• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଶାଜାପୁର : ମା’କୁ ଛଡ଼ାଇନେଲା କରୋନା । ମମତା ପାଇଁ କାଳ ସାଜି ଆସିଲା ମହାମାରୀର ଦ୍ୱିତୀୟ ଲହରୀ । ଲକ୍ଷାଧିକ ଟଙ୍କା ଖର୍ଚ୍ଚ ପରେ ମଧ୍ୟ ମା’କୁ ବଞ୍ଚାଇ ପାରିଲାନି ପୁଅ । ଶେଷରେ କରୋନାରେ ଜୀବନ ଚାଲିଗଲା । ଆଉ ମା’କୁ ହରାଇବା ପରେ ପୁଅ ସବୁବେଳେ ଝୁରି ହେଉଥିଲା । ପୁଅର ଦୁଃଖ ସହିହେଲାନି, ଶେଷରେ ସ୍ତ୍ରୀର ସ୍ମୃତିରେ ମନ୍ଦିର ତୋଳିଦେଲେ ସ୍ୱାମୀ ।

ଶାଜାପୁର ଜିଲ୍ଲାଠାରୁ ପ୍ରାୟ ୩ କିଲୋମିଟର ଦୂରରେ ଥିବା ସାମ୍ପଖଡା ଗାଁରେ ନିର୍ମିତ ମନ୍ଦିର ବିଷୟରେ ଏବେ ଚର୍ଚ୍ଚାର ପରିଧୀକୁ ଆସିଛି । ଏହି ମନ୍ଦିର ଖୁବ୍ ସ୍ୱତନ୍ତ୍ର କାରଣ ନିକଟସ୍ଥ ଅଞ୍ଚଳର ଲୋକମାନେ ଆଜି ପର୍ଯ୍ୟନ୍ତ ଏପରି ମନ୍ଦିର ଦେଖି ନାହାଁନ୍ତି କିମ୍ବା ଶୁଣି ନାହାଁନ୍ତି । ମନ୍ଦିରରେ ଭଗବାନଙ୍କ ରୂପରେ ଜଣେ ମହିଳାଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଛି, ଯାହାକୁ ପରିବାର ସଦସ୍ୟ ମୃତ୍ୟୁ ପରେ ଭଗବାନଙ୍କୁ ବିବେଚନା କରି ପୂଜାର୍ଚ୍ଚନା କରୁଛନ୍ତି । ସ୍ୱାମୀ ପୁଅମାନଙ୍କ ସହିତ ମିଶି ଘର ବାହାରେ ସ୍ତ୍ରୀଙ୍କ ସ୍ମୁତିରେ ଏହି ମନ୍ଦିର ନିର୍ମାଣ କରିଛନ୍ତି । ମନ୍ଦିରରେ ଅଛି ତିନି ଫୁଟ ଉଚ୍ଚତାର ଏକ ପ୍ରତିମୂର୍ତ୍ତି । ପ୍ରତିଦିନ ପରିବାରର ଲୋକମାନେ ପ୍ରତିମୂର୍ତ୍ତି ଦେଖି ଖୁସି ହୁଅନ୍ତି ।

ସାମ୍ପଖଡା ନିବାସୀ ବନଜାରା ସମାଜର ନାରାୟଣ ସିଂ ରାଥୋଡ । ପତ୍ନୀ ଏବଂ ପୁଅମାନଙ୍କ ସହ ହସଖୁସିରେ ଦିନ କାଟୁଥିଲେ । ପରିବାରରେ ସବୁକିଛି ସ୍ୱାଭାବିକ ଚାଲିଥିଲା ।  ନାରାୟଣ ସିଂଙ୍କ ପତ୍ନୀ ଗୀତାବାଇ ଧାର୍ମିକ କାର୍ଯ୍ୟକ୍ରମରେ ଅଧିକ ଜଡିତ ଥିଲେ । ସେ ପ୍ରତିଦିନ ଭଜନ-କୀର୍ତ୍ତନ ଯିବାବେଳେ ଭଗବାନଙ୍କ ଭକ୍ତିରେ ବ୍ୟସ୍ତ ଥିଲେ । ଏଭଳି ପରିସ୍ଥିତିରେ ପରିବାରର ପୁଅମାନେ ନିଜ ମା’ଙ୍କୁ ଦେବୀ ପରି ବିବେଚନା କରୁଥିଲେ, କିନ୍ତୁ କରୋନା ସଂକ୍ରମଣର ଦ୍ୱିତୀୟ ଲହରୀର ଗୀତାବାଇ କରୋନାର ଶିକାର ହୋଇଥଇଲେ । ଗୀତାବାଇଙ୍କ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିବା ପରେ ମଧ୍ୟ ମା’କୁ ବଞ୍ଚାଇପାରିଲେ ନାହିଁ । ଆଉ ତା’ପରେ ମା’କୁ ହରାଇବା ଦୁଃଖରେ ସବୁବେଳେ ଗୁମସୁମ୍ ବସୁଥିଲେ ସେ ।

ପୁଅର ଏପରି ଅବସ୍ଥା ଦେଖି ବାପା ନାରାୟଣ ସିଂଙ୍କୁ ମଧ୍ୟ ଭାରି କଷ୍ଟ ହେଉଥିଲେ । ତେବେ ସେ ପୁଅକୁ ଖୁସି କରିବା ପାଇଁ ସ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ମନ୍ଦିର ନିର୍ମାଣ ପାଇଁ ମନସ୍ଥ କରିଥିଲେ । ଏନେଇ ପୁଅଙ୍କ ସହ ଆଲୋଚନା କରିଥିଲେ । ଆଉ ତା’ପରେ ବାପପୁଅ ମିଶି ଗୀତାବାଇଙ୍କର ଏକ ମନ୍ଦିର ନିର୍ମାଣ କରିଛନ୍ତି । ପାଖରେ ନଥାଇ ମଧ୍ୟ ମା’ର ମମତାକୁ ଅନୁଭବ କରିପାରୁଛି ପୁଅ ।