• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

କୋରବା : ଦିବ୍ୟାଙ୍ଗଙ୍କ ପାଇଁ କୋର୍ଟ ବାହାରେ ଶୁଣାଣି । ମହାନତା ଦେଖାଇବା ସହ ବାହାରକୁ ଆସି ପାର୍କିଂରେ ନିଷ୍ପତ୍ତି ଶୁଣାଇଲେ ଜଜ୍ । ଛତିଶଗଡର କୋରବା ଜିଲ୍ଲା ଅଦାଲତର ବିଚାରପତି ରାୟ ଶୁଣାଇବାକୁ କୋର୍ଟ ପରିସରରୁ ବାହାରକୁ ଆସିଥିଲେ । ସଡ଼କ ଦୁର୍ଘଟଣା ଯୋଗୁଁ ପକ୍ଷାଘାତରେ ପୀଡ଼ିତ ଜଣେ ୪୨ ବର୍ଷୀୟ ବ୍ୟକ୍ତିଙ୍କୁ ୨୦ ଲକ୍ଷ ଟଙ୍କା କ୍ଷତିପୂରଣ ଘୋଷଣା କରିଛନ୍ତି ଜଜ୍ ।

୨୦୧୮ରେ ଏକ ଦୁର୍ଘଟଣା ଯୋଗୁଁ ଦ୍ୱାରକା ପ୍ରସାଦ କଂୱର ଗୁରୁତର ଆହତ ହେବାସହ ପକ୍ଷାଘାତରେ ଆକ୍ରାନ୍ତ ହୋଇଥିଲେ । ସ୍ଥିତି ଭଲ ନଥିବାରୁ ଶୁଣାଣି ଦିନ ସେ କୋର୍ଟ ପରିସରକୁ ଯିବାକୁ ଅସମର୍ଥ ଥିଲେ । ଏହା ପରେ ସେସନ୍ କୋର୍ଟର ବିଚାରପତି ବିପି ଭର୍ମା ନିଜେ ବାହାରକୁ ଆସିଥିଲେ ଏବଂ ଲୋକ ଅଦାଲତରେ ଦ୍ୱାରକା ପ୍ରସାଦଙ୍କ କ୍ଷତିପୂରଣ ସମ୍ମର୍କିତ ଆବେଦନର ଶୁଣାଣି କରିଥିଲେ ।

ଦ୍ୱାରିକାରଙ୍କ ମେଡିକାଲ କଣ୍ଡିସନ୍ ଭଲ ନଥିବାରୁ ଭିତରକୁ ଆସିପାରୁ ନାହାନ୍ତି ଜାଣିବାକୁ ପାରି ନିଜେ କୋର୍ଟ ପରିସରରୁ ବାହାରି ପାର୍କିଂ ଅଞ୍ଚଳରେ ପହଞ୍ଚିଥିଲେ ଜଜ୍ ବିପି ଭର୍ମା । ଆଉ ସେଠାରେ ଦ୍ୱାରକା ଏକ କାର ଅପେକ୍ଷା କରିଥିଲେ । ଦ୍ୱାରକାଙ୍କ ଓକିଲ ପିଏସ୍ ରାଜପୁତ ଏବଂ ବୀମା କମ୍ପାନୀର ଓକିଲ ରାମନାରାୟଣ ରାଥୋଡ ମଧ୍ୟ ବିଚାରପତିଙ୍କ ସହ ପାର୍କିଂ ସ୍ଥାନକୁ ଯାଇଥିଲେ । ଆଉ ସେଠାରେ ଜଜ୍ ବିପି ଭର୍ମା ରାୟ ଶୁଣାଣି କରିଥିଲେ । ଏହାସହ ପୀଡିତଙ୍କୁ ୨୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ବୀମା କମ୍ପାନୀ ନିର୍ଦ୍ଦେଶ ଦେଇଥିଲେ । ଜଜ୍ ବିପି ଭର୍ମା ଜଜ୍ ହେବା ସହ ଜିଲ୍ଲା ଆଇନ ସେବା ପ୍ରାଧିକରଣର ଚେୟାରମ୍ୟାନ୍ ଅଟନ୍ତି । ତେବେ ତାଙ୍କର ଏହି ନିଃସ୍ୱାର୍ଥପର କାମ ତାଙ୍କୁ ଚର୍ଚ୍ଚାର ପରିଧିକୁ ଆଣିଛି ।

ସୂଚନାଯୋଗ୍ୟ ଡିସେମ୍ବର ୨୦୧୮ରେ ରାୟଗଡ଼ ସହରର ମାଣିକପ୍ରସାଦ ଅଞ୍ଚଳରେ ଦ୍ୱାରକା ପ୍ରସାଦଙ୍କ କାର ଏକ ଟ୍ରଲର ସହିତ ଧକ୍କା ହୋଇଥିଲା । ଏହି ଦୁର୍ଘଟଣାରେ ସେ ଗୁରୁତର ଆହତ ହୋଇଥିଲେ ଓ ତାଙ୍କ ମେରୁଦଣ୍ଡରେ ମଧ୍ୟ ଭାଙ୍ଗି ଯାଇଥିଲା । ପରେ ସେ ପକ୍ଷାଘାତରେ ଆକ୍ରାନ୍ତ ହୋଇଥିଲେ । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ସେହ ଖଟରେ ପଡ଼ି ରହୁଛନ୍ତି ଚାଲିବାକୁ ଅସମର୍ଥ ।