• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ପୁଲୱାମାରେ ଏନକାଉଣ୍ଟର, ୨ ଆତଙ୍କବାଦୀ ସଫା

  • ସର୍ଚ୍ଚ ଅପରେସନ୍ ଜାରି

ପୁଲୱାମା : ଜମ୍ମୁ କାଶ୍ମୀରରେ ସୁରକ୍ଷା ବାହିନୀକୁ ବଡ଼ ସଫଳତା । ପୁଲୱାମା ଜିଲ୍ଲାର ନାଗବେରାନ-ତାରସର ଜଙ୍ଗଲ ଅଞ୍ଚଳରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି । ସୁରକ୍ଷା କର୍ମୀଙ୍କ ଏନକାଉଣ୍ଟରରେ ଦୁଇ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି । କାଶ୍ମୀର ଜୋନ୍ ପୋଲିସ ସୂଚନା ଅନୁସାରେ ବର୍ତ୍ତମାନ ସେହି ଅଞ୍ଚଳରେ ସର୍ଚ୍ଚ ଅପରେସନ ଚାଲିଛି । ଏନକାଉଣ୍ଟରେ ପ୍ରାଣ ହରାଇଥିବା ଦୁଇ ଆତଙ୍କବାଦୀଙ୍କ ପରିଚୟ ଏପର୍ଯ୍ୟନ୍ତ ଜଣାପଡିନାହିଁ ।

ଆଜି ସକାଳେ ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ପର୍କରେ ସୂଚନା ପାଇବା ପରେ ସୁରକ୍ଷା ବାହିନୀ ଦକ୍ଷିଣ କାଶ୍ମୀରର ନାଗବେରାନ-ତାରସର ଜଙ୍ଗଲ ଅଞ୍ଚଳରେ କର୍ଡନ ଏବଂ ସର୍ଚ୍ଚ ଅପରେସନ ଆରମ୍ଭ କରିଥିବା । ଗବରଣ ତାରସର, ଟ୍ରାଲ, ପୁଲୱାମା ଜଙ୍ଗଲରେ କିଛି ଆତଙ୍କବାନୀ ଲୁଚି ରହିଥିବା ସୂଚନା ମିଳିଥିଲା । ଜଣେ ପୋଲିସ ଅଧିକାରୀ କହିଛନ୍ତି ଆତଙ୍କବାଦୀମାନେ ସର୍ଚ୍ଚ ଅପରେସନ ସମୟରେ ସୁରକ୍ଷା ବାହିନୀ ଉପରକୁ ଗୁଳି ଚଳାଇଥିଲେ । ଆଉ ତା’ପରେ ଏନକାଉଣ୍ଟର ଆରମ୍ଭ ହୋଇଥିଲା । ସୁରକ୍ଷା ବାହିନୀର ପାଲଟା ଗୁଳିମାଡ଼ରେ ଦୁଇ ଆତଙ୍କବାଦୀ ନିହତ ହୋଇଛନ୍ତି ।

ଜାମ୍ମୁ କାଶ୍ମୀରର ୧୪ଟି ସ୍ଥାନରେ ଏନଆଇଏର ଚଢ଼ଉ

ସେପଟେ ବିଗତ କିଛି ଦିନ ପୂର୍ବରୁ ଗିରଫ ହୋଇଥିବା ଆତଙ୍କବାଦୀଙ୍କ ସୂଚନା ଆଧାରରେ ଆଜି ଏନଆଇ ଜାମ୍ମୁ କାଶ୍ମୀରର ଅନନ୍ତନାଗ, ଶୋପିଆନ୍ ଏବଂ ବାନିହାଲ ସମେତ ୧୪ଟି ସ୍ଥାନ ଉପରେ ଚଢ଼ଉ କରିଛି । ୨୭ ଜୁନରେ ହୋଇଥିବା ଆଇଇଡି ବିସ୍ଫୋରଣ ଓ ଆତଙ୍କବାଦୀଙ୍କୁ ପାଣ୍ଠି ମାମଲାକୁ ନେଇ ଚଢ଼ଉ କରୁଛି ଏନଆଇଏ । ଆଗାମୀ ଦିନରେ ଆତଙ୍କବାଦୀ ସଂଗଠନ ଆକ୍ରମଣ କରିପାରନ୍ତି ବୋଲି ଏନଆଇଏକୁ ସୂଚନା ମିଳିଛି ।

ସୂଚନାଯୋଗ୍ୟ ଗୁରୁବାର ବିଳମ୍ବିତ ରାତିରେ ଜମ୍ମୁ-କଶ୍ମୀରର ସମ୍ବା ଜିଲ୍ଲାରେ ତିନ ଭିନ୍ନ ଭିନ୍ନ ସ୍ଥାନରେ ସନ୍ଦିଗ୍ଧ ପାକିସ୍ତାନୀ ଡ୍ରୋନ ଉଡୁଥିବା ଦେଖିବାକୁ ମିଳିଥିଲା । ରାତି ପ୍ରାୟ ୮.୩୦ରୁ ୯.୩୦ ମଧ୍ୟରେ ଉଡୁଥିଲା ବୋଲି ଅଧିକାରୀ ସୂଚନା ଦେଇଥିଲେ । ବାରୀ ବ୍ରାହ୍ମଣ, ଚିଲାଧ୍ୟା, ଗଗବାଲ ଇଲାକାରେ ଏହି ଡ୍ରୋନ ଉଡୁଥିବା ଦେଖିବାକୁ ମିଳିଥିଲା । ଏଥିମଧ୍ୟରୁ ୨ଟି ଡ୍ରୋନ ଆର୍ମି କ୍ୟାମ୍ପ ଏବଂ ଆଇଟିବିପି କ୍ୟାମ୍ପ ପାଖରେ ଦେଖିବାକୁ ମିଳିଥିଲା । ତେବେ ସୁରକ୍ଷାକର୍ମୀଙ୍କ ଫାୟାରିଂ ପରେ ଏହି ଡ୍ରୋନ ସେଠାରୁ ଖସି ପଳାଇଥିଲା