• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ମୁମ୍ବାଇ: ଡ୍ରଗ୍ସ ମାମଲାରେ NCB ଆଞ୍ଚଳିକ ନିର୍ଦ୍ଦେଶକ ସମୀର ଓ୍ୱାଙ୍ଖେଡେଙ୍କ ଅଡୁଆ ଆହୁରି ବଢିଲା । ଜଣେ ବ୍ୟକ୍ତି ନିଜ ପରିଚୟ ଲୁଚାଇ କେବଳ ମୁମ୍ବାଇ NCB କାର୍ଯ୍ୟାଳୟର କର୍ମଚାରୀ କହି ସମୀରଙ୍କ ସଂପର୍କରେ ଆଣିଛନ୍ତି ସାଂଘିତକ ଅଭିଯୋଗ । ସମୀର କିଭଳି ଡ୍ରଗ୍ସ ଜବତ ନାଁରେ ଲୋକଙ୍କ ବିରୋଧରେ ମିଛ ମାମଲା କରି ସେମାନଙ୍କୁ ଜେଲରେ ଭର୍ତ୍ତି କରନ୍ତି, ତାର ପୂରା ବିବରଣୀ ଦେଇଛନ୍ତି ଏହି ବ୍ୟକ୍ତି । ଏଥିରେ ୨୫ରୁ ଅଧିକ ମିଛ ମାମଲା ସଂପର୍କରେ ଉଲ୍ଲେଖ ରହିଛି । ସେ ସମସ୍ତ ତଥ୍ୟ ଏନସିପି ନେତା ତଥା ମହରାଷ୍ଟ୍ର ମନ୍ତ୍ରୀ ଥିବା ନବାବ ମଲ୍ଲିକଙ୍କ ନିକଟକୁ ପଠାଇଛନ୍ତି ବୋଲି କହିଛନ୍ତି । 

ଏହି ବ୍ୟକ୍ତି ଜଣଙ୍କ ନବାବ ମଲିକଙ୍କୁ ପଠାଇଥିବା ଚିଠିରେ ଉଲ୍ଲେଖ କରିଛନ୍ତି ଯେ ସମୀର ଓ୍ୱାଙ୍ଖେଡେ ସବୁବେଳେ ଚର୍ଚ୍ଚାରେ ରହିବା ପାଇଁ ଅନେକ ର୍ନିଦ୍ଦୋଷ ଲୋକଙ୍କୁ ଡ୍ରଗ୍ସ ମାମଲାରେ ଫସାଇ ଜେଲରେ ଭର୍ତ୍ତି କରିଛନ୍ତି । ସେ ଏହାର ଏକ ତାଲିକା ମଧ୍ୟ ଦେଇଛନ୍ତି । ଏପଟେ ସମୀରଙ୍କ ବିରୋଧରେ ଏସ୍‌ନିପି ନେତା ନଓ୍ୱାବ ମଲ୍ଲିକ ଆଉ ଏକ ନୂଆ ଅଭିଯୋଗ ସାମ୍ନାକୁ ଆଣିଛନ୍ତି । ସେ କହିଛନ୍ତି, କିଛି ଜଣଙ୍କ ଫୋନ୍‌କୁ ବେଆଇନ ଭାବେ ଟ୍ୟାପିଂ କରାଉଛନ୍ତି ସମୀର ଓ୍ୱାଙ୍ଖେଡେ ।

ଅନ୍ୟପଟେ ସମୀର ଓ୍ୱାଙ୍ଖଡେଙ୍କ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି ତାଙ୍କ ପତ୍ନୀ କ୍ରାନ୍ତି ରେଡକର୍ । ଅନ୍ୟ କୌଣସି ମାମଲାରେ ସମୀରଙ୍କ ବିରୋଧରେ କୌଣସି ଅଭିଯୋଗ ଦାଖଲ କରାଯାଇ ନାହିଁ । ତେବେ ଏହି ମାମଲାରେ କାହିଁକି ବୋଲି ସେ ପ୍ରଶ୍ନ କରିଛନ୍ତି ? ତାଙ୍କର ୧୫ ବର୍ଷର ଚାକିରି କ୍ୟାରିୟରରେ ପ୍ରଥମ ଥର ପାଇଁ ତାଙ୍କ ବିରୋଧରେ ଏଭଳି ଅଭିଯୋଗ ହୋଇଛି ବୋଲି ସେ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଜଣେ ସଚ୍ଚୋଟ ଅଧିକାରୀଙ୍କ ପ୍ରତି ଏହା ଅପମାନ, ଯିଏ ରକ୍ତ ଓ ଝାଳ ବୁହାଇ ଦେଶ ସେବା କରୁଛି । ମୋତେ ଏବଂ ମୋର ପିଲାଙ୍କୁ ଧମକ ଦିଆଯାଇଛି । ଫେକ୍ ଆକାଉଣ୍ଟ ଜରିଆରେ ମେସେଜ ଆସୁଛି ବୋଲି ସେ ଅଭିଯୋଗ କରିଛନ୍ତି ।

ସେପଟେ ସମୀର ଓ୍ୱାଙ୍ଖଡେଙ୍କ ଭଉଣୀ ଯାସ୍ମିନ ମଧ୍ୟ ଭାଇଙ୍କ ଉପରେ ଅଭିଯୋଗ ଲଗାଇଥିବା ବ୍ୟକ୍ତିଙ୍କ ଉପରେ ବର୍ଷିଛନ୍ତି । ସେ ସମ୍ବାଦିକ ସମ୍ମିଳନୀ କରି ଜଣେ ପ୍ରଶାସନିକ ଅଧିକାରୀଙ୍କ ଜନ୍ମପ୍ରମାଣ ପତ୍ର ଦେଖାଇବାକୁ ନଓ୍ୱାବ ମଲିକ କିଏ ବୋଲି ପ୍ରଶ୍ନ କରିଛନ୍ତି ।

ଏହାରି ମଧ୍ୟରେ ତଦନ୍ତ ପ୍ରକ୍ରିୟାକୁ ନୂଆ ମୋଡ ଦେଇଥିବା ଏନସିବି ସାକ୍ଷୀ ପ୍ରଭାକର ସେଲ୍ କହିଛି, ସେ କେପି ଗୋସାଭିଠାରୁ କୌଣସି ଟଙ୍କା ପାଇ ନାହାନ୍ତି । କେପି ଗୋସାଭି କୁଆଡ଼େ ପ୍ରଭାକରକୁ ହାଜି ଅଲ୍ଲୀ ଆସିବା ଏବଂ ସେଠାରୁ ଟଙ୍କା ସଂଗ୍ରହ କରିବାକୁ କହିଥିବା କଥା କହିଛନ୍ତି । କୌଣସି ରାଜନେତାଙ୍କ ଲିଙ୍କ୍‌ରେ ମୁଁ ନାହିଁ ବୋଲି ପ୍ରେସ୍‌ମିଟ୍‌ରେ କହିଛି ପ୍ରଭାକର ।

ସେପଟେ ସମୀର ୱାଙ୍ଖଡେଙ୍କ ସମର୍ଥନରେ ଆସିଛନ୍ତି ବିଭିନ୍ନ ସାମାଜିକ ସଙ୍ଗଠନର କର୍ମୀ ଏବଂ ସାଧାରଣ ଲୋକେ । ଦିଲ୍ଲୀରେ ସମୀର ଏନସିବି ଅଫିସରେ ସମନ ପାଇ ଆସିଥିବାବେଳେ ଅଫିସ ବାହାରେ ତାଙ୍କ ସମର୍ଥକଙ୍କ ଭିଡ ଦେଖିବାକୁ ମିଳିଥିଲା । ସୁଶାନ୍ତ ସିଂ ରାଜପୁତଙ୍କ ଫ୍ୟାନ କ୍ଲବ ଆଜି ଏନସିବି ଆଗରେ ସମୀରଙ୍କ ସମର୍ଥନରେ ନାରାବାଜି କରିଥିଲେ । ବିଭିନ୍ନ ପ୍ରକାର ପ୍ଲାକାର୍ଡ ଧରି ସମୀରଙ୍କୁ ଦେଶର ପ୍ରକୃତ ସନ୍ତାନ ଏବଂ ରିଅଲ ହୀରୋ ବୋଲି କହିବା ସହ ସାରା ଦେଶ ତାଙ୍କ ସହ ଅଛି ବୋଲି କହିଛନ୍ତି ।