• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

News Highlights

  • ଏନସିବି ଟିମ୍‌ର ବିଭିନ୍ନ ସ୍ଥାନରେ ଚଢାଉ 

  • ଫିଲ୍ମ ପ୍ରଯୋଜକ ଇମତିଆଜ ଖତ୍ରୀଙ୍କ ବାସଭବନ ଓ ଅଫିସ ଉପରେ ରେଡ୍

  • ଜାମିନ୍ ନାମଞ୍ଜୁର ପରେ ମୁମ୍ବାଇ ଆର୍ଥର ରୋଡ୍ ଜେଲରେ ଆର୍ୟନ ଖାନ

ନୂଆଦିଲ୍ଲୀ: ମୁମ୍ବାଇ କ୍ରୁଜରେ ଡ୍ରଗ୍ସ ପାର୍ଟିକୁ ନେଇ ଏନସିବିର ଏକ ଟିମ୍‌ ବିଭିନ୍ନ ସ୍ଥାନରେ ରେଡ୍ କରିଛି । ଏଥିରେ ଫିଲ୍ମ ପ୍ରଯୋଜକ ଇମତିଆଜ ଖତ୍ରୀଙ୍କ ବାସଭବନ ଓ ତାଙ୍କ ଅଫିସ ଉପରେ ଏନସିବି ଟିମ୍ ରେଡ୍ କରିଛି । ଗତକାଲି ଜାମିନ୍ ଖାରଜ ହେବା ପରେ ମୁମ୍ବାଇର ଆର୍ଥର ରୋଡ୍ ଜେଲ୍‌ରେ ରାତି କାଟିଥିଲେ ଶାହାରୁଖଙ୍କ ପୁଅ ଆର୍ୟନ ଖାନ । ଆର୍ୟନଙ୍କ ସମେତ ବନ୍ଧୁ ଅରବାଜ ସେଠ୍ ମର୍ଚାଣ୍ଟ, ମୁନମୁନ୍ ଧର୍ମେଚାଙ୍କ ଜାମିନ୍ ଆବେଦନକୁ ମୁମ୍ବାଇ ଏସ୍ପ୍ଲାନେଡ ମାଜିଷ୍ଟ୍ରେଟ୍ କୋର୍ଟ ପକ୍ଷରୁ ଖାରଜ କରିଦିଆଯାଇଛି ।

୭ ଦିନିଆ ରିମାଣ୍ଡ ଅବଧି ସରିବା ପରେ ଗତକାଲି ନାର୍କୋଟିକ୍ କଣ୍ଟ୍ରୋଲ୍ ବୁ୍ୟରୋ ଗିରଫ ୧୮ ଜଣଙ୍କ ମଧ୍ୟରୁ ଆର୍ୟନଙ୍କ ସମେତ ୮ ଜଣଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇଛି । ଏହି ୮ ଜଣଙ୍କ ମଧ୍ୟରୁ ପୁରୁଷ କଏଦୀଙ୍କୁ ଆର୍ଥର ରୋଡ୍ ଜେଲ୍ ଏବଂ ମହିଳା କଏଦୀଙ୍କୁ ବାଇକୁଲା ଜେଲ୍‌ରେ ରଖାଯାଇଥିବାର ସୂଚନା ମିଳିଛି ।

ସୂଚନାଅନୁସାରେ,ଆଜି ଏନ୍‌ସିବି ଜଣେ ପ୍ରଡ୍ୟୁସର ଓ ଚଳଚିତ୍ର ନିର୍ମାତାଙ୍କ ଘରେ ରେଡ୍ କରିଛି । ଏହାରି ମଧ୍ୟରେ ଜଣେ ଡ୍ରଗ୍ସ ବ୍ୟବସାୟୀଙ୍କୁ ଗିରଫ କରାଯାଇଛି । ଗିରଫ ଡ୍ରଗ୍ସ ବ୍ୟବସାୟୀଙ୍କ ମାଧ୍ୟମରେ ଏନ୍‌ସିବି ଅଧିକ ତଥ୍ୟ ଜାଣିପାରିବ ବୋଲି ଆଶା ରଖିଛି। ଏହା ପୂର୍ବରୁ ଆର୍ଯ୍ୟନ୍ ଖାନ୍‌ଙ୍କ ଜାମିନ୍‌ ଆବେଦନକୁ ଖାରଜ କରିଦିଆଯାଇଥିଲା । ଡ୍ରଗ୍ସ ମାମଲାରେ ଅଧିକ ତଥ୍ୟ ସଂଗ୍ରହ କରିବାକୁ ପଡିବ ବୋଲି ଏନ୍‌ସିବି କୋର୍ଟକୁ କହିଛି ।

ସୂଚନା ଅନୁସାରେ, ଅକ୍ଟୋବର ୩ ତାରିଖରେ ଗୋଆ-ବନ୍ଧ କ୍ରୁଜ୍ ଉପରେ କରାଯାଇଥିବା ଚଢାଉରେ ଆର୍ଯ୍ୟନ୍ ଖାନ୍, ମୁମୁନ୍ ଧାମେଚା ଏବଂ ଅରବାଜ୍ ମର୍ଜେଣ୍ଟଙ୍କୁ ଗିରଫ କରାଯାଇଥିଲାବେଳେ ତା’ପର ଦିନ ଅନ୍ୟ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା । ରିମାଣ୍ଡ ଅବଧି ଶେଷ ହେବା ପରେ ଅଭିଯୁକ୍ତଙ୍କୁ ମୁଖ୍ୟ ମେଟ୍ରୋପୋଲିଟନ୍‌ ମାଜିଷ୍ଟ୍ରେଟ୍ ଏବଂ ଏନ୍‌ ନିର୍ଲିକର ନିକଟରେ ହାଜର କରାଯାଇଥିଲା । ସେଠାରୁ ସେମାନଙ୍କୁ ୧୪ ଦିନ ପାଇଁ ହେପାଜତ୍‌କୁ ପଠାଯାଇଥିଲା ।