• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ନୂଆଦିଲ୍ଲୀ: ସେମିରେ ହାରିଥିଲେ ମଧ୍ୟ ମହିଳା ହକି ଟିମ୍ ସଦସ୍ୟାଙ୍କ ଖେଳୁଆଡ଼ ମନୋଭାବକୁ ନେଇ ଚାରିଆଡୁ ପ୍ରଶଂସା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମ୍ୟାଚ୍‌ ସରୁ ସରୁ ଟ୍ୱିଟ୍ କରି ଟିମ୍ ଇଣ୍ଡିଆ ସଦସ୍ୟାଙ୍କୁ ପ୍ରଶଂସା କରିଛନ୍ତି । ବିଗତ ଦିନର ମ୍ୟାଚ ଏବଂ ଆଜିର ମ୍ୟାଚ ସବୁଦିନ ପାଇଁ ମନେ ରହିବ ବୋଲି କହିବା ସହ ସେଥିପାଇଁ ଆମେ ଗର୍ବିତ ବୋଲି ଉଲ୍ଲେଖ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ସେହିଭଳି ପୂର୍ବତନ ସାଂସଦ ଦିଲ୍ଲିପ୍‌ ତିର୍କୀ କହିଛନ୍ତି ମହିଳା ହକି ଦଳ ହାରିଛନ୍ତି ସତ । କିନ୍ତୁ ଦମଦାର ପ୍ରଦର୍ଶନ କରି ସମସ୍ତଙ୍କ ମନ ଜିଣିଛନ୍ତି ।

 

 ସୂଚନାଯୋଗ୍ୟ, ଟୋକିଓ ଅଲିମ୍ପିକ୍ସରେ ଭାରତ-ଆର୍ଜେଣ୍ଟିନା ସେମିଫାଇନାଲ ମ୍ୟାଚ୍‌ ଶେଷ ହୋଇଛି । ଏଥିରେ ୨-୧ରେ ପରାଜୟ ବରଣ କରିଛି ଭାରତ । ଟୋକିଓ ଅଲିମ୍ପିକ୍ସ, ମହିଳା ହକି ମୁକାବିଲାରେ ଭାରତର ସ୍ୱର୍ଣ୍ଣିମ ଆଶା ମଉଳିଯାଇଛି । ଭାରତ-ଆଜେଣ୍ଟିନା ମଧ୍ୟରେ ଖେଳାଯାଇଥିବା ସେମିଫାଇନାଲ ମ୍ୟାଚ୍‌ରେ ଭାରତକୁ ୨-୧ରେ ପରାଜୟ ସ୍ୱୀକାର କରିବାକୁ ପଡ଼ିଛି । ଦୁଇ ଦଳ ମଧ୍ୟରେ ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌ ଦେଖିବାକୁ ମିଳିଥିଲେ ମଧ୍ୟ ଭାରତକୁ ନିରାଶ ହେବାକୁ ପଡ଼ିଛି । ଆର୍ଜେଣ୍ଟିନା ପ୍ରଥମ କ୍ୱାର୍ଟର ପରେ ଆକ୍ରମଣାତ୍ମକ ହୋଇପଡ଼ିଥିଲା । ବାରମ୍ବାର ଗୋଲପୋଷ୍ଟକୁ ଆଟାକ୍‌ କରିଥିଲା ।

ତେବେ ଏହି ମ୍ୟାଚ୍‌ ଆରମ୍ଭର ପ୍ରଥମ ଦୁଇ ମିନିଟରେ ଭାରତୀୟ ଖେଳାଳିମାନେ ଆର୍ଜେଣ୍ଟିନାକୁ ପ୍ରଥମ ଗୋଲ ଦେଇଥିବା ବେଳେ ଦ୍ୱିତୀୟ କ୍ୱାର୍ଟରରେ ଆର୍ଜେଣ୍ଟିନା ପକ୍ଷରୁ ଭାରତକୁ ଗୋଲ ଦେଇଥିଲେ ନୋଏଲ ମାରିଆ । ଏହାର କିଛି ସମୟ ପରେ ଆଜେଣ୍ଟିନା ଆଉ ଏକ ଗୋଲ କରି ଭାରତକୁ ଚାପରେ ପକାଇଥିଲା । ଆର୍ଜେଣ୍ଟିନା ପକ୍ଷରୁ ଦ୍ୱିତୀୟ ଗୋଲ ମଧ୍ୟ ନୋଏଲ ଦେଇଥିଲେ ।

ଏବେ ଭାରତ ପାଖରେ ପଦକ ପାଇଁ ଆଉ ଗୋଟିଏ ସୁଯୋଗ ରହିଛି । ଆଗାମୀ ୬ ତାରିଖରେ ବ୍ରୋଞ୍ଜ ପଦକ ପାଇଁ ଗ୍ରେଟ ବ୍ରିଟେନ୍‌ ସହ ହେବାକୁ ଥିବା ଲଢ଼େଇରେ ଭାରତକୁ ବିଜୟ ହାସଲ କରିବାକୁ ପଡ଼ିବ । 

ତେବେ ଫାଇନାଲରେ ନେଦରଲ୍ୟାଣ୍ଡକୁ ଭେଟିବ ଆର୍ଜେଣ୍ଟିନା । ପୂର୍ବରୁ ସେମିଫାଇନାଲରେ ଗ୍ରେଟ୍ ବ୍ରିଟେନ୍‌କୁ ୫-୧ ଗୋଲରେ ହରାଇ ନେଦରଲ୍ୟାଣ୍ଡ ଫାଇନାଲରେ ପହଞ୍ଚି ସାରିଛି ।