• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ଉପନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗ ଭବାନୀପୁରରେ ଉତ୍ତେଜନା ।

  • ଟିଏମ୍‌ସି ନାଁରେ ଦୁର୍ବ୍ୟବହାର ଅଭିଯୋଗ ଆଣିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଦିଲ୍ଲୀପ ଘୋଷ ।

  • ପ୍ରଚାର ବେଳେ ଟିଏମ୍‌ସି କର୍ମୀ ତାଙ୍କୁ ଗାଳିଗୁଲଜ ସହ ଠେଲାପେଲା କରିଥିବା ଅଭିଯୋଗ ଆଣିଛନ୍ତି ।

କୋଲକତା: ଉପନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗ ଭବାନୀପୁରରେ ଉତ୍ତେଜନା । ଟିଏମ୍‌ସି ନାଁରେ ଦୁର୍ବ୍ୟବହାର ଅଭିଯୋଗ ଆଣିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଦିଲ୍ଲୀପ ଘୋଷ । ପ୍ରଚାର ବେଳେ ଟିଏମ୍‌ସି କର୍ମୀ ତାଙ୍କୁ ଗାଳିଗୁଲଜ ସହ ଠେଲାପେଲା କରିଥିବା ଅଭିଯୋଗ ଆଣିଛନ୍ତି । ଟିଏମସି କର୍ମୀମାନେ ଗୋ-ବ୍ୟାକ ନାରା ଦେବା ସହ ପ୍ରଚାର କରିବାକୁ ଦେଇନଥିବା ସେ ଅଭିଯୋଗ କରିଛନ୍ତି । ଏପରିକି ଉପନିର୍ବାଚନ ସ୍ଥଗିତ ରଖିବାକୁ ଦିଲ୍ଲୀପ ଦାବି କରିଛନ୍ତି । ସେପଟେ ଦିଲୀପଙ୍କ ଅଭିଯୋଗକୁ ଟିଏମ୍‌ସି ପକ୍ଷରୁ ଖଣ୍ଡନ କରାଯାଇଛି । ଦିଲୀପଙ୍କ ସୁରକ୍ଷାକର୍ମୀମାନେ  ସେମାନଙ୍କୁ ଭୟଭୀତ କରିଥିବା ଟିଏମସି କହିବା ସହ ଏହା ବିଜେପିର ପ୍ରାୟୋଜିତ କାର୍ଯ୍ୟକ୍ରମ ବୋଲି ପାଲଟା ଅଭିଯୋଗ କରିଛି ଟିଏମସି ।

ସୂଚନାଯୋଗ୍ୟ, ଆସନ୍ତା ୩୦ରେ ଭବାନୀପୁରରେ ଉପନିର୍ବାଚନ ହେବାକୁ ଯାଉଛି । ଆଜି ପ୍ରଚାରର ଶେଷ ଦିନ ଥିବା ବେଳେ ବିଜେପି ପକ୍ଷରୁ ସାଂଘାତିକ ଅଭିଯୋଗ ଆସିଛି । ୩୦ ତାରିଖରେ ଭବାନୀପୁରରେ ମମତା ବାନାର୍ଜୀଙ୍କ ସହ ବିଜେପିର ପ୍ରିୟଙ୍କା ତିବ୍ରେୱାଲଙ୍କ ଲଢ଼େଇ ହେବ । ପ୍ରିୟଙ୍କାକୁ ଜିତାଇବା ପାଇଁ ବିଜେପି ବେଶ ପରିଶ୍ରମ କରୁଛି । ଆଜି ଶେଷ ଦିନ ଥିବାରୁ ଶତାଧିକ ବରିଷ୍ଠ ନେତା ପ୍ରଚାର କାମରେ ଲାଗିଛନ୍ତି । ଏହିକ୍ରମରେ ଦିଲୀପ ଘୋଷ ମଧ୍ୟ ପ୍ରଚାର କରୁଥିଲେ । ଦିଲୀପ ଆଜି ଗୋଟିଏ ଟିକାକରଣ କ୍ୟାମ୍ପକୁ ଯାଉଥିବା ବେଳେ ତାଙ୍କୁ ଟିଏମସି କର୍ମୀମାନେ ଠେଲାପେଲା କରିଥିଲେ ।

ତାଙ୍କ ବିରୋଧରେ ନାରାବାଜୀ କରିବା ସହ ତୁରନ୍ତ ସ୍ଥାନ ଖାଲି କରିବାକୁ ସେମାନେ ଦାବି କରିଥିଲେ ବୋଲି ଖୋଦ୍‌ ଦିଲୀପ ଅଭିଯୋଗ କରିଛନ୍ତି । ଟିଏମସି ପ୍ରଚାର ପାଇଁ ଦେଉ ନଥିବାରୁ ସେ ନିର୍ବାଚନକୁ ସ୍ଥଗତି ରଖିବାକୁ ଦାବି କରିଛନ୍ତି । ଅନ୍ୟପକ୍ଷରେ ଦିଲୀପଙ୍କ ସୁରକ୍ଷାକର୍ମୀମାନେ ଲୋକଙ୍କୁ ବନ୍ଧୁକ ଦେଖାଇ ଭୟଭୀତ କରିଥିବା ଟିଏମସି କହିଛି ।

ଟିଏମସି ଗୋଟିଏ ଟ୍ୱିଟରେ କହିଛି ଯେ “ବିଜେପି ଆହୁରି ତଳକୁ ଖସିବା ଭଳି କାମ କରିଛି । ସର୍ବସମ୍ମୁଖରେ ଲୋକଙ୍କୁ ବନ୍ଧୁକ ଦେଖାଇବାକୁ ସାହାସ କେଉଁଠୁ ମିଳିଲା ? କ’ଣ ଲୋକମାନେ ସେମାନଙ୍କୁ ପସନ୍ଦ ଆସୁ ନଥିବା ନେତାଙ୍କୁ ବିରୋଧ କରିପାରିବେନି ? ଏପରି ମାନବାଧିକାର ଉଲ୍ଲଙ୍ଘନ କରିବା ଲଜ୍ଜାଜନକ । ଭବାନୀପୁରବାସୀଙ୍କ ସୁରକ୍ଷା ସହ ବୁଝାମଣା କରାଯାଉଛି ବୋଲି ଟିଏମସି ଅଭିଯୋଗ କରିଛି ।

କେବଳ ଦିଲୀପ ଘୋଷ ନୁହନ୍ତି ଟିଏମସି କର୍ମୀମାନେ ବିଜେପି ସାଂସଦ ଅର୍ଜୁନ ସିଂହଙ୍କୁ ମଧ୍ୟ ବିରୋଧ କରିଥିବା ଦଳ ଅଭିଯୋଗ କରିଛି । ଏଥିସହ ବିଜେପି ନିର୍ବାଚନ କମିଶନଙ୍କ ନିକଟରେ ଏ ପ୍ରସଙ୍ଗ ଉଠାଇବ ବୋଲି ମଧ୍ୟ କହିଛି ।