• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ପୃଥିବୀ ପରକ୍ରମା ପରେ ଫେରିଲେ ୪ ସାଧାରଣ ଲୋକ

ନୂଆଦିଲ୍ଲୀ: ଇତିହାସ ରଚିଲା ସ୍ପେସ୍ ଏକ୍ସ। ସାଧାରଣ ନାଗରିକଙ୍କୁ ଅନ୍ତରୀକ୍ଷ ପରିକ୍ରମା କରାଇ ପୃଥିବୀ ପୃଷ୍ଠକୁ ପୁଣି ଥରେ ଫେରିଛି ଡ୍ରାଗନ୍ କ୍ୟପସୁଲ୍ସ । ସ୍ପେସ୍ ଏକ୍ସର ଅନ୍ତରୀକ୍ଷ ଜାନ ବହୁତ ଦିନ ଧରି ପୃଥିବିର ପରକ୍ରମା କରିବା ପରେ ପୃଥିବି ପୃଷ୍ଠକୁ ପ୍ରତ୍ୟାବର୍ତ୍ତନ କରିଛି । ଫ୍ଲୋରିଡା ଉପକୂଳରେ ଆଟଲାଣ୍ଟିକ୍ ମହାସାଗରରେ ଏହା ଅବତରଣ କରିଛି । ସ୍ଥାନୀୟ ସମୟ ଅନୁଯାୟୀ ସଂଧ୍ୟା ୭ଟାରେ ସମୁଦ୍ରରେ ଅବତରଣ କରିଥିଲା । ଯାହାର ଦୃଶ୍ୟ ସ୍ପେସ୍ ଏକ୍ସ ପକ୍ଷରୁ ନିଜର ୟୁଟୁବ୍ ଚ୍ୟାନେଲରେ ଲାଇଭ୍ ଟେଲିକାଷ୍ଟ କରାଯାଇଥିଲା ।

ବିଶିଷ୍ଟ ବ୍ୟବସାୟୀ ଏଲନ ମସ୍କଙ୍କ ସ୍ପେସିଅସ୍ କଂପାନୀ ଅନ୍ତରୀକ୍ଷକୁ ୪ ଜଣ ସାଧାରଣ ଲୋକଙ୍କ ପଠାଇଥିଲା । ସ୍ପେସ୍ ଏକ୍ସର ଡ୍ରାଗନ୍,ସ୍ପେସ୍ କ୍ରାଫ୍ଟର ଇନ୍ସିପ୍ରେସନ-୪ରେ ୪ ଜଣ ମହାକାଶଯାତ୍ରୀ ଥିଲେ । ଏହି ମିଶନର ନାଁ ରଖାଯାଇଥିଲା ଇନ୍‌ସ୍ପିରେସନ୍‌-୪। ଏହା ହେଉଛି ପୃଥିବୀର କକ୍ଷ ପଥକୁ ଯାଇଥିବା ପ୍ରଥମ ନନ୍‌ ପ୍ରଫେସନାଲ ଆଷ୍ଟ୍ରୋନଟ୍ସ କ୍ରୁ ବା ସାଧାରଣ ନାଗରିକଙ୍କ ଏକ ଟିମ୍‌। ଏହି ୪ ଜଣ ମହାକାଶ ଯାତ୍ରୀ ଅନ୍ତର୍ଜାତୀୟ ସ୍ପେସ୍‌ ଷ୍ଟେସନରେ ୧୬୦ କିମି ଉଚ୍ଚ କକ୍ଷରେ ପରିକ୍ରମା କରି ୩ ଦିନ ବିତାଇଥିଲେ।

ସେପ୍ଟେମ୍ବର ୧୫ରୁ ଫ୍ଲୋରିଡାର କେନେଡି ସ୍ପେସ୍ ସେଣ୍ଟରରୁ ନାସାର ୩୯-ଏରୁ ମିଶନ ଲଞ୍ଚ୍ କରାଯାଇଥିଲା । ଏହି ମିଶନରେ ଜେରଡ ଇସାକ ମାନଙ୍କ ସହ ହେଲି ଆର୍ସିନକ୍ସ,ସିୟାନ ପ୍ରାକ୍ଟର ଓ କ୍ରିସ୍ ସମ୍ବ୍ରୋକ୍ସୀ ଏଥିରେ ସାମିଲ ଥିଲେ । ତେବେ ସମସ୍ତ ୪ ଜଣ ସୁରକ୍ଷିତ ଭାବରେ ପୃଥିବୀ ପୃଷ୍ଠକୁ ଫେରି ଆସିଛନ୍ତି । ମହାକାଶକୁ ସାଧାରଣ ଲୋକ ଯିବାରେ ସାରାଦୁନିଆରେ ଏ ହେଉଛି ପ୍ରଥମ ଘଟଣା । ସ୍ପେସ୍ ଏକ୍ସର ଅନ୍ତରୀକ୍ଷ ଯାନ ୩ ଦିନ ଧରି ପୃଥିବୀର ପରକ୍ରମା କଲା ପରେ ପୃଥିବୀ ପୃଷ୍ଠକୁ ଏହା ପ୍ରତ୍ୟାବର୍ତ୍ତନ କରିଛି । ଫ୍ଲୋରିଡା ଉପକୂଳରେ ଏହା ଅବତରଣ କରିଥିଲା । ଏହି ସଫଳ ଅଭିଯାନ ପରେ ୪ ଜଣ ସାଧାରଣ ନାଗରିକ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଥିଲା । ପ୍ରଥମ ଥର ଏହି ନୂଆ ଅନୁଭୁତିକୁ ନେଇ ବେଶ୍ ଖୁସି ଥିବା ଦେଖିବାକୁ ମିଳିଛି ।