• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି କଂଗ୍ରେସର ପୂର୍ବତନ ସଭାପତି

  • ସଂସଦର ସମୟ ନଷ୍ଟ ହେବା ଉଚିତ ନୁହେଁ ବୋଲି ସେ ଟ୍ୱିଟ୍ କରି କହିଛନ୍ତି

  • ଦରବୃଦ୍ଧି, କୃଷକ ସମସ୍ୟା ଓ ପେଗାସସ୍ ଉପରେ ଆଲୋଚନା କରିବା ଜରୁରୀ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କଲେ ରାହୁଲ ଗାନ୍ଧୀ । ବିରୋଧୀଙ୍କୁ ନିଜ କାମ କରାଇ ଦେଉନଥିବା ଅଭିଯୋଗ କରି କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି କଂଗ୍ରେସର ପୂର୍ବତନ ସଭାପତି । ଏହାସହ ସଂସଦର ସମୟ ନଷ୍ଟ ହେବା ଉଚିତ ନୁହେଁ ବୋଲି ସେ ଟ୍ୱିଟ୍ କରି କହିଛନ୍ତି । ତାଙ୍କ ମତରେ ମୁଦ୍ରାସ୍ଫତି, କୃଷକ ଏବଂ ପେଗାସସ୍ ଉପରେ ଆଲୋଚନା ହେବା ଉଚିତ୍ ।

ସାଂସଦମାନେ ଲୋକଙ୍କ ସ୍ୱର ହୋଇ ଦେଶର ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରନ୍ତି, ଆଉ ଏହା ହିଁ ଆମର ଗଣତନ୍ତ୍ରର ମୂଳଦୁଆ । ଦୁର୍ଭାଗ୍ୟଜନକ ବିଷୟ ହେଲା ମୋଦି ସରକାର ବିରୋଧୀଙ୍କୁ ଏହି କାର୍ଯ୍ୟ କରିବାକୁ ଅନୁମତି ଦେଉ ନାହାଁନ୍ତି ।" କଂଗ୍ରେସ ନେତା ବାରମ୍ବାର କହିବା ସତ୍ତ୍ୱେ ମଧ୍ୟ ଶୁଣୁ ନାହାନ୍ତି ସରକାର । ସଂସଦର ଆଉ ସମୟ ନଷ୍ଟ ନକରି ମୁଦ୍ରାସ୍ଫିତି, କୃଷକ ଏବଂ ପେଗାସସ୍ ବିଷୟରେ ଆଲୋଚନା ହେଉ ହେଉ କହିଲେ ମଧ୍ୟ କେହି ଗୁରୁତ୍ୱ ଦେଉନାହାନ୍ତି ।

ପେଗାସସ୍ ଏବଂ ଅନ୍ୟାନ୍ୟ ପ୍ରସଙ୍ଗରେ ଗତ କିଛି ଦିନ ହେବ ସଂସଦର ଉଭୟ ଗୃହରେ ହୋହାଲ୍ଲା ଚାଲିଛି । ଜୁଲାଇ ୧୯ରୁ ମୌସୁମୀ ଅଧିବେଶନ ଆରମ୍ଭ ହୋଇଥିଲା, କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଗୋଟିଏ ଦିନ ବି ଠିକରେ ଚାଲି ପାରିନି ଗୃହ । ପେଗାସସ୍ ପ୍ରସଙ୍ଗରେ ସରକାର ଆଲୋଚନା କରିବାକୁ ପ୍ରସ୍ତୁତ ହେବା ପରେ ହିଁ ଗୃହ ଠିକରେଆ ଚାଲିପାରିବ ବୋଲି ଯିଦ ଧରି ବସିଛନ୍ତି ବିରୋଧୀ ।

ଆଜି ବି ଉଭୟ ଗୃହରେ ବିରୋଧୀ ଦଳ ହୋହାଲ୍ଲା କରିବାର ସମ୍ଭାବନା ରହିଛି । ରାଜ୍ୟସଭାରେ ପେଗାସସ୍, ଦୁର୍ନୀତି ଏବଂ ଚାଷୀଙ୍କ ପ୍ରସଙ୍ଗକୁ ନେଇ ବିରୋଧ ପ୍ରଦର୍ଶନ କରିପାରନ୍ତି ବିରୋଧୀଦଳ । ବିରୋଧୀଙ୍କ ହଙ୍ଗାମା ଯୋଗୁଁ ମୌସୁମୀ ଅଧିବେଶନର ପ୍ରାରମ୍ଭିକ ୮ ଦିନ ଗୃହ ଚାଲି ପାରିନାହିଁ । ତେବେ ଗତ ଦୁଇ ଦିନ ମଧ୍ୟରେ ବିରୋଧୀଙ୍କ ହୋହାଲ୍ଲା ମଧ୍ୟରେ କେନ୍ଦ୍ର ସରକାର ଦୁଇଟି ବିଲ୍ ପାସ୍ କରିଛନ୍ତି, ତଥାପି ଗୃହର ପ୍ରକ୍ରିୟା ବାରମ୍ବାର ସ୍ଥଗିତ ରଖାଯାଉଥିଲା । ସରକାର ଯେପର୍ଯ୍ୟନ୍ତ କୃଷି ଆଇନ ଏବଂ ପେଗାସସ୍ ଦୁର୍ନୀତି ବିଷୟରେ ଆଲୋଚନା ନକରନ୍ତି, ସେପର୍ଯ୍ୟନ୍ତ ଗୃହ ଚଳାଇ ଦେବୁ ନାହିଁ ବୋଲି କହିଛନ୍ତି ବିରୋଧୀ ।

ଗତକାଲି ଲୋକସଭାରେ ବିରୋଧୀ ଦଳର ସାଂସଦ କାଗଜ ଫାଡ଼ି ବାଚସ୍ପତିଙ୍କ ପୋଡିୟମ ସମ୍ମୁଖକକୁ ଫୋପାଡି ଦେଇଥିଲେ । ଆଜି ଗୃହରେ ଏ ପ୍ରସଙ୍ଗ ଉଠିବାର ମଧ୍ୟ ସମ୍ଭାବନା ରହିଛି । ଏପରି କରିଥିବା ସମସ୍ତ ସାଂସଦଙ୍କ ବିରୋଧରେ ସରକାର ନିଲମ୍ବନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରନ୍ତି ବୋଲି ସଙ୍କେତ ମିଳିଛି । ତେବେ ବର୍ତ୍ତମାନ ସୁଦ୍ଧା ଏ ସମ୍ପର୍କରେ କୌଣସି ଅନ୍ତିମ ନିଷ୍ପତ୍ତି ନିଆଯାଇ ନାହିଁ।