ ବିଜୟ ସଙ୍କେତ ଦେଇଛନ୍ତି ।

ସେହିଭଳି ଦେଶରେ ୧୦୦ କୋଟି ଟିକାକରଣକୁ ନେଇ ବାଲିରେ ଚିତ୍ର ଆଙ୍କିଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ପୁରୀ ବେଳାଭୂମିରେ ବାଲିରେ ଏକ ସୁନ୍ଦର ଚିତ୍ର କରି ପ୍ରଧାନମନ୍ତ୍ରୀଙ୍କ ସମେତ ପୂରା ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ବାଲିରେ ଭାରତର ମାନଚିତ୍ର କରି ଟିକା ଦେବାର ନିଖୁଣ ଚିତ୍ର ଆଙ୍କିଛନ୍ତି ସୁଦର୍ଶନ ପଟ୍ଟନାୟକ।

 

ଅନ୍ୟପଟେ ରାଜ୍ୟରେ ଶିଶୁମାନଙ୍କ ଟିକାକରଣ ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି । ଆସନ୍ତାକାଲି ସବୁ ରାଜ୍ୟର ଅଧିକାରୀଙ୍କୁ ଭର୍ଚୁଆଲ ମୋଡ୍‌ରେ ପ୍ରଶିକ୍ଷଣ ଦିଆଯିବ । ଏହାପରେ ରାଜ୍ୟ ସରକାର ଜିଲ୍ଲା ସ୍ତରୀୟ ଅଧିକାରୀଙ୍କୁ ପ୍ରଶିକ୍ଷଣ ଦେବେ । ଶିଶୁଙ୍କୁ କୋଭାକ୍ସିନ୍ ଟିକା ଦେବା ପାଇଁ କେବଳ ଏକ୍ପପର୍ଟ କମିଟି ଅନୁମୋଦନ କରିଛି । ଏହାପରେ DCGIର ଅନୁମୋଦନକୁ ଅପେକ୍ଷା କରାଯାଇଛି । ତେବେ ୨ରୁ ୧୮ ବର୍ଷ ବୟସର ସବୁ ପିଲାଙ୍କୁ ଟିକା ଦିଆଯିବ କି କିଛି ନିର୍ଦ୍ଦିଷ୍ଟ ବର୍ଗଙ୍କୁ ଦିଆଯିବ ସେନେଇ ସ୍ପଷ୍ଟ ହୋଇନଥିବା ପରିବାର କଲ୍ୟାଣ ନିର୍ଦ୍ଦେଶକ କହିଛନ୍ତି ।