• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • କେନ୍ଦ୍ର ମନ୍ତ୍ରିମଣ୍ଡଳରୁ ପ୍ରତାପ ଷଡ଼ଙ୍ଗୀଙ୍କ ଇସ୍ତଫା 

  • ସଂପ୍ରସାରଣ ଅବସରରେ ଇସ୍ତଫା ଦେଇଥିବା ସୂଚନା ମିଳିଛି

  • ସ୍ବାସ୍ଥ୍ୟ ମନ୍ତ୍ରୀ ହର୍ଷବର୍ଦ୍ଧନ ଇସ୍ତଫା ଦେଇଥିବା ସୂଚନା

ଭୁବନେଶ୍ୱର : କେନ୍ଦ୍ର ମନ୍ତିମଣ୍ଡଳରୁ ଇସ୍ତଫା ଦେଲେ ପ୍ରତାପ ଷଡ଼ଙ୍ଗୀ । ସଂପ୍ରସାରଣ ଅବସରରେ ଇସ୍ତଫା ଦେଇଥିବା ସୂଚନା । ଏମଏସଏମଇ ଓ ପଶୁସମ୍ପଦ ବିଭାଗର ମନ୍ତ୍ରୀ ଥିଲେ ପ୍ରତାପ ଷଡ଼ଙ୍ଗୀ ।ଓଡ଼ିଶାର ମୋଦି ଭାବରେ ପରିଚିତ ଥିଲେ ନନା ।  ସେହିପରି ମୋଦିଙ୍କ ଟିମର ବାଦ୍ ପଡ଼ିଛନ୍ତି ବଡ଼ ଚେହେରା । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ପଦ ଛାଡ଼ିଲେ ଡାକ୍ତର ହର୍ଷବର୍ଦ୍ଧନ । ସଂପ୍ରସାରଣ ପୂର୍ବରୁ ସ୍ୱାସ୍ଥ୍ୟମନ୍ତ୍ରୀ ପଦରୁ ସେ ଇସ୍ତଫା ଦେଇଛନ୍ତି । ମୋଦିଙ୍କ ଦ୍ୱିତୀୟ ପାଳିରେ ସ୍ୱାସ୍ଥ୍ୟମନ୍ତ୍ରୀ ହୋଇଥିଲେ ହର୍ଷବର୍ଦ୍ଧନ । ନୂଆଦିଲ୍ଲୀରୁ ସାଂସଦ ଅଛନ୍ତି ଡାକ୍ତର ହର୍ଷବର୍ଦ୍ଧନ ।

ସଂପ୍ରସାରଣ ପୂର୍ବରୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିୟଲ ନିଶଙ୍କ, ଶ୍ରମମନ୍ତ୍ରୀ ସନ୍ତୋଷ ଗଙ୍ଗଓ୍ୱର ଇସ୍ତଫା, ରସାୟନ ଓ ସାର ମନ୍ତ୍ରୀ ଡି. ଭି. ସଦାନନ୍ଦ ଗୌଡ଼ା ଇସ୍ତଫା ଦେଇଛନ୍ତି । ସ୍ୱାସ୍ଥ୍ୟଗତ କାରଣରୁ ନିଶଙ୍କ ପଦରୁ ଇସ୍ତଫା ଦେଇଥିବା କୁହାଯାଇଛି । ସେପଟେ ରସାୟନ ଓ ସାର ମନ୍ତ୍ରୀ ଡି. ଭି. ସଦାନନ୍ଦ ଗୌଡ଼ା ଓ ମହିଳା ଓ ଶିଶୁ ବିକାଶ ରାଷ୍ଟ୍ରମନ୍ତ୍ରୀ ଦେବଶ୍ରୀ ଚୌଧୁରୀ ମଧ୍ୟ ମନ୍ତ୍ରିମଣ୍ଡଳରୁ ବାଦ୍ ପଡ଼ିପାରନ୍ତି । ଅନ୍ୟପକ୍ଷରେ ଗତକାଲିଠାରୁ କେନ୍ଦ୍ରମନ୍ତ୍ରୀ ଥାବରଚାନ୍ଦ ଗେହଲୋଟଙ୍କୁ ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଛି ।

ସେପଟେ ଅଶ୍ୱିନୀ ବୈଷ୍ଣବ ଓ ବିଶ୍ୱେଶ୍ୱର ଟୁଡୁଙ୍କୁ ମିଳିପାରେ ମନ୍ତ୍ରୀ ପଦ ! ଓଡ଼ିଶାର ଦୁଇ ଜଣଙ୍କୁ ମୋଦି ମନ୍ତ୍ରୀ ମଣ୍ଡଳରେ ମିଳିପାରେ ମନ୍ତ୍ରୀ ପଦ । ମୋଦିଙ୍କ ବାସଭବନକୁ ଯାଇଥିଲେ ମୟୂରଭଂଜ ସାଂସଦ ବିଶେଶ୍ୱର ଟୁଡୁ । କେନ୍ଦ୍ର ମନ୍ତ୍ରିମଣ୍ଡଳରେ ବିଶ୍ୱେଶ୍ୱର ଟୁଡୁ ସାମିଲ୍ ହେବା ନେଇ ଚର୍ଚ୍ଚା ହେଉଛି । ପିଏମ୍ଓରୁ ଫୋନ୍ ପାଇ ବିଶ୍ୱେଶ୍ୱର ଯାଇଥିବା ସେ କହିଛନ୍ତି । ଏହି ସମୟରେ ମୋଦିଙ୍କ ବାସଭବନକୁ ଯାଇଥିଲେ ଅଶ୍ୱିନୀ ବୈଷ୍ଣବ । ଉଭୟଙ୍କୁ ମିଳିପାରେ ମନ୍ତ୍ରୀ ପଦ ।