• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ଉଜ୍ଜ୍ୱଳା ଯୋଜନା ୨.୦ର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

  • ଭିଡିଓ କନ୍ଫରେନ୍ସିଂ ଯୋଗେ ଯୋଜନାର ଶୁଭାରମ୍ଭ

  • ହିତାଧିକାରୀଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ଉଜ୍ଜ୍ୱଳା ଯୋଜନା ୨.୦ର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଯୋଜନାରେ ୧କୋଟିରୁ ଅଧିକ ହିତାଧିକାରୀ ଉପକୃତ ହେବେ ବୋଲି ଜଣାପଡ଼ିଛି । ଉତ୍ତର ପ୍ରଦେଶ ମହୋବାରେ ହିତାଧିକାରୀଙ୍କୁ ଏଲପିଜି ସିଲିଣ୍ଡର ବଣ୍ଟନ ସହ ଭିଡିଓ କନ୍ଫରେନ୍ସିଂରେ ପ୍ରଧାନମନ୍ତ୍ରୀ ଏହାର ଶୁଭାରମ୍ଭ କରିଛନ୍ତି । ଯୋଜନାର ଶୁଭାରମ୍ଭ କରିବା ସହ ହିତାଧିକାରୀଙ୍କ ସହ ଆଲୋଚନା କରୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ହରଦ୍ୱୀପ ସିଂ ପୁରୀ ଏବଂ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଉପସ୍ଥିତ ଅଛନ୍ତି ।

ହିତାଧିକାରୀଙ୍କୁ ଏଲପିଜି ରିଫିଲ ଓ ଦେୟମୁକ୍ତ ସୁବିଧା ଯୋଗଇ ଦିଆଯିବ । ଯୋଜନାର ଶୁଭାରମ୍ଭ କରି ପ୍ରଧାନମନ୍ତ୍ରୀ ଉତ୍ତରପ୍ରଦେଶର ଡେରାଡୁନର ବୁନ୍ଦି ଦେବୀଙ୍କ ସହ କଥାବାର୍ତ୍ତା କରିଥିଲେ। ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା କିପରି ତାଙ୍କ ଜୀବନକୁ ବଦଳାଇ ଦେଇଛି, ସେକଥା ପ୍ରକାଶ କରିଛନ୍ତି ବୁନ୍ଦୀ ଦେବୀ । ପ୍ରଧାନମନ୍ତ୍ରୀ କହିଛନ୍ତି, ଆଜି ଉଜ୍ଜ୍ୱଳା ଯୋଜନାର ପରବର୍ତ୍ତୀ ପର୍ଯ୍ୟାୟରେ ଅନେକ ଭଉଣୀଙ୍କୁ ମାଗଣା ଗ୍ୟାସ ସଂଯୋଗ ଏବଂ ଗ୍ୟାସ ଚୁଲା ମିଳୁଛି । ଏହାସହ ସମସ୍ତ ହିତାଧିକାରୀଙ୍କୁ ସମ୍ବର୍ଦ୍ଧନା ମଧ୍ୟ ଜଣାଇଛନ୍ତି । ସେପଟେ ଅଲିମ୍ପିକ୍ସ ବିଷୟରେ ମଧ୍ୟ କହିଛନ୍ତି ପ୍ରଧାନମନ୍ତ୍ରୀ । ଅଲିମ୍ପିକ୍ସରେ ଯୁବ ସାଥୀମାନେ ଚମତ୍କାର ପ୍ରଦର୍ଶନ କରିଥିଲେ । ଏଥର ଖେଳାଳିମାନେ କେବଳ ଅଲିମ୍ପିକ୍ସରେ ପଦକ ଜିତି ନାହାଁନ୍ତି, ବରଂ ଅନେକ କ୍ରୀଡ଼ାରେ ଭଲ ପ୍ରଦର୍ଶନ କରି ଭବିଷ୍ୟତର ସଙ୍କେତ ମଧ୍ୟ ଦେଇଛନ୍ତି ।

୨୦୧୬ ମସିହାରେ ଉଜ୍ଜ୍ୱଳା ଯୋଜନାର ଶୁଭାରମ୍ଭ ବେଳେ ବିପିଏଲ୍ ପରିବାରର ପ୍ରାୟ ୫ କୋଟି ମହିଳାଙ୍କୁ ଏଲପିଜି ସିଲିଣ୍ଡର ଯୋଗାଇଦେବା ପାଇଁ ଲକ୍ଷ୍ୟ ରଖାଯାଇଥିଲା । ପରେ ୨୦୧୮ରେ ଅନ୍ୟ ୭ଟି ବର୍ଗର ମହିଳାଙ୍କୁ ଏଥିରେ ସାମିଲ କରାଯାଇଥିଲା । ୨୦୧୯ ଗଷ୍ଟ ମାସ ସୁଦ୍ଧା ପ୍ରାୟ ୮ କୋଟି ମହିଳାଙ୍କୁ ଉଜ୍ଜ୍ୱଳା ଯୋଜନାରେ ଏଲପିଜି ସିଲିଣ୍ଡର ଯୋଗାଇ ଦିଆଯିବା ସହ ରହିଥିବା ଟାର୍ଗେଟ୍ ପୂରଣ ହୋଇଛି ।  ୨.୦ ଉଜ୍ଜ୍ୱଲା ଯୋଜନା ବିଷୟରେ ୨୦୨୧-୨୨ କେନ୍ଦ୍ର ବଜେଟରେ ଘୋଷଣା କରିଥିଲେ ପ୍ରଧାନମନ୍ତ୍ରୀ  ।