• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

News Highlights

  • ପୁଣି ବଢିଲା ପେଟ୍ରୋଲ ଡିଜେଲ୍‌ ଦର

  • କ୍ରମାଗତ ଭାବେ ଆଜି ଦ୍ୱିତୀୟ ଦିନରେ ବୃଦ୍ଧି ପାଇଛି ପେଟ୍ରୋଲ ଡିଜେଲ ଦର

ନୂଆଦିଲ୍ଲୀ: ପୁଣି ବଢିଲା ତୈଳ ଦର । କ୍ରମାଗତ ଭାବେ ଆଜି ଦ୍ୱିତୀୟ ଦିନ ପେଟ୍ରୋଲ ଡିଜେଲ ଦରବୃଦ୍ଧି ହୋଇଛି । ରାଜଧାନୀ ଦିଲ୍ଲୀର ଡିଜେଲ ଲିଟର ପିଛା ୯୦ ଟଙ୍କା ଅତିକ୍ରମ କରିଥିବାବେଳେ ପେଟ୍ରୋଲର ଦର ୧୦୨ ଟଙ୍କାରେ ପହଞ୍ଚିଛି । ବର୍ତ୍ତମାନ ସମୟରେ ଦେଶର ସମସ୍ତ ସ୍ଥାନରେ ତୈଳ ଦର ଅଧିକ ସଂଖ୍ୟା ରେ ବୃଦ୍ଧି ହେବାରେ ଲାଗିଛି । ଗତକାଲି ପେଟ୍ରୋଲ ଲିଟର ପିଛା ୨୫ ପଇସା ଓ ଡିଜେଲ ଲିଟର ପିଛା ୩୦ ପଇସା ପର୍ଯ୍ୟନ୍ତ ବଢିଥିଲା । ସେହିପରି ଗତ ମଙ୍ଗଳବାର ଦିନ ପେଟ୍ରୋଲ ପିଛା ୨୦ ପଇସା ବଢିଥିବାବେଳେ ଡିଜେଲ୍‌ ଲିଟର ପିଛା ୨୫ ପଇସା ବୃଦ୍ଧି ପାଇଥିଲା । ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ଯଥାକ୍ରମେ ୨୫ ପଇସା ଏବଂ ୩୦ ପଇସା ବୃଦ୍ଧି ପାଇଛି । ଚଳିତ ମାସ ଆରମ୍ଭରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ବୃଦ୍ଧି ପାଇବା ପରେ ଇନ୍ଧନ ମୂଲ୍ୟ ଆଜି ସର୍ବକାଳୀନ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି।

ଚାରୋଟି ମହାନଗର ନିଗମରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟ (Petrol Diesel Price on 01 October 2021)

>> ଦିଲ୍ଲୀ ପେଟ୍ରୋଲ ୧୦୧.୮୯ ଟଙ୍କା ଏବଂ ଡିଜେଲ ଲିଟର ପିଛା ୯୦.୧୭ ଟଙ୍କା

>> ମୁମ୍ବାଇ ପେଟ୍ରୋଲ ୧୦୭.୯୫ ଟଙ୍କା ଏବଂ ଡିଜେଲ ଲିଟର ପିଛା ୯୭.୮୪ ଟଙ୍କା

>> ଚେନ୍ନାଇ ପେଟ୍ରୋଲ ୯୯.୫୮ ଟଙ୍କା ଏବଂ ଡିଜେଲ ଲିଟର ପିଛା ୯୪.୭୪ ଟଙ୍କା

>> କୋଲକାତା ପେଟ୍ରୋଲ ୧୦୨.୪୭ ଟଙ୍କା ଏବଂ ଡିଜେଲ ଲିଟର ପିଛା ୯୩.୨୭ ଟଙ୍କା

ଦେଶରେ ଗତ ୪ ଦିନରେ ୪ ଥର ଡିଜେଲ ମୂଲ୍ୟ ବୃଦ୍ଧି ପାଇଛି । ଇଣ୍ଡିଆନ୍‌ ଅଏଲ୍ କମ୍ପାନୀ ପକ୍ଷରୁ ଗତ ସେପ୍ଟେମ୍ୱର ମାସ ୨୪ ତାରିଖରେ ଲିଟର ପିଛା ୨୦ ପଇସା ଓ ୨୬ ସେପ୍ଟେମ୍ୱରରେ ଲିଟର ପିଛା ୨୫ ପଇସା ବୃଦ୍ଧି କରାଯାଇଥିଲା । ସେହିପରି ୨୮ ସେପ୍ଟେମ୍ୱରରେ ଲିଟର ପିଛା ୨୫ ପଇସା ବୃଦ୍ଧି କରିଥିଲା ।

ଦେଶରେ ସବୁଦିନ ସକାଳ ୬ ଟାରେ ୩ ଟି ତେଲ କମ୍ପାନୀ ଯଥା HPCL, BPCL ଏବଂ IOC ପକ୍ଷରୁ ପେଟ୍ରୋଲ ଏବଂ ଡିଜେଲର ନୂଆ ଦର ଜାରି କରାଯାଏ । ୱେବସାଇଟ୍ ମାଧ୍ୟମରେ ଗ୍ରାହକମାନେ ନୂଆ ଦର ଜାଣିପାରିବେ । ଏହା ସହ ମୋବାଇଲ୍ ଫୋନରେ SMS ମାଧ୍ୟମରେ ମଧ୍ୟ ନୂଆ ଦର ଜାଣିପାରିହେବ । ଯାହା ପାଇଁ ଗ୍ରାହକମାନଙ୍କୁ 92249 92249 ନମ୍ୱର କୁ ଏକ SMS ପଠାଇବାକୁ ପଡିବ । ଫଳରେ ସେମାନେ ପେଟ୍ରୋଲ ଏବଂ ଡିଜେଲର ନୂଆ ମୂଲ୍ୟ ବିଷୟରେ ଜାଣିପାରିବେ । ଏହି SMS ରେ RSP <ସ୍ପେସ୍> ପେଟ୍ରୋଲ ପମ୍ପ ଡିଲର କୋଡ୍ ଲେଖି 92249 92249 କୁ ପଠାଇବାକୁ ପଡିବ ।