• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Chandan Shishu

ଲକ୍ଷ୍ନୌ: ବିଭିନ୍ନ ରାଜ୍ୟରୁ ୬ ଆତଙ୍କୀ ଧରାପଡ଼ିବା ଘଟଣାରେ ସାମ୍ନାକୁ ଆସିଲା ସେମାନଙ୍କର ଭୟଙ୍କର ଟେରର୍ ପ୍ଲାନ୍। ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ପାର୍ବଣ ବେଳେ ବଡ଼ ଧମାକା କରିବାକୁ ବ୍ଲୁ-ପ୍ରିଣ୍ଟ୍ ପ୍ରସ୍ତୁତ କରିସାରିଥିଲେ ଏହି ଆତଙ୍କୀମାନେ। କୁହାଯାଉଛି ଯେ, ସେମାନେ ଏକାଧିକ ଟାର୍ଗେଟେଡ୍ କିଲିଂ ଏବଂ ସିରିଜ୍ IED ବ୍ଲାଷ୍ଟ୍ କରିବା ଯୋଜନାରେ ଥିଲେ। ବିଶେଷ କରି ନବରାତ୍ର ଓ ରାମଲୀଳା ବେଳେ ଜନଗହଳିପୂର୍ଣ୍ଣ ସ୍ଥାନକୁ ଟାର୍ଗେଟ୍ କରିଥାନ୍ତେ। ଅଧିକ ତଦନ୍ତ ପାଇଁ ୬ଜଣଙ୍କୁ ରିମାଣ୍ଡରେ ନେଇଛି ଦିଲ୍ଲୀ ପୋଲିସର ସ୍ପେଶାଲ୍ ସେଲ୍।

୬ ଆତଙ୍କୀ ମହମ୍ମଦ ଶେଖ୍ ଓରଫ୍ ସମୀର କାଲିୟା, ଓସାମା ଓରଫ୍ ସାମି, ମୁଲଚାନ୍ଦ ଓରଫ୍ ସାଜୁ ଓରଫ୍ ଲାଲା, ମହମ୍ମଦ ଅବୁ ବକର, ଜିସାନ କମାର ଓ ଆମିର ଜାଭେଦକୁ କଡ଼ା ସୁରକ୍ଷା ଭିତରେ ଆଜି କୋର୍ଟରେ ହାଜର କରାଯାଇଥିଲା। କୁହାଯାଉଛି ଯେ, ଓସାମା ଓ ଜିସାନ ପାକିସ୍ତାନରୁ ଟ୍ରେନିଂ ନେଇଛନ୍ତି।

ସେମାନେ ୟୁପି, ମହାରାଷ୍ଟ୍ର ଓ ଦିଲ୍ଲୀରୁ ଗିରଫ ହୋଇଥିବା ବେଳେ, ସେମାନଙ୍କ ଠାରୁ ବିସ୍ଫୋରକ, ବନ୍ଧୁକ ଓ ଗୁଳି ଆଦି ଜବତ ହୋଇଛି। ମହମ୍ମଦ ଶେଖ୍ ଓରଫ୍ ସମୀର କାଲିୟାର ଅଣ୍ଡରର୍ଓ୍ୱାଲ୍ଡ ଡନ୍ ଦାଉଦ୍ ଇବ୍ରାହିମ୍ କନେକ୍ସନ ଥିବା ମଧ୍ୟ ସାମ୍ନାକୁ ଆସିଛି। ସେ ଦାଉଦ୍‌ର ଭାଇ ଅନିସ୍ ଇବ୍ରାହିମ୍‌ର ଘନିଷ୍ଠ ବୋଲି କୁହାଯାଉଛି।