• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ଆଜିଠୁ ଆୟୁଷ୍ମାନ ଭାରତ ଡିଜିଟାଲ ମିଶନର ଶୁଭାରମ୍ଭ

  • ଭିଡିଓ କନ୍‌ଫରେନ୍ସିଂରେ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦି

  • ମିଶନ ଜରିଆରେ ସୁବିଧାରେ ଅନଲାଇନ୍ ପ୍ଲାଟଫର୍ମ ସୃଷ୍ଟି ହେବ

  • ହେଲ୍‌ଥ କାର୍ଡରେ ହିତାଧିକାରୀଙ୍କ ସ୍ୱାସ୍ଥ୍ୟ ରେକର୍ଡ ରହିବ

ନୂଆଦିଲ୍ଲୀ : ଆୟୁଷ୍ମାନ ଭାରତ ଡିଜିଟାଲ ମିଶନର ଶୁଭାରମ୍ଭ । ସ୍ୱାସ୍ଥ୍ୟ କ୍ଷେତ୍ରରେ ଭାରତ ଦ୍ୱାରା ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଆୟୁଷ୍ମାନ ଭାରତ ଡିଜିଟାଲ ମିଶନ ଆରମ୍ଭ କରିଛନ୍ତି । ଭିଡିଓ କନ୍‌ଫରେନ୍ସିଂରେ ଜରିଆରେ ଏହାର ଶୁଭାରମ୍ଭ ହୋଇଛି । ଏହି ଯୋଜନା ଅଧୀନରେ ଦେଶର ପ୍ରତ୍ୟେକ ନାଗରିକଙ୍କ ହେଲ୍‌ଥ ଆଇଡି ପ୍ରସ୍ତୁତ କରାଯିବ ।

ସାରା ଦେଶରେ ଆୟୁଷ୍ମାନ ଭାରତ ଡିଜିଟାଲ୍ ମିଶନ୍ ନେଇ ନେଇ ଗତ ବର୍ଷ ଅଗଷ୍ଟ ୧୫ ସ୍ୱାଧୀନତା ଦିବସରେ ଲାଲକିଲ୍ଲାରୁ ଘୋଷଣା କରିଥିଲେ ମୋଦି । ବର୍ତ୍ତମାନ ୬ଟି କେନ୍ଦ୍ର ଶାସିତ ଅଞ୍ଚଳରେ ଏହା ପାଇଲଟ୍ ପ୍ରୋଜେକ୍ଟ ଭାବେ କାର୍ଯ୍ୟକାରୀ କରାଯାଉଛି । ଆଜିଠାରୁ ଏହା ସାରା ଦେଶରେ ଲାଗୁ ହୋଇଛି । ଅୟୁଷ୍ମାନ ଭାରତ ଡିଜିଟାଲ୍ ମିଶନରେ ଦେଶର ପ୍ରତ୍ୟେକ ନାଗରିକଙ୍କ ଏକ ପ୍ରକାର ହେଲ୍‌ଥ ଆଇଡି ରହିବ । ଏହା ସେମାନଙ୍କର ହେଲ୍‌ଥ ଆକାଉଣ୍ଟ ଭାବେ କାମ କରିବ । ଏଥିରେ ବ୍ୟକ୍ତିଗତ ସ୍ୱାସ୍ଥ୍ୟର ରେକର୍ଡ ରହିବ, ଏକ ମୋବାଇଲ୍ ଆପ୍ଲିକେସନ୍ ଜରିଆରେ ଏହାକୁ ଲିଙ୍କ କରାଯାଇ ଦେଖିହେବ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଯୋଜନା ଲଂଚ କରି କହିଛନ୍ତି, ସ୍ୱାସ୍ଥ୍ୟ କ୍ଷେତ୍ରରେ ଏହା ଏକ କ୍ରାନ୍ତିକାରୀ ପଦକ୍ଷେପ । ଦେଶର ଗରିବ ଏବଂ ମଧ୍ୟବିତ୍ତ ଲୋକଙ୍କ ଚିକିତ୍ସାରେ ଏହି ଯୋଜନା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ବର୍ତ୍ତମାନ ଯୋଜନା ଡିଜିଟାଲ ରୂପରେ ଆସିବା ଯୋଗୁଁ ଏହା ଅଧିକ ପ୍ରଭାବଶାଳୀ ହେବ ବୋଲି ଆଶା କରାଯାଉଛି । ଡିଜିଟାଲ ଇଣ୍ଡିଆ ଅଭିଯାନ ଯୋଗୁଁ ଦେଶର ସାଧାରଣ ନାଗରିକଙ୍କ ଶକ୍ତି ବୃଦ୍ଧି ହେଉଛି । ଦେଶରେ ୧୩୦ କୋଟି ଆଧାର ନମ୍ବର, ୧୧୮କୋଟି ମୋବାଇଲ୍ ବ୍ୟବହାରକାରୀ, ୮୦ କୋଟି ଇଣ୍ଟରନେଟ୍ ବ୍ୟବହାରକାରୀ, ୪୩ କୋଟି ଜନ ଧାନ ବ୍ୟାଙ୍କ ଆକାଉଣ୍ଟ ଅଛି, ଯାହା ଦୁନିଆର କୌଣସି ସ୍ଥାନରେ ନାହିଁ ।

ସେହିପରି ଆରୋଗ୍ୟ ସେତୁ ଆପ୍, କରୋନା ସଂକ୍ରମଣ ରୋକିବାରେ ସାହାଯ୍ୟ କଲା ବୋଲି କହିଛନ୍ତି ମୋଦି ।  ଭାରତରେ ସମସ୍ତଙ୍କୁ ମାଗଣାରେ ଟିକା ଦିଆଯାଉଛି । ଏପର୍ଯ୍ୟନ୍ତ ୯୦ କୋଟି ଲୋକଙ୍କର ଟିକାକରଣ ସରିଛି । ଏଥିରେ କୋ-ୱିନ୍ ମଧ୍ୟ ପ୍ରମୁଖ ଭୂମିକା ଗ୍ରହଣ କରିଛି  ବୋଲି କହିଛନ୍ତି ମୋଦି ।