• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

News Highlights

  • ନିର୍ମାଣଧିନରେ ଭାରତର ପ୍ରଥମ ଭର୍ଟିକାଲ୍ ଲିଫ୍ଟ ସମୁଦ୍ର ବ୍ରିଜ୍ 

  • ଟ୍ସୂୱିଟ୍‌ ମାଧ୍ୟମରେ ସୂଚନା ଦେଲେ କେନ୍ଦ୍ରମନ୍ତ୍ରୀ ଅଶ୍ୱୀନି ବୈଷ୍ଣବ

ଚେନ୍ନାଇ: ନିର୍ମାଣ ହେଉଛି ଭାରତର ପ୍ରଥମ ଭର୍ଟିକାଲ୍ ଲିଫ୍ଟ ସି ବ୍ରିଜ୍ । କେନ୍ଦ୍ରମନ୍ତ୍ରୀ ଅଶ୍ୱୀନି ବୈଷ୍ଣବ ଏନେଇ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି । ତାମିଲ୍‌ନାଡୁର ରାମେଶ୍ୱରରେ ନିର୍ମାଣଧିନ ପମ୍ୱନ ବ୍ରିଜ୍‌ର କିଛି ଫଟୋ ମନ୍ତ୍ରୀ ସୋସିଆଲ୍‌ ମିଡିଆରେ ସେୟାର କରିଛନ୍ତି । ଏହି ବ୍ରିଜ୍‌ଟି ଭାରତର ପ୍ରଥମ ଭର୍ଟିକାଲ୍ ଲିଫ୍ଟ ସି ବ୍ରିଜ୍, ଯାହା ସେପ୍ଟେମ୍ବର ୨୦୨୧ ସୁଦ୍ଧା ଶେଷ ହେବାକୁ ଥିବାବେଳେ କରୋନା ମହାମାରୀ କାରଣରୁ ଏବେ ଏହାର କାମରେ ବିଳମ୍ବ ହୋଇଛି । ତେଣୁ ଏହି ସେତୁର ନିର୍ମାଣ କାମକୁ ୨୦୨୨ ସୁଦ୍ଧା ଶେଷ କରିବାକୁ ନିଷ୍ପତି ନିଆଯାଇଛି ।

ଭାରତୀୟ ରେଳ ବିଭାଗ ଦ୍ୱାରା ନିର୍ମିତ ପ୍ରାୟ ୨.୦୫ କିଲୋମିଟର ଲମ୍ୱତା ବିଶିଷ୍ଟ ଏହି ବ୍ରିଜ୍‌ ରମେଶ୍ୱରର ମୁଖ୍ୟ ରାସ୍ତାକୁ ସଂଯୋଗ କରିବ । ଯାହା ଦ୍ୱାରା ସ୍ଥାନୀୟ ତଥା ଆଖପାଖ ଲୋକମାନେ ଉପକୃତ ହୋଇପାରିବେ । ରାମେଶ୍ୱରରେ ନିର୍ମାଣଧିନ ଏହି ବ୍ରିଜ୍‌ ସହ ସଂଯୋଗ କରାଯଆଉଥିବା ମୁଖ୍ୟ ରାସ୍ତାଟି ପ୍ରାୟ ୧୦୫ ବର୍ଷ ପୁରୁଣା ହୋଇଥିବା ଜଣାପଡିଛି । କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଟ୍ୱିଟ୍‌ ଦ୍ୱାରା ଫଟୋ ସେୟାର କରିବା ସହ ଲେଖିଛନ୍ତି ଯେ, ‘ଏହି ନୂଆ ପମ୍ୱନ ବ୍ରିଜ୍‌ ହେଉଛି ଭାରତର ପ୍ରଥମ ଭର୍ଟିକାଲ ସି ବ୍ରିଜ୍‌ । ଏହାକୁ ୨୦୨୨ ସୁଦ୍ଧା ନିର୍ମାଣ କରାଯିବାର ଟାର୍ଗେଟ୍‌ ରଖାଯାଇଛି’ ।

 

୨ କିଲୋମିଟରରୁ ଅଧିକ ଲମ୍ବାତା ବିଶିଷ୍ଟ ଏହି ସେତୁ ନିର୍ମାଣ ପାଇଁ ପ୍ରାୟ ୨୫୦ କୋଟି ଟଙ୍କା ଖର୍ଚ୍ଚ ହେବ । ଏଥିରେ ସେଜର ରୋଲିଂ ଲିଫ୍ଟ ଟେକ୍ନୋଲୋଜିର ବ୍ୟବସ୍ଥା ରହିଛି ଯାହା ଫଳରେ ସମୁଦ୍ରରେ ଯାଉଥିବା ବଡ ଯାହାଯ ଆସିଲେ ବ୍ରିଜ୍‌ଟି ଖୋଲିଯିବ । କାରଣ ବ୍ରଜ୍‌ର ଦୁଇ ପାର୍ଶରେ ସେନ୍ସରର ସୁବିଧା ରହିଛି । ପୁରୁଣା ବ୍ରିଜ୍‌ରେ ସର୍ଜନ୍‌ ସ୍ପେନ୍‌ର ବ୍ୟବସ୍ଥା ରହିଥିଲା ଯେଉଁଥିରେ ବିମାନ ଯିବା ପାଇଁ ହାତ ସାହାର୍ଯ୍ୟରେ ପରିଚାଳିତ କରାଯାଉଥିଲା । ହେଲେ ନୂଆ ସେତୁ ଏକ ଇଲେକ୍ଟ୍ରୋ-ମେକାନିକାଲ୍ କଣ୍ଟ୍ରୋଲ ସିଷ୍ଟମ୍ ଦ୍ୱାରା ପରିଚାଳନା କରାଯିବ । ଯାହାର ଫଟୋ ରେଳ ମନ୍ତ୍ରୀ ସେୟାର କରିଛି । ଏହାସହ ସେ କହିଛନ୍ତି, "ଦୁଇ ଟ୍ରାକ୍ ବିଶିଷ୍ଟ ଅତ୍ୟାଧୁନିକ ସେତୁ ଦେଶର ପ୍ରଥମ ଭର୍ଟିକାଲ୍ ଲିଫ୍ଟ ସେତୁ ଯାହାର ନିର୍ମାଣ କାମ ୨୦୨୨ ମାର୍ଚ୍ଚ ମାସ ସୁଦ୍ଧା ଶେଷ ହେବ ।"