• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ୭୦ ପ୍ରତିଶତ Approval Rating ସହ ଶୀର୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

  • ଆଉ ଦୁଇଜଣ ବିଶ୍ୱସ୍ତରୀୟ ନେତା ୬୦ରୁ ଅଧିକ Approval Rating ପାଇଛନ୍ତି

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶ୍ୱର ନମ୍ବର ୱାନ୍ ନେତା । ଆମେରିକାର ଡାଟା ଇଣ୍ଟେଲିଜେନ୍ସ ଫାର୍ମ ମର୍ଣ୍ଣିଂ କନ୍ସଲ୍ଟ ପକ୍ଷରୁ କରାଯାଇଥିବା ଏକ ସର୍ଭେରେ ଭାରତର ପ୍ରଧାନମନ୍ତ୍ରୀଙ୍କୁ ବିଶ୍ୱର ସବୁଠାରୁ ଲୋକପ୍ରିୟ ନେତା ଭାବେ ମନୋନୀତ କରାଯାଇଛି । Approval Rating ଦୃଷ୍ଟିରୁ ବିଶ୍ୱସ୍ତରୀୟ ନେତାଙ୍କ ତାଲିକାରେ ନରେନ୍ଦ୍ର ମୋଦି ପ୍ରଥମ ସ୍ଥାନରେ ଅଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ତାଲିକାରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଏବଂ ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କୁ ମଧ୍ୟ ପଛରେ ପକାଇ ଦେଇଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ Approval Rating ୭୦ ପ୍ରତିଶତ ଥିବାବେଳେ ବିଶ୍ୱର ଶ୍ରେଷ୍ଠ ୧୩ ନେତାଙ୍କ ମଧ୍ୟରେ ଏହି ମୂଲ୍ୟାୟନ ସର୍ବାଧିକ । ମର୍ଣ୍ଣିଂ କନ୍ସଲ୍ଟ ଦ୍ୱାରା କରାଯାଇଥିବା ଏକ ସର୍ଭେ ଅନୁସାରେ ପ୍ରଧାନମନ୍ତ୍ରୀ ମୋଦି ଅନ୍ୟ ବିଶ୍ୱସ୍ତରୀୟ ନେତାଙ୍କ ଅପେକ୍ଷା ତୁଳନାତ୍ମକ ଭାବେ ଭଲ କାମ କରୁଛନ୍ତି । ମୋଦିଙ୍କ ବ୍ୟତୀତ କେବଳ ଦୁଇଜଣ ବିଶ୍ୱସ୍ତରୀୟ ନେତା ୬୦ରୁ ଅଧିକ Approval Rating ପାଇଛନ୍ତି । ଏହି ତାଲିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପରେ ଦ୍ୱିତୀୟ ସ୍ଥାନରେ ଅଛନ୍ତି ମେକ୍ସିକୋର ରାଷ୍ଟ୍ରପତି ଆନ୍ଦ୍ରେଜେ ମାନୁଏଲ ଲୋପେଜ ଓବେରାଡୋର, ତାଙ୍କର Approval Rating ରହିଛି ୬୪ ପ୍ରତିଶତ । ସେହିପରି ୬୩ ପ୍ରତିଶତ Approval Rating ସହ ତୃତୀୟଟି ସ୍ଥାନରେ ଅଛନ୍ତି ଇଟାଲୀ ପ୍ରଧାନମନ୍ତ୍ରୀ ମାରିଓ ଦ୍ରାଗି ।

ଜର୍ମାନୀର ଆଞ୍ଜେଲା ମର୍କେଲ ୫୨ ପ୍ରତିଶତ ରେଟିଂ ସହ ଚତୁର୍ଥ ସ୍ଥାନରେ ଥିବାବେଳେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଏହି ତାଲିକାରେ ପଞ୍ଚମ ସ୍ଥାନରେ ଅଛନ୍ତି । ଜୋ ବାଇଡେନଙ୍କ Approval Rating 50 ପ୍ରତିଶତରୁ କମ୍ ରହିଛି । ତାଙ୍କର ରେଟିଂ ୪୮ ପ୍ରତିଶତ ରହିଛି । ଏହାପୂର୍ବରୁ ମେ ମାସ ପୂର୍ବରେ Approval Rating ୨୦୨୦ରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ରେଟିଂ ସର୍ବାଧିକ ୮୪ ପ୍ରତିଶତ ଥିଲା । ସେତେବେଳେ ମହାମାରୀ କବଳରୁ ଧୀରେ ଧୀରେ ବାହାରିବାକକୁ ଚେଷ୍ଟା କରୁଥିଲା ଭାରତ ।

ମର୍ଣ୍ଣିଂ କନ୍ସଲ୍ଟର Approval Rating ତାଲିକା

୧- ନରେନ୍ଦ୍ର ମୋଦି : ୭୦ ପ୍ରତିଶତ

୨- ଆନ୍ଦ୍ରେଜେ ମାନୁଏଲ ଲୋପେଜ ଓବେରାଡୋର : ୬୪ ପ୍ରତିଶତ

୩- ମାରିଓ ଦ୍ରାଗି: ୬୩ ପ୍ରତିଶତ

୪- ଆଞ୍ଜେଲା ମର୍କେଲ: ୫୩% ପ୍ରତିଶତ

୫- ଜୋ ବାଇଡେନ: ୪୮ ପ୍ରତିଶତ

୬- ସ୍କଟ୍ ମୋରିସନ୍: ୪୮ ପ୍ରତିଶତ

୭- ଜଷ୍ଟିନ ଟ୍ରୁଡୋ: ୪୫ ପ୍ରତିଶତ

୮- ବୋରିସ୍ ଜନସନ: ୪୧ ପ୍ରତିଶତ

୯- ଜେର୍ ବୋଲସନେରୋ: ୩୯ ପ୍ରତିଶତ

୧୦- ମୁନ ଜେ-ଇନ୍: ୩୮ ପ୍ରତିଶତ

୧୧- ପେଡ୍ରୋ ସାନଚେଜ୍: ୩୫ ପ୍ରତିଶତ

୧୨- ଏମେନୁଏଲ୍ ମାକ୍ରନ୍: ୩୪ ପ୍ରତିଶତ

୧୩- ୟୋସିହିଦେ ସୁଗା: ୨୫ ପ୍ରତିଶତ