• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ନୂଆଦିଲ୍ଲୀ: ପୁଣି କେନ୍ଦ୍ର ସରକାରଙ୍କ ଆଉ ଏକ ବଡ଼ ପଦକ୍ଷେପ । ଶହେ କୋଟି ଟିକାକରଣ ପରେ ବି ଆରମ୍ଭ ହେବ ମେଗା ଟିକକରଣ ଅଭିଯାନ । ଦେଶରେ ଆରମ୍ଭ ହେବ ମେଗା କୋଭିଡ୍ ଟିକାକରଣ ଅଭିଯାନ । ସୂଚନା ଦେଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ । ନଭେମ୍ବରରୁ ଆରମ୍ଭ ହେବ ହର୍ ଘର୍ ଦସ୍ତକ ନାଁରେ କ୍ୟାମ୍ପେନ । ମାସେ ଧରି ଚାଲିବ ଡୋର୍ ଟୁ ଡୋର କ୍ୟାମ୍ପେନ । ସ୍ୱାସ୍ଥ୍ୟ କର୍ମୀ ଘର ଘର ବୁଲି ଟିକାକରଣ ଅଭିଯାନ ଚଳାଇବେ । ୧ମ ଡୋଜ୍ ନେଇ ନଥିବା ବ୍ୟକ୍ତିଙ୍କୁ ଘରେ ପହଞ୍ଚି ପ୍ରଥମ ଡୋଜ ଟିକା ଦିଆଯିବ । ଏହାସହ ୨ୟ ଡୋଜ୍ ପାଇଁ ଯୋଗ୍ୟ ବ୍ୟକ୍ତିଙ୍କୁ ମଧ୍ୟ ଟିକା ଦିଆଯିବ । ୫୦%ରୁ କମ୍ ଟିକାକରଣ ହୋଇଥିବା ୪୮ ଜିଲ୍ଲାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଚିହ୍ନଟ କରାଯାଇଛି । ସେଠାରେ ଟିକାକରଣ ଅଭିଯାନକୁ ଜୋରଦାର କରାଯିବ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ମନ୍‌ସୁଖ ମାଣ୍ଡଭିୟ ।

କରୋନା ଟିକାକରଣରେ ଭାରତର ଐତିହାସିକ ମାଇଲଖୁଣ୍ଟ । ଦେଶରେ ୧୦୦ କୋଟି ଡୋଜ୍ ଟିକାକରଣ ପୂରଣ ହୋଇସାରିଛି । ଏଥିପାଇଁ ସାରା ଦେଶରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ୧୦୦ କୋଟି ଡୋଜ ଟିକାକରଣ ଅବସରରେ ଭାରତର ଐତିହାସିକ କୋଠାଗୁଡ଼ିକ ତିରଙ୍ଗା ରଙ୍ଗରେ ସଜାଯାଇଥିଲା । ଏମିତିକି ତାଜମହଲକୁ ବି ତିରଙ୍ଗା ଆଲୋକରେ ସଜ୍ଜିତ କରାଯାଇଥିଲା । ତାଜମହଲ ସମେତ ଦିଲ୍ଲୀର ଲାଲକିଲ୍ଲା ଓ କୁତବ୍‌ ମିନାର୍‌, ତେଲେଙ୍ଗାନାର ରାମପ୍ପା ମନ୍ଦିର, ତ୍ରିପୁରା ରାଜନଗରର ଭୁବନେଶ୍ୱରୀ ମନ୍ଦିର, ହାଇଦ୍ରାବାଦର ଚାର୍‌ମିନାର୍ ଆଦିକୁ ତିରଙ୍ଗା ଆଲୋକରେ ସଜ୍ଜା ଯାଇଥିଲା ।

ଭାରତର ଏଭଳି ଏକ ବଡ଼ ସଫଳତା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଡାକ୍ତର, ସ୍ୱାସ୍ଥ୍ୟକର୍ମୀମାନ ଓ ଆଗଧାଡ଼ିର ସମସ୍ତ କରୋନା ଯୋଦ୍ଧାଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ନୂଆଦିଲ୍ଲୀ ସ୍ଥିତ ରାମ ମନୋହର ଲୋହିଆ ହସ୍ପିଟାଲ ଯାଇ ସ୍ୱାସ୍ଥ୍ୟକର୍ମୀମାନଙ୍କୁ ଅଭିନନ୍ଦନ ଜଣାଇଥିଲେ ମୋଦି । ସେଠାରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇବା ସହ ଭ୍ୟାକ୍ସିନ୍ ନିର୍ମାତା ଓ ଟିକା ନେଇଥିବା ଦେଶବାସୀଙ୍କୁ ମଧ୍ୟ ସଫଳତାର ଶ୍ରେୟ ଦେଇଥିଲେ । ଏହା ଭାରତର ଇତିହାସରେ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହେବ ବୋଲି କହିଥିଲେ ପ୍ରଧାନମନ୍ତ୍ରୀ ।