• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

କୋଲକାତା : ପଶ୍ଚିମବଙ୍ଗକୁ ପୁଣି ଫେରିଲା ଖେଲା ହୋବେ ସ୍ଲୋଗାନ । ଅଗଷ୍ଟ ୧୬କୁ ଖେଲା ହୋବେ ଦିବସ ଭାବେ ପାଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଏଥିପାଇଁ କୋଲକତାର ନେତାଜୀ ଇଣ୍ଡୋର ଷ୍ଟାଡିୟମରେ ଆନୁଷ୍ଠାନିକ ଭାବେ ଏକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ଖେଲା ହେବ ଯୋଜନାରେ ପଶ୍ଚିମବଙ୍ଗର ୩୦୩ଟି ଫୁଟବଲ କ୍ଲବକୁ ୧୦ଟି ଲେଖାଏଁ ଫୁଟବଲ ବଣ୍ଟନ କରାଯିବ । ରାଜ୍ୟରେ ଏକ ଲକ୍ଷ ଫୁଟବଲ ‍‍ବାଣ୍ଟିବା ପାଇଁ ଲକ୍ଷ୍ୟ ରଖିଛନ୍ତି ବଙ୍ଗଳା ସରକାର । ପ୍ରତି ଫୁଟବଲରେ ଜୟ ଫୁଟବଲ ଲେଖାଯାଇଛି । ଏହି ଅବସରରେ ପଶ୍ଚିମବଙ୍ଗର ଅନେକ ସୁନାମଧନ୍ୟ ଫୁଟବଲ ଖେଳାଳିଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ମମତା ବାନାର୍ଜୀ । ଆଗାମୀ ଦିନରେ କ୍ରୀଡା ଓ ଯୁବସେବା ବିଭାଗ ବିଭାଗ ଦ୍ୱାରା ଏକ ଲକ୍ଷ ଫୁଟବଲ ଦିଆଯିବାକୁ ଲକ୍ଷ୍ୟ ରଖାଯାଇଛି । ଖେଲା ହୋବେ ଦିବସ ପାଳନ ପୂର୍ବରୁ ମୁଖ୍ୟମନ୍ତ୍ରୀ ବେଶ ଉତ୍ସାହିତ ଥିବା ଦେଖିବାକୁ ମିଳିଥିଲା ।

ନିର୍ବାଚନରେ ​​ସଫଳତା ପରେ ସତ୍ତାରୂଢ଼ ତୃଣମୂଳ କଂଗ୍ରେସ ଏହି ସ୍ଲୋଗାନକୁ ସାରା ଦେଶରେ ଗୁଞ୍ଜରିତ କରିବାକୁ ଚାହୁଁଛି । ତେବେ ରାଜ୍ୟର ମୁଖ୍ୟ ବିରୋଧୀ ବିଜେପି ଖେଲା ହୋବ ଦିବସକୁ ବିରୋଧ କରୁଛି । 'ଖେଲା ହୋବ ଦିବସ'କୁ ବିରୋଧ କରି ୧୬ଅଗଷ୍ଟରେ ବଙ୍ଗ ବଞ୍ଚାଅ ଦିବସ ପାଳନ କରିବାକୁ ବିଜେପି ଘୋଷଣା କରିଛି । ଏହା ସହିତ ବିଜେପି ଅଗଷ୍ଟ ୯ରୁ ବଙ୍ଗ ବଞ୍ଚାଅ ସପ୍ତାହ ପାଳନ କରିବ । ଯୁବକମାନେ ଖେଳଲା ନୁହେଁ, ରୋଜଗାର ଆବଶ୍ୟକ । ଏହି ସ୍ଲୋଗାନ ଦେଇ ବିଜେପି ବଙ୍ଗ ବଞ୍ଚାଅ ସପ୍ତାହ ପାଳନ କରିବ ।

ପୂର୍ବରୁ ପଶ୍ଚିମବଂଗ ବିଧାନସଭା ନିର୍ବାଚନ ବେଳେ ଖେଲା ହୋବେ ସ୍ଲୋଗାନକୁ ନେଇ ବେଶ ଚର୍ଚ୍ଚା ହୋଇଥିଲା । ନିର୍ବାଚନ ପ୍ରଚାର ବେଳେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଖେଲା ହୋବେ ନାରା ବେଶ ଲୋକପ୍ରିୟ ହୋଇଥିଲା । ଏଥିସହ ନିର୍ବାଚନରେ ଦଳକୁ ସଫଳତା ମଧ୍ୟ ମିଳିଥିଲା । ତେଣୁ ଅଗଷ୍ଟ ୧୬କୁ ଖେଲା ହୋବେ ଦିବସ ଭାବେ ପାଳନ କରିବାକୁ ଘୋଷଣା କରିଛନ୍ତି ମମତା ବାନାର୍ଜୀ । ସେପଟେ ପଶ୍ଚିମବଂଗର ମୁଖ୍ୟ ବିରୋଧୀ ଦଳ ବିଜେପି ପକ୍ଷରୁ ଏହାକୁ ବିରୋଧ କରାଯାଉଛି । ଅଗଷ୍ଟ ୧୬କୁ ବିଜେପି ପକ୍ଷରୁ ବଂଗାଲ ବଚାଓ ଦିବସ ଭାବେ ପାଳନ କରିବାକୁ ସ୍ଥିର କରାଯାଇଛି । ଖେଳ ନୁହେଁ ଯୁବକମାନଙ୍କୁ ରୋଜଗାର ଦେବାକୁ ଦଳ ଦାବି କରିଛି ।