• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ଲଖିମପୁର ଖେରୀ ମାମଲାକୁ ନେଇ ଥମିବାର ନାଁ ନେଉନି ରାଜନୀତି । ୟୁପି ସରକାର ଏବଂ ଗୃହରାଷ୍ଟ୍ର ମନ୍ତ୍ରୀ ଅଜୟ ମିଶ୍ରାଙ୍କ ବିରୋଧରେ ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନିକଟରେ ଫେରାଦ ହୋଇଛି ଜାତୀୟ କଂଗ୍ରେସ । ରାହୁଲ ଗାନ୍ଧି, ପ୍ରୀୟଙ୍କା ଗାନ୍ଧି, ମଲ୍ଲିକାର୍ଜୁନ୍ ଖାଡଗେଙ୍କ ସମେତ ବରିଷ୍ଠ ନେତା ଓ ସାଂସଦ ଆଜି ରାଷ୍ଟ୍ରପତିଙ୍କୁ ଭେଟି ଘଟଣା ସମ୍ପର୍କରେ ସବିଶେଷ ତଥ୍ୟ ଜଣାଇଛନ୍ତି ।

ତେବେ ଗୃହରାଷ୍ଟ୍ର ମନ୍ତ୍ରୀ ଅଜୟ ମିଶ୍ରା କ୍ଷମତାରେ ଥିବା ଯାଏଁ ତଦନ୍ତ ନିରପେକ୍ଷ ହେବନି ବୋଲି ଅଭିଯୋଗ କରିଛି କଂଗ୍ରେସ । ପୀଡ଼ିତଙ୍କୁ ନ୍ୟାୟ ଦେବା ପାଇଁ ତୁରନ୍ତ ତାଙ୍କୁ ପଦବୀରୁ ବହିଷ୍କାର କରିବାକୁ ଦାବି କରିଛି କଂଗ୍ରେସ । ଏନେଇ ରାଷ୍ଟ୍ରପତିଙ୍କୁ ଏକ ଦାବି ପତ୍ର ବି ଦଳ ପ୍ରଦାନ କରିଛି ।

ଘଟଣାରେ ରାଷ୍ଟ୍ରପତି ସରକାରଙ୍କ ସହ ଅାଲୋଚନା କରିବେ ବୋଲି କଂଗ୍ରେସକୁ ଆଶ୍ୱାସନା ଦେଇଛନ୍ତି । ସେପଟେ କଂଗ୍ରେସର ଅଭିଯୋଗ ନେଇ ବିଜେପିର ମଧ୍ୟ ପ୍ରତିକ୍ରିୟା ମିଳିପାରିନି ।

କିଛି ଦିନ ପୂର୍ବରୁ ଉତ୍ତରପ୍ରଦେଶ ଲଖିମପୁରର ଏହି ହିଂସା କାଣ୍ଡ ନେଇ ସୁପ୍ରିମକୋର୍ଟରେ ଶୁଣାଣି ହୋଇଥିଲା । ଯେଉଁଥିରେ ଉତ୍ତର ପ୍ରଦେଶ ସରକାରଙ୍କ ଉପରେ ବର୍ଷିଥିଲେ ସୁପ୍ରିମକୋର୍ଟ । ରାଜ୍ୟ ସରକାରଙ୍କ ପଦକ୍ଷେପ ଯଥେଷ୍ଟ ନୁହେଁ ବୋଲି ସଫା ସଫା କହିଥିଲେ କୋର୍ଟ । ଏହାସହ ଏଯାଏ କାହିଁକି ମୁଖ୍ୟ ଅଭିଯୁକ୍ତକୁ ଗିରଫ କରାଯାଇନି ବୋଲି ପ୍ରଶ୍ନ ପଚାରିଥିଲେ କୋର୍ଟ । କେବଳ ଏତିକି ନୁହେଁ ବରଂ ଘଟଣାର ତଦନ୍ତ ସନ୍ତୋଷଜନକ ନୁହେଁ ବୋଲି କହିଥିଲେ ସୁପ୍ରିମକୋର୍ଟ ।

ଏହାସହ ଘଟଣାର ତଦନ୍ତ ପାଇଁ ଅନ୍ୟ କୌଣସି ସଂସ୍ଥାକୁ ତଦନ୍ତ ଦାୟିତ୍ୱ ଦେବାକୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ । ଅନ୍ୟ ସଂସ୍ଥା ତଦନ୍ତ ଦାୟିତ୍ୱ ନେବା ଯାଏ ସାକ୍ଷ୍ୟ, ଦସ୍ତାବିଜ ସଂରକ୍ଷଣ କରିବାକୁ କହିବା ସହ ସାକ୍ଷ୍ୟ ପ୍ରମାଣ, ଦସ୍ତାବିଜର ଉଚିତ ସଂରକ୍ଷଣ ନେଇ ରାଜ୍ୟକୁ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ ।

ସୂଚନା ଅନୁସାରେ ଏହି ଘଟଣାରେ ଏତଲାରେ କେତେ ଜଣଙ୍କ ନାଁ ରହିଛି ? ମାମଲାରେ କେଉଁମାନେ ଅଛନ୍ତି ଅଭିଯୁକ୍ତ ? ସେମାନଙ୍କୁ ଗିରଫ କରାଗଲାଣି କି ନାହିଁ ? କେତେଜଣଙ୍କୁ ଗିରଫ କଲାଣି ପୋଲିସ ? ଲଖିମପୁର ଖେରି ହିଂସାକାଣ୍ଡ ମାମଲାର ଶୁଣାଣି କରି ଗତକାଲି ଏପରି ପ୍ରଶ୍ନ କରିଥିଲେ ସୁପ୍ରିମକୋର୍ଟ । ଏହାସହ ଉତ୍ତରପ୍ରଦେଶ ସରକାରଙ୍କୁ ଷ୍ଟାଟସ୍ ରିପୋର୍ଟ ମଧ୍ୟ ମାଗିଥିଲେ ସୁପ୍ରିମକୋର୍ଟ ।

ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ୍ ଏନ୍‌ଭି ରମନା, ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଏବଂ ଜଷ୍ଟିସ୍ ହିମା କୋହଲିଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରିଥିଲେ ।