• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ପ୍ରଥମ ଥର ପାଇଁ ନୂଆ ଜ୍ଞାନକୌଶଳର ବ୍ୟବହାର ହେବ

  • NHAI ଟେଣ୍ଡର ସର୍ତ୍ତାବଳୀରେ ଏହି ନୂତନ ଟେକ୍ନୋଲୋଜିକୁ ଯୋଡ଼ା ଯାଇଛି

ନୂଆଦିଲ୍ଲୀ : ରାସ୍ତା ନିର୍ମାଣରେ ସ୍ୱଚ୍ଛତା ଆଣିବ ନୂଆ ଜ୍ଞାନକୌଶଳ । ଗଡ଼ବଡ଼ କରିପାରିବେନି ଠିକାଦାର । ନିମ୍ନ କାମ କରି ଲୋକଙ୍କୁ ତଥା ସରକାରଙ୍କୁ ଠକି ପାରିବେ ନାହିଁ କଣ୍ଟ୍ରାକ୍ଟର । ଭବିଷ୍ୟତରେ ଭାରତର ଜାତୀୟ ରାଜପଥ ପ୍ରାଧିକରଣ (National Highway Authority of India) ଦ୍ୱାରା କରାଯାଉଥିବା ସଡକ ନିର୍ମାଣର ଗୁଣବତ୍ତାକୁ ନେଇ କୌଣସି ପ୍ରକାର ଗଡ଼ବଡ଼ ହେବାର ଆଶଙ୍କା ରହିବ ନାହିଁ । ଗୁଣବତ୍ତା ଉପରେ ନଜର ରଖିବା ପାଇଁ NHAI ଦେଶରେ ପ୍ରଥମ ଥର ପାଇଁ ମେସିନ୍ କଣ୍ଟ୍ରୋଲ୍ ଟେକ୍ନୋଲୋଜି ବ୍ୟବହାର କରିବାକୁ ଯାଉଛି । ଲକ୍ଷ୍ନୌର କାନପୁର ଗ୍ରୀନଫିଲ୍ଡ ରାଜପଥରେ ଏହି ନୂତନ ପ୍ରଯୁକ୍ତିବିଦ୍ୟା ବ୍ୟବହାର କରାଯିବ । ଖୁବ୍ ଶୀଘ୍ର ଏହି ପ୍ରକଳ୍ପ କାମ ଆରମ୍ଭ ହେବ ବୋଲି ସୂଚନା ମିଳିଛି ।

୬୩ କିଲୋମିଟର ଲମ୍ବ ଜାତୀୟ ରାଜପଥରେ ଜ୍ଞାନକୌଶଳର ବ୍ୟବହାର କରାଯିବ

ରାସ୍ତା ନିର୍ମାଣରେ ଅନେକ ଥର ଗୁଣବତ୍ତାକୁ ନେଇ ଅନେକ ସମୟରେ ଅଭିଯୋଗ ଶୁଣିବାକୁ ମିଳେ । ନିର୍ମାଣକାରୀ ସଂସ୍ଥା ଗୁଣବତ୍ତା ଉପରେ ନଜର ରଖିଲେ ସୁଦ୍ଧା କୌଣସି ସୁଫଳ ମିଳେ ନାହିଁ । କେତେବେଳେ ରାସ୍ତା ନିର୍ମାଣ ସରୁ ସୁରୁ ପିଚୁ ଉଠିଯାଏ ପୁଣି ଆଉ କେତେବେଳେ ଅନିୟମିତତା ଦେଖିବାକୁ ମିଳିଥାଏ । ଏଭଳି ସମସ୍ୟାରୁ ମୁକ୍ତି ପାଇବା ପାଇଁ ନ୍ୟାସନାଲ ହାଇୱେ ଅଥରିଟି ଅଫ୍ ଇଣ୍ଡିଆ ବର୍ତ୍ତମାନ ଦେଶରେ ପ୍ରଥମ ଥର ପାଇଁ ମେସିନ୍ କଣ୍ଟ୍ରୋଲ୍ ଟେକ୍ନୋଲୋଜି ବ୍ୟବହାର କରିବାକୁ ଯାଉଛି। ନିର୍ମାଣାଧୀନ ୬୩ କିଲୋମିଟର ଲକ୍ଷ୍ନୌ - କାନପୁର ରାଜପଥରେ ଏହା ବ୍ୟବହାରର କରାଯିବ । NHAI ଟେଣ୍ଡର ସର୍ତ୍ତାବଳୀରେ ଏହି ନୂତନ ଟେକ୍ନୋଲୋଜିକୁ ଯୋଡ଼ା ଯାଇଛି । ଫଳରେ ବର୍ତ୍ତମାନ ଠାରୁ ଏହି ଜ୍ଞାନକୌଶଳ ବ୍ୟବହାର କରୁଥିବା କଣ୍ଟ୍ରାକ୍ଟର ପ୍ରୋଜେକ୍ଟରେ କାମ କରିବାକୁ ସକ୍ଷମ ହେବେ । ସେପ୍ଟେମ୍ବର ୨୦୨୧ସୁଦ୍ଧା ଏହି ପ୍ରକଳ୍ପର କାର୍ଯ୍ୟ ଆରମ୍ଭ ହେବ ବୋଲି ସୂଚନା ମିଳିଛି ।

କେମିତି କାମ କରେ ମେସିନ୍ କଣ୍ଟ୍ରୋଲ୍ ଟେକ୍ନୋଲୋଜି ?

ମେସିନ୍ କଣ୍ଟ୍ରୋଲ୍ ଟେକ୍ନୋଲୋଜିର ବ୍ୟବହାର ଦ୍ୱାରା ବହୁତ ସୁବିଧା ମିଳିବ । ରାଜପଥ ନିର୍ମାଣ କାର୍ଯ୍ୟର ଗୁଣବତ୍ତା, ନିର୍ଦ୍ଧାରିତ ମାନକ ଅନୁଯାୟୀ ହେବ । ଏହି ଜ୍ଞାନକୌଶଳ ଦ୍ୱାରା ରାସ୍ତା ନିର୍ମାଣ ହେଲେ କୌଣସି ଅଭିଯୋଗ ଆସିବ ନାହିଁ । ଏହି ଟେକ୍ନୋଲୋଜିରେ ନିର୍ମାଣ କାର୍ଯ୍ୟରେ ବ୍ୟବହୃତ ହେଉଥିବା ମେସିନ୍ ଏବଂ ଯାନ ଉପରେ ସେନ୍ସର ଲଗାଯିବ । ସଡକ ନିର୍ମାଣ ପାଇଁ ସ୍ଥିର କରାଯାଇଥିବା ମାନକକୁ ସିଷ୍ଟମରେ ଫିଟ୍ କରାଯିବ । ଏବଂ ସେନ୍ସରଗୁଡ଼ିକ NHAI ମୁଖ୍ୟାଳୟ ସହିତ ସଂଯୁକ୍ତ ହେବ । ନିର୍ମାଣ ସମୟରେ ସେଟ ହୋଇଥିବା ଷ୍ଟାଣ୍ଡାର୍ଡ ଅନୁଯାୟୀ କାର୍ଯ୍ୟ ସରିବା ପରେ ମୁଖ୍ୟାଳୟରେ ବାର୍ତ୍ତା ପହଞ୍ଚିଯିବ । ବର୍ତ୍ତମାନ ଠାରୁ ରାସ୍ତା ନିର୍ମାଣରେ ଗୁଣାତ୍ମକ ମାନ ପୂରଣ କରିବାକୁ ବାଧ୍ୟ ହେବେ ଠିକାଦାର ।