• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

News Highlights

  • ୧୮ ରୁ ଉଡ଼ିବ ବିମାନ

  • ବେସାମରିକ ମନ୍ତ୍ରଣାଳୟ ଦେଲା ଅନୁମତି

ନୂଆଦିଲ୍ଲୀ: ଅକ୍ଟୋବର ୧୮ରୁ ସବୁ ଯାତ୍ରୀବାହୀ ବିମାନ ଚଳାଚଳ କରିବା ନେଇ ନିଷ୍ପତ୍ତି ହୋଇଛି । ଦେଶ ମଧ୍ୟରେ ସିଡ୍ୟୁଲ ସମସ୍ତ ବିମାନ ଚଳାଚଳ କରିବାକୁ ଅନୁମତି ମିଳିଛି । ସବୁ ବିମାନ ଚଳାଚଳ ପାଇଁ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ଅନୁମତି ଦିଆଯାଇଛି । କୌଣସି ସିଟିଂ କାପାସିଟି କଟକଣା ବିନା ବିମାନ ଚଳାଚଳ କରିବା ନେଇ ଜଣାପଡ଼ିଛି। 

ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ଏକ ଆଦେଶରେ ଦର୍ଶାଯାଇଛି ଯେ ବିମାନ ଯାତ୍ରା ପାଇଁ ଅନୁସୂଚିତ ଘରୋଇ ଅପରେସନ୍ ଭିଜ୍-ଏ-ଭିଜ୍ ଯାତ୍ରୀଙ୍କ ବର୍ତ୍ତମାନର ସ୍ଥିତିର ସମୀକ୍ଷା ପରେ ମନ୍ତ୍ରଣାଳୟ ୧୮ ତାରିଖରୁ ସମସ୍ତ ଘରୋଇ ଉଡ଼ାଣକୁ ଅନୁମତି ଦିଆଯାଇଛି। ତେବେ କରୋନା କଟକଣା ଯେମିତି ସଠିକ୍‌ ଭାବରେ ଅନୁପାଳନ କରାଯାଏ ସେନେଇ ଧ୍ୟାନ ଦିଆଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।