• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଶ୍ରୀନଗର : ଜମ୍ମୁ ଓ କାଶ୍ମୀରରେ ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ । ମଙ୍ଗଳବାର ସକାଳେ ଜମ୍ମୁ କାଶ୍ମୀରର କଠୁଆର ରଣଜିତ ସାଗର ଡ୍ୟାମ ନିକଟରେ ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ହେଲିକପ୍ଟରଟି ୨୫୪ ଏଭିଏସନ୍ ସ୍କ୍ୱାର୍ଡନର ବୋଲି ଜଣାପଡିଛି । ସେଥିରେ କେତେ ଜଣ ସବାର ଥିଲେ ସେ ସମ୍ପର୍କରେ ସ୍ପଷ୍ଟ ସୂଚନା ମିଳିନାହିଁ । ନିଖୋଜ ମାନଙ୍କୁ ଠାବ କରିବା ପାଇଁ ଏନଡିଆରଏଫର ଏକ ଟିମ୍ ଘଟଣାସ୍ଥଳରେ ମୁତୟନ କରାଯାଇଛି । ଏହା ବ୍ୟତୀତ ଜାତୀୟ ବିପର୍ଯ୍ୟୟ ମୁକାବିଲା ଫୋର୍ସ (NDRF) ଏବଂ ପଞ୍ଜାବ, ଜାମ୍ମୁ କାଶ୍ମୀର SDRF ର ଟିମ୍ ମଧ୍ୟ ଉଦ୍ଧାର କାର୍ଯ୍ୟ ପାଇଁ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ଏଥିସହ ଉଦ୍ଧାର ପାଇଁ ବୁଡାଳିମାନଙ୍କୁ ମଧ୍ୟ ଡକାଯାଇଛି।

ଚଳିତ ବର୍ଷ ମେ ମାସରେ ଭାରତୀୟ ବାୟୁସେନାର ଏକ ମିଗ -୨୧ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା, ଯେଉଁଥିରେ ପାଇଲଟଙ୍କ ମୃତ୍ୟୁ ଘଟିଥିଲା । ମୋଗା ସହରଠାରୁ ପ୍ରାୟ ୨୮ କିଲୋମିଟର ଦୂରରେ ବାଗପୁରାନାସ୍ଥିତ ଲଙ୍ଗେଇନା ନାଭାନ ଗ୍ରାମ ନିକଟରେ ଏହି ଦୁର୍ଘଟଣା ଘଟିଥିଲା ଏବଂ ଏହା ପରେ ନିଆଁ ଚାରିଆଡେ ବ୍ୟାପି ଯାଇଥିଲା । ଦୁର୍ଘଟଣା ପୂର୍ବରୁ ବିମାନର ପାଇଲଟ୍ ଭାରି ଯନ୍ତ୍ରକୁ ଧକ୍କା ଦେବା ଫଳରେ ପାଇଲଟଙ୍କ ମୃତ୍ୟୁ ଘଟିଥିଲା ।

ସେପଟେ ଜମ୍ମୁକାଶ୍ମୀରରେ ସୁରକ୍ଷା ବାହିନୀଙ୍କ ଟାର୍ଗେଟରେ ଆତଙ୍କୀ । ଜାରି ରହିଛି ସର୍ଚ୍ଚ ଅପେରସନ୍ । ଗତ ଶନିବାର ଦିନ ୨୦୧୯ ପୁଲୱାମାରେ CRPF ଯବାନଙ୍କ ଉପରେ ହୋଇଥିବା ଆକ୍ରମଣ ସହ ଜଡିତ ଜୈଶ୍-ଏ-ମହମ୍ମଦର ଦୁଇଜଣ ଶୀର୍ଷ ଆତଙ୍କବାଦୀଙ୍କୁ ଏନକାଉଣ୍ଟରରେ ମାରିଛନ୍ତି ସୁରକ୍ଷା ବାହିନୀ । ଏହା ସହିତ ଜାମ୍ମୁ କାଶ୍ମୀର ପୋଲିସ ୧୦ ଆତଙ୍କବାଦୀଙ୍କ ହିଟ୍ ଲିଷ୍ଟ ଜାରି କରିଛି ।