• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଲୋକପ୍ରିୟ ନେତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦିନକୁ ଦିନ ପ୍ରଧାନମନ୍ତ୍ରୀଙ୍କ ଲୋକପ୍ରିୟତା ବୃଦ୍ଧି ପାଇବାରେ ଲାଗିଛି । ସୋସିଆଲ ମିଡିଆରେ ଦେଶ ତଥା ବିଦେଶରେ ଥିବା ତାଙ୍କ ପ୍ରଶଂସକମାନେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଅଧିକରୁ ଅଧିକ ସଂଖ୍ୟାରେ ଫଲୋ କରୁଛନ୍ତି । ବର୍ତ୍ତମାନ ମାଇକ୍ରୋ ବ୍ଲଗିଂ ସାଇଟ୍ ଟ୍ୱିଟରରେ ମୋଦିଙ୍କ ଫଲୋଅର୍ସଙ୍କ ସଂଖ୍ୟା ୭୦ ନିୟୁତ ଟପିଛି । ବିଶ୍ୱରେ ବିଭିନ୍ନ ଦେଶରେ କ୍ଷମତାରେ ଥିବା ରାଜନେତାଙ୍କୁ ପଛରେ ପକାଇ ପ୍ରଧାନମନ୍ତ୍ରୀ ତାଲିକାର ଶୀର୍ଷରେ ପହଞ୍ଚିଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୦୯ ମସିହାରେ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଥିବାବେଳୁ ଟ୍ୱିଟରରେ ସକ୍ରିୟ ଅଛନ୍ତି । ୨୦୧୦ ମସିହାରେ ଟ୍ୱିଟରରେ ତାଙ୍କର ଏକ ଲକ୍ଷ ଫଲୋଅର୍ସ ଥିଲେ । ୨୦୧୧ ପର ଠାରୁ ଲଗାତାର ତାଙ୍କର ଅନୁଗାମୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ବିରୋଧୀ ଦଳର ତୀବ୍ର ସମାଲୋଚନା ସତ୍ତ୍ୱେ ତାଙ୍କର ଲୋକପ୍ରିୟତା କମ୍ ହେଉନାହିଁ । ପ୍ରଧାନମନ୍ତ୍ରୀ ମୋଦିଙ୍କ ପୂର୍ବରୁ ଏହି ରେକର୍ଡର ଅଧିକାରୀ ଥିଲେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ।

ଡୋନାଲ୍ଡ ଟ୍ରମ୍ପ ତାଙ୍କ ଟ୍ୱିଟର ଆକାଉଣ୍ଟରେ ୮୮.୭ ମିଲିୟନରୁ ଅଧିକ ଫଲୋଅର୍ସ ଥିଲେ, ସେହି ସମୟ ମଧ୍ୟରେ ସେ ବିଶ୍ୱର ସବୁଠାରୁ ସକ୍ରିୟ ନେତାଙ୍କ ତାଲିକାରେ ଅନ୍ତର୍ଭୁକ୍ତ ହୋଇଥିଲେ । ପ୍ରଧାନମନ୍ତ୍ରୀ ମୋଦି ଏହି ତାଲିକାର ଦ୍ୱିତୀୟ ସ୍ଥାନରେ ଥିଲେ । ହେଲେ ଡୋନାଲ୍ଡ ଟ୍ରମ୍ପ ଟ୍ୱିଟର ତାଙ୍କ ଆକାଉଣ୍ଟକୁ ବ୍ଲକ କରି ଦଆଯାଇଥିଲା । ଫଳରେ ଏବେ ଶୀର୍ଷରେ ଅଛନ୍ତି ନରେନ୍ଦ୍ର ମୋଦି । ସେପଟେ ଗତ ବର୍ଷ ଠାରୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟ୍ୱିଟର, ୟୁଟ୍ୟୁବ ଏବଂ ଗୁଗୁଲ ସର୍ଚ୍ଚ ସହ ଟ୍ରେଣ୍ଡିଂରେ ଚାଲୁଛନ୍ତି । ଯାହା ତାଙ୍କୁ କେବଳ ଭାରତରେ ନୁହେଁ ସାରା ବିଶ୍ୱରେ ତାଙ୍କର ଲୋକପ୍ରିୟତା ରହିଥିବା ପ୍ରମାଣିତ ହେଉଛି । ୨୦୧୮ରେ ଏକ ଅନ୍ତର୍ଜାତୀୟ ସର୍ଭେରେ ନରେନ୍ଦ୍ର ମୋଦିଙ୍କୁ ବିଶ୍ୱର ଶ୍ରେଷ୍ଠ ତିନି ନେତାଙ୍କ ମଧ୍ୟରେ ସ୍ଥାନ ଦିଆଯାଇଥିଲା ।

ତେବେ ଟ୍ୱିଟରରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କର ଅଧିକ ଫଲୋଅର୍ସ ଅଛନ୍ତି, ଯାହା ପାଖାପାଖି ୧୨୯ମିଲିୟନ୍ ଅଟେ । କିନ୍ତୁ ସେ ବର୍ତ୍ତମାନ କୌଣସି ବଡ ପଦବୀ ପରିଚାଳନା କରୁନାହାଁନ୍ତି, ତେଣୁ ପ୍ରଧାନମନ୍ତ୍ରୀ ମୋଦି ଶୀର୍ଷ ସ୍ଥାନ ଗ୍ରହଣ କରିଛନ୍ତି । ସେହିପରି ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କର ଟ୍ୱିଟରରେ ବର୍ତ୍ତମାନ ୩୦.୯ ମିଲିୟନ୍ ଫଲୋଅର୍ସ ଅଛନ୍ତି । ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନଙ୍କ ୭.୧ ମିଲିୟନ୍ ଫଲୋଅର୍ସ ଥିବାବେଳେ କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କର ବର୍ତ୍ତମାନ ସମୟରେ ୫.୬ ମିଲିୟନ୍ ଫଲୋଅର୍ସ ଅଛନ୍ତି ।