• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ମୁମ୍ବାଇ : ବାଘ ପଞ୍ଛାରୁ ମୁକୁଳିଲା କୁନି ପୁଅ । ମୃତ୍ୟୁ ମୁହଁରେ ହାତ ଭରି ଛଡ଼ାଇ ଆଣିଲେ ଆଉ ପୁତୁରାକୁ ନୂଆ ଜୀବନ ଦେଲେ କାକା । ମୁମ୍ବାଇର ଆରେ ଜଙ୍ଗଲ ଅଞ୍ଚଳରେ ୨୫ ବର୍ଷ ବୟସ୍କ କକାଙ୍କ ପାଇଁ ୪ ବର୍ଷିୟ କୋମଳମତି ନିଶ୍ଚିତ ମୃତ୍ୟୁ ମୁଖରୁ ରକ୍ଷା ପାଇଯାଇଛି । ପାଟିରେ କାମୁଡ଼ି ପଳାଇ ଯାଉଥିବା ବେଳେ କଲରାପତରିଆ ବାଘକୁ ଗୋଡ଼ାଇ ଗୋଡ଼ାଇ ପୁତୁରାକୁ ଉଦ୍ଧାର କରିଛନ୍ତି । ଘର ବାହାରେ ଖେଳୁଥିବା ସମୟରେ ହଠାତ୍ ଏକ ଚିତାବାଘ ଆକ୍ରମଣ କରି ଶିଶୁକୁ ପାଟିରେ ଧରି ଜଙ୍ଗଲ ଆଡକୁ ଦଉଡ଼ି ପଳାଇଲା । ତେବେ ପୁତୁରାକୁ ବାଘ ପାଟିରେ ଥିବା ଦେଖି ନିଜ କଥା ଚିନ୍ତା କଲେନି, ଜଙ୍ଗଲ ଭିତରକୁ ପଶିଯାଇ ଉଦ୍ଧାର କଲେ କକା ବିନୋଦ କୁମାର ।

ସେପ୍ଟେମ୍ବର ୨୬, ସନ୍ଧ୍ୟା ୭ଟା ସମୟରେ ଏପରି ଘଟଣା ଘଟିଥିଲା । ୪ ବର୍ଷୀୟ କୁନି ପୁଅ ଆୟୁଷ ଆରେ ଅଞ୍ଚଳର ନିଜ ଘର ବାହାରେ ଖେଳୁଥିଲା । ଘନ ଅନ୍ଧାରରେ କେଉଁଠି କେଜାଣି ଛପି ବସିଥିଲା ଚିତା । ଛୁଆକୁ ଏକା ପାଇ ଲମ୍ପ ମାରି ପାଟିରେ ଧରିନେଲା । ତେବେ ଚିତାବାଘ ପୁତୁରାକୁ ନେଇଯାଉଥିବା ଦେଖିବାକୁ ପାଇଲେ କକା ବିନୋଦ କୁମାର । ଚିତାବାଘ ଆୟୁଷଙ୍କୁ ଧରିବା ମାତ୍ରେ ହିଁ ଜଙ୍ଗଲ ଭିତରୁ ଦଉଡ଼ି ପଳାଇଥିଲା । ଆଉ ପୁତୁରାକୁ ବଞ୍ଚାଇବାକୁ ଯାଇ ଚିତା ପଛରେ ଦଉଡ଼ିଥିଲେ ବିନୋଦ୍ ।

ତେବେ ପୁତୁରାକୁ ନୂଆ ଜୀବନ ଦେଲା ପରେ କକା ବିନୋଦ କହିଛନ୍ତି,, ' ଚିତାବାଘ ଆୟୁଷକୁ ଆକ୍ରମଣ କରିବା ସମୟରେ ମୁଁ କବାଟ ପାଖରେ ଛିଡ଼ା ହୋଇଥିଲା । ଚିତା ଆୟୁଷର ବେକକୁ ଧରିଥି ଜଙ୍ଗଲ ଆଡ଼କୁ ଦଉଡ଼ିଥିଲା । ମୋ ଆଖିରୁ ଧାର ଧାର ଲୁହ ବହି ଯାଉଥାଏ, ପୁଅକୁ ବଞ୍ଚାଇ ପାରିବ ବୋଲି ଭାବୁନଥିଲେ ମଧ୍ୟ ପଛେ ପଛେ ଧାଇଁଲି । ଆଉ କୌଣସି ମତେ ଆୟୁଷକୁ ଉଦ୍ଧାର କଲି ।

ଚିତା ଆକ୍ରମଣରେ ଆୟୁଷଙ୍କ ବେକରେ ଭୀଷଣ ଆଘାତ ଲାଗିଛି, ମୁଣ୍ଡରେ ୮ ଟି ଷ୍ଟିଚ୍ ପଡ଼ିଛି । ଏହି ଘଟଣା ପରଠାରୁ ସ୍ଥାନୀୟ ଲୋକମାନେ ସୂର୍ଯ୍ୟାସ୍ତ ପରେ ଘରୁ ବାହାରକୁ ବାହାରୁ ନାହାନ୍ତି । ଅଭିଯୋଗ ପରେ ପ୍ରଶାସନ ବୁଦା ସଫା କରି ଡଷ୍ଟବିନ ଲଗାଇ ଦେଇଛି । ତଥପା ଲୋକଙ୍କ ମନରୁ ଭୟ ଯାଉନି । ପିଲାମାନଙ୍କୁ ଘରୁ ଛାଡ଼ୁନାହାନ୍ତି ବାପାମା‘ । ମୋ ପୁଅ ସୁରକ୍ଷିତ ଥିବାରୁ ଭଗବାନଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଜଣାଇଛନ୍ତି ଆୟୁଷଙ୍କ ମା’ । ତେବେ ତୁରନ୍ତ ସେହି ସ୍ଥାନରେ ଷ୍ଟ୍ରିଟ୍ ଲାଇଟ୍ ଲଗାଇବା ପାଇଁ ଦାବି କରୁଛନ୍ତି । କାରଣ ଘନ ଅନ୍ଧକାରରେ ଜଙ୍ଗଲୀ ଜୀବଜନ୍ତୁ ଆସୁଥିବା କଥା ଜଣାପଡ଼ୁନି ।