• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ନୂଆଦିଲ୍ଲୀ : ଦିଲ୍ଲୀ ସରକାରଙ୍କ ’ଦେଶର ମେଣ୍ଟର’ କାର୍ଯ୍ୟକ୍ରମର ବ୍ରାଣ୍ଡ୍ ଆମ୍ବାସଡ଼ର ସୋନୁ ସୁଦ୍ । ଶ୍ରମିକଙ୍କ ମସିହା ତଥା ଲୋକପ୍ରିୟ ଅଭିନେତା ସୋନୁ ସୁଦ ଆଜି ରାଜଧାନୀ ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଭେଟିଛନ୍ତି । ଏହି ବୈଠକ ପରେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ଏବଂ ଅଭିନେତା ସୋନୁ ସୁଦ୍ ଶୁକ୍ରବାର ଦିନ ୧୦ଟାରେ ମିଳିତ ଭାବେ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ତେବେ ଏଥିରେ କେଜ୍ରିୱାଲ କହିଛନ୍ତି, ସୋନୁ ଦେଶର ମେଣ୍ଟର କାର୍ଯ୍ୟକ୍ରମର ବ୍ରାଣ୍ଡ ଆମ୍ବାସାଡର ହେବାକୁ ରାଜି ହୋଇଛନ୍ତି । ଏଥିପାଇଁ ସୋନୁ ସୁଦଙ୍କୁ ସେ ଧନ୍ୟବାଦ ଜ୍ଞାପନ କରିଛନ୍ତି ।

ଅଭିନେତାଙ୍କୁ ପ୍ରଶଂସା କରିବା ସହ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି, ଯେଉଁଠି ସମସ୍ୟା ଥାଏ ସେଇଠି ବିନା ଡକରାରେ ପହଞ୍ଚି ଯାଆନ୍ତି ସୋନୁ ସୁଦ୍ । ସେ ସମଗ୍ର ଦେଶ ପାଇଁ ଏକ ବଡ଼ ପ୍ରେରଣା ପାଲଟିଛନ୍ତି । ସରକାର ଯାହା କରିବାକୁ ଅସମର୍ଥ, ସୋନୁ ତାହା କରି ଦେଖାଛନ୍ତି । ଆଜି ଏସମ୍ପର୍କରେ ଅନେକ ଆଲୋଚନା ହୋଇଛି । ଗରିବ ଓ ଅଭାବୀ ଲୋକଙ୍କୁ ସାହାଯ୍ୟ କରିବାକୁ ସୋନୁ କିପରି ନେଟୱାର୍କ ସୃଷ୍ଟି କଲେ, ସେ ବିଷୟରେ ଅନେକ ଆଲୋଚନା ହୋଇଥିଲା । ଦିଲ୍ଲୀ ସରକାରଙ୍କ ବକାଶମୂଳକ କାର୍ଯ୍ୟ ସମ୍ପର୍କରେ ମଧ୍ୟ ସୋନୁ ସୁଦଙ୍କୁ କୁହାଯାଇଛି ।

ସୂଚନାଯୋଗ୍ୟ ମହାମାରୀର ମହାସଙ୍କଟ ସମୟରେ ସୋନୁ ସୁଦ ଗରିବ ଲୋକଙ୍କ ପାଇଁ ଦେବଦୂତ ହୋଇ ଛିଡ଼ା ହୋଇଥିଲେ । କରୋନା ଆରମ୍ଭ ହେଉ ଦେଶରେ ଲାଗୁ ହୋଇଯାଇଥିଲା ଲକଡାଉନ । ଆଉ ସେହି ଦିନଠାରୁ ହିଁ ଲୋକଙ୍କୁ ସାହାଯ୍ୟ କରିବାକୁ ପଣ କରିଥିଲେ ସୁଦ୍ । କେଉଁଠି ଫସିଥିବା ଲୋକଙ୍କୁ ନିଜ ଘରେ ପହଂଚାଇବାର ବ୍ୟବସ୍ଥା ତ ଆଉ କେଉଁଠି ଭୋକିଲାଙ୍କ ମୁହଁରେ ଯୋଗାଇଥିଲେ ଆହର । ପୁଣି କେଉଁଠି ପାଠ ପଢିପାରୁନଥିବା ପିଲାଙ୍କ ପାଖରେ ବହି ପହଂଚାଇ ତାଙ୍କ ସ୍ୱପ୍ନକୁ କରିଥିଲେ ସାକାର । କେବଳ ଏତିକି ନୁହେଁ ବରଂ ପ୍ରୱାସୀ ଶ୍ରମିକଙ୍କ ଲାଗି ପରିବହନ ବ୍ୟବସ୍ଥା ମଧ୍ୟ କରିଥିଲେ ।