• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ୮୦ ତମ ମନ୍ କି ବାତ୍ ସଂସ୍କରଣରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ

  • କ୍ରୀଡ଼ା ଦିବସରେ ମେଜର ଧ୍ୟାନଚାନ୍ଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ମୋଦି

  • ଦେଶର ଯୁବପିଢ଼ି ଏବେ ଖେଳକୁଦରେ ଧ୍ୟାନ ଦେଉଛନ୍ତି

ନୂଆଦିଲ୍ଲୀ : ଆଜି ଅଗଷ୍ଟ ମାସର ଶେଷ ରବିବାର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାସିକ ରେଡିଓ କାର୍ଯ୍ୟକ୍ରମ ମନ କି ବାତରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି । ଏହାସହ ଅଲମ୍ପିକ୍ସ ମେଡାଲ ବିଜେତାଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦି । ୮୦ତମ ମନ୍ କି ବାତ୍ ସଂସ୍କରଣରେ ପ୍ରଧାନମନ୍ତ୍ରୀ କ୍ରୀଡ଼ାବିତ୍ ମାନେ ଏବେ ଯୁବପିଢ଼ିଙ୍କ ସମ୍ମୁଖରେ ଉଦାହରଣ ସୃଷ୍ଟି କରିଥିବା କହିଛନ୍ତି । ଜାତୀୟ କ୍ରୀଡ଼ା ଦିବସ ଉପଲକ୍ଷେ ମେଜର ଧ୍ୟାନଚାନ୍ଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ତାଙ୍କ ସ୍ୱପ୍ନ ପୂରଣ ଦିଗରେ ଭାରତ ବଢ଼ୁଛି । କ୍ରୀଡ଼ା କ୍ଷେତ୍ରରେ ଦେଶ ବେଶ୍ ଆଗକୁ ଆଗେଇ ଚାଲିଛି । କିନ୍ତୁ ହକିରେ ମେଡାଲ୍ ଆସିବା ପରେ ଏବେ ଇତିହାସ ରଚିଛି ଭାରତ ।

ପ୍ରଧାନମନ୍ତ୍ରୀଙ୍କ ମନ କି ବାତର ବଡ଼ କଥା

ଆଜିର ଯୁବପିଢ଼ି ମନ ଚାହୁଁଥିବା ରାସ୍ତାରେ ଚାଲିବାକୁ ଚାହାଁନ୍ତି ନାହିଁ । ସେମାନେ ନୂଆ ରାସ୍ତା ତିଆରି କରିବାକୁ ଚାହୁଁଛନ୍ତି । ନୂତନ ଗନ୍ତବ୍ୟସ୍ଥଳ, ନୂଆ ଲକ୍ଷ , ନୂଆ ରାସ୍ତା, ନୂଆ ଇଚ୍ଛା, ନୂଆ ଆଗ୍ରହ ନେଇ ଦିନରାତି କଠିନ ପରିଶ୍ରମ କରୁଛନ୍ତି ।

ସେହିପରି ବିଶ୍ୱରେ ଏବେ ବ୍ୟବସାୟ କ୍ଷେତ୍ରରେ ଭାରତ ବିଶେଷ ଉନ୍ନତି କରିଛି । ଗାଁଠୁ ସହର ଯାଏଁ ବିଶ୍ୱ ଖେଳନା ବଜାରରେ ଭାରତ ଏବେ ଅନ୍ୟ ଦେଶର ପ୍ରତିନ୍ଦ୍ୱନ୍ଦୀ । ତେଣୁ ଏକ୍ଷେତ୍ରର ନୂଆ ବ୍ୟବସାୟୀଙ୍କୁ ପ୍ରୋତ୍ସାହନ ମିଳୁଥିବା ପ୍ରଧାନମନ୍ତ୍ରୀ କହିଛନ୍ତି । ଆଜି ଛୋଟ ସହରରେ ମଧ୍ୟ ଷ୍ଟାର୍ଟ ଅପ୍ ସଂସ୍କୃତି ବିସ୍ତାର ହେଉଛି ଏବଂ ଏଥିରେ ଉଜ୍ଜ୍ୱଳ ଭବିଷ୍ୟତ ଦେଖିବାକୁ ମିଳୁଥିବ ।

ଆସନ୍ତାକାଲି ଜନ୍ମାଷ୍ଟମୀଙ୍କର ମହାନ ପର୍ବ । ଜନ୍ମାଷ୍ଟମୀଙ୍କର ଏହି ପର୍ବ ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମ ପର୍ବ । ନଟଖଟ୍ କାହ୍ନା ଠାରୁ ଆରମ୍ଭ କୀରି ବିରାଟ ରୂପ ଧାରଣ କରିଥିବା କୃଷ୍ଣ ପର୍ଯ୍ୟନ୍ତ ଭଗବାନଙ୍କର ସମସ୍ତ ରୂପ ସହ ଆମେ ପରିଚିତ । ଜନ୍ମାଷ୍ଟମୀ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୋଦି ।

ପ୍ରଧାନମନ୍ତ୍ରୀ ମୋଦି ମନ କି ବାତରେ ଆଧ୍ୟାତ୍ମିକତା ଏବଂ ଦର୍ଶନ ବିଷୟରେ ମଧ୍ୟ ଚର୍ଚ୍ଚା କରିଛନ୍ତି । ଆଜି ବିଶ୍ୱରେ ଲୋକମାନେ ଭାରତୀୟ ଆଧ୍ୟାତ୍ମିକତା ଏବଂ ଦର୍ଶନ ବିଷୟରେ ଚିନ୍ତା କରୁଛନ୍ତି, ଏପରିସ୍ଥଳରେ ଆମର ଏହି ମହାନ ପରମ୍ପରାକୁ ଆଗକୁ ବଢ଼ାଇବା ଆମର ଦାୟିତ୍ୱ ଅଟେ ।