• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଡେରାଡୁନ୍ : ବିବାହ ପାଇଁ ଧର୍ମ ପରିବର୍ତ୍ତନ କରିବା ଆଦୌ ଠିକ୍ ନୁହେଁ । ରାଷ୍ଟ୍ରିୟ ସ୍ୱୟଂସେବକ ସଂଘ (ଆରଏସଏସ) ମୁଖ୍ୟ ମୋହନ ଭାଗବତ୍ ଧର୍ମ ପରିବର୍ତ୍ତନ ପ୍ରସଙ୍ଗରେ ପୁଣି ଥରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ଛୋଟ ଛୋଟ ସ୍ୱାର୍ଥ ସାଧନ ଏବଂ ବିବାହ ଉଦ୍ଦେଶ୍ୟରେ ପୁଅ ଓ ଝିଅମାନେ ଅନ୍ୟ ଧର୍ମ ଗ୍ରହଣ କରୁଛନ୍ତି । ଏଥିପାଇଁ ବାପାମା’ମାନେ  ପିଲାମାନଙ୍କୁ ସେମାନଙ୍କର ଧର୍ମ ଏବଂ ପୂଜା ପ୍ରତି ସମ୍ମାନ ଏବଂ ଆଦର ଭାବ ଶିକ୍ଷା ଦେବା ଉଚିତ୍ । ଫଳରେ ଧର୍ମ ପରିବର୍ତ୍ତନ ଭଳି ସ୍ଥିତି ସୃଷ୍ଟି ହେବ ନାହିଁ ।

ନ୍ୟୁଜ୍ ଏଜେନ୍ସି ANI ଖବର ଅନୁସାରେ ମୋହନ ଭାଗବତ ଉତ୍ତରପ୍ରଦେଶର ହଲଦ୍ୱାନିରେ ଧର୍ମ ପରିବର୍ତ୍ତନ ସମ୍ପର୍କରେ ନିଜର ପ୍ରତିକ୍ରିୟା ରଖିଛନ୍ତି । ସେଠାରେ ସେ ସଂଗଠନର କର୍ମକର୍ତ୍ତା ଏବଂ ସେମାନଙ୍କ ପରିବାରବର୍ଗଙ୍କୁ ସମ୍ବୋଧିତ କରୁଥିଲେ । ଏହି କାର୍ଯ୍ୟକ୍ରମରେ ସଂଗଠନର ମୁଖ୍ୟ କହିଛନ୍ତି, 'ଧର୍ମ କିପରି ବଦଳିଯାଏ ? ଛୋଟ ସ୍ୱାର୍ଥ ପାଇଁ, ବିବାହ ପାଇଁ ? ହିନ୍ଦୁ ଝିଅ ଏବଂ ପୁଅମାନେ ଅନ୍ୟ ଧର୍ମକୁ କିପରି ଚାଲିଯାଆନ୍ତି ଯେଉଁମାନେ ଏପରି କରନ୍ତି ସେମାନେ ଭୁଲ୍ କରନ୍ତି, କିନ୍ତୁ ତାହା ଅନ୍ୟ ଏକ ବିଷୟ । ଏଥିପାଇଁ ପିଲାଙ୍କର ଉପଯୁକ୍ତ ଯତ୍ନ ନେବା ଆବଶ୍ୟକ । ବାଲ୍ୟକାଳରୁ ସେମାନଙ୍କୁ ସଠିକ୍ ଶିକ୍ଷା ଦେବାକୁ ପଡିବ ।

ତେବେ ଲୋକମାନେ ନିଜେ ଧର୍ମ ସହ ଜଡିତ ପ୍ରଶ୍ନର ଉତ୍ତର ନିଜେ ଖୋଜିବା ଉଚିତ ବୋଲି ମୋହନ ଭାଗବତ କହିଛନ୍ତି । ଯାହାଫଳରେ ପିଲାମାନେ କିଛି ପଚାରିଲେ, ସେମନାରେ ଦ୍ୱନ୍ଦ୍ୱରେ ପଡ଼ିବେ ନାହିଁ । ପିଲାମାନଙ୍କୁ ଛୋଟବେଳୁ ପ୍ରସ୍ତୁତ କରିବାକୁ ପଡ଼ିବ, ଆଉ ଯେଉଁଥି ପାଇଁ ଆମକୁ ନିଜେ ଅନେକ କିଛି ଶିଖିବାକୁ ପଡ଼ିବ । ଏହାସହ ଭାରତୀୟ ପର୍ଯ୍ୟଟନ ସ୍ଥାନ ପରିଦର୍ଶନ କରିବା, ଘରେ ରନ୍ଧା ଖାଦ୍ୟ ଖାଇବା ଏବଂ ପାରମ୍ପରିକ ପୋଷାକ ପିନ୍ଧିବା ପାଇଁ ମଧ୍ୟ ଆରଏସ୍‌ଏସ୍‌ ମୁଖ୍ୟ ନିବେଦନ କରିଛନ୍ତି ।

ଭାରତୀୟ ସଂସ୍କୃତି ସହିତ ଯୋଡ଼ି ରହିବାର ୬ ମନ୍ତ୍ର ରହିଛି । ଏଥିରେ ଭାଷା, ଖାଦ୍ୟ, ଭକ୍ତିଗୀତ, ଭ୍ରମଣ, ପୋଷାକ ଏବଂ ଘର ଆଦି ଅନ୍ତର୍ଭୁକ୍ତ । ଲୋକମାନେ ପାରମ୍ପରିକ ରୀତିନୀତି ଗ୍ରହଣ କରିବା ଆବଶ୍ୟକ, କିନ୍ତୁ ସେହି ସମୟରେ ଅସ୍ପୃଶ୍ୟତା ଠାରୁ ଦୂରେଇ ରହିବା ନିହାତି ଜରୁରୀ । ଜାତି ଆଧାରରେ ଭେଦଭାବ ସୃଷ୍ଟି କରିବବା ଉଚିତ ନୁହେଁ ବୋଲି ସେ କହିଛନ୍ତି ।